ଶୀତ ବସ୍ତ୍ର ବଂଟନ

ଶୀତ ବସ୍ତ୍ର ବଂଟନ

ଭୁବେନେଶ୍ୱର:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଆୟାମ ତରଫରୁ ଶୀତୁଆ ରାତିରେ ଭୁବନେଶ୍ୱର ରାସ୍ତା କଡରେ ଜୀବନ ଯାପନ କରୁଥିବା ଲୋକମାନଙ୍କୁ ଶୀତ ବସ୍ତ୍ର ବଂଟନ କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ମାଷ୍ଟର କ୍ୟାଣ୍ଟିନ, ଜୟଦେବ ବିହାର, ଚନ୍ଦ୍ରଶେଖରପୁର ଆଦି ବିଭିନ୍ନ ଜାଗାକୁ କାର୍ଯ୍ୟକର୍ତା ମାନେ ଯାଇ ଫୁଙ୍ଗୁଳା ଦେହରେ ରାସ୍ତା କଡରେ ଶୋଇଥିବା ଲୋକମାନଙ୍କୁ ଶୀତବସ୍ତ୍ର ବଂଟନ କରିଥିଲେ । ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତା ମାନେ ଭୁବନେଶ୍ୱରର ବିଭିନ୍ନ ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କଠାରୁ କିଛି ନୂଆ ପୁରୁଣା ଶୀତ ବସ୍ତ୍ର ସଂଗ୍ରହ କରିଥିଲେ । ବିଭିନ୍ନ ସେବା କାର୍ଯ୍ୟ କରାଯାଉଥିବା ବେଳେ ଆଗକୁ ଏହି ସେବା କାର୍ଯ୍ୟକୁ ଅଗ୍ରଗତି କରିବା ପାଇଁ ଲକ୍ଷ ରଖିଥିବା ଭୁବନେଶ୍ୱର ମହାନଗର ସଂଯୋଜକ ଜ୍ୟୋତି ରଞ୍ଜନ ନାୟକ ପ୍ରକାଶ କରିଛନ୍ତି । ମହାନଗର ସମ୍ପାଦକ ସମ୍ବିତ ପ୍ରସାଦ ରାଉତ, ସୋମେଶ ଦେ, ପିଂଟୁ ପ୍ରତିକ ନାୟକ, ପ୍ରଦ୍ୟାମ୍ନ ନାୟକ, ସୁଭସ୍ମିତା ଦାସ, ସସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *