ଅନ୍ଧଆଶ୍ରମ ବିଦ୍ୟାଳୟ ରେ ୭୧ତମ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରପଣ*

*ଅନ୍ଧଆଶ୍ରମ ବିଦ୍ୟାଳୟ ରେ ୭୧ତମ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରପଣ*
ଡାବୁଗାଁ ବ୍ଲକ :-ତା.୧୦/୭- ସ୍ଥାନୀୟ ଅନ୍ଧ ଆଶ୍ରମ ବିଦ୍ୟାଳୟଠାରେ ଡାବୁଗାଁ ବ୍ଲକ ସ୍ଥରୀୟ ୭୧ତମ ବନ ମହୋତ୍ସବ ସପ୍ତାହ ପାଳିତ ଅବସର ରେ ବୃକ୍ଷ ରପଣ ହୋଇଯାଇଛି । ଏହି ଵନ ମହତ୍ସଵରେ ସପ୍ତାହ ପାଳନ ଅବସରରେ ମାନ୍ୟବର ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର ବକ୍ତବ୍ୟରେ କହିଲେ ଯେ ପୃଥିବୀରେ ବଞ୍ଚିବା ନିମନ୍ତେ ଜଂଗଲ ନିହାତି ଆବଶ୍ୟକ ଓ ଯେତେବି ବିପର୍ଯ୍ୟୟ ସୃଷ୍ଟି ହେଉଛି କେଵଳ ପରିବେଶ ଜନିତ ସମସ୍ୟା ପାଇଁ । ତେଣୁ ଆମେ ସମସ୍ତେ ଵୃକ୍ଷ ରୋପଣ କରିବା ଓ ଜଳ,ଜମି,ଜଙ୍ଗଳ ସୁରକ୍ଷା କରିବା, ପ୍ରାକୃତିକ ବିପର୍ଯ୍ୟୟର କାରଣ ଓ ମୁକାବିଲା ତଥା ଆଜିର ଦିନରେ ଵୃକ୍ଷ ରୋପଣର ଓ ବନିକରଣ ଗୁରୁତ୍ବ ଉପରେ ଆଲୋକ ପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ମୋଗର ଧନୁର୍ଜୟ ରାଉସା ଯୋଗ ଦେଇଥିଲେ । ଆଜିରଏହି କାର୍ଯ୍ୟକ୍ରମ ରେ ଗରଡୁଗୁଡା ସ୍ଥିତ ଅନ୍ଧ ଆଶ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷା ଭଗବତୀ ପୂଜାରୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି ,ଡାବୁଗାଁ ବ୍ଲକ ଚେଇରମେନ ବଂଶୀଧର ମାଝୀ, ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ରାଉସା, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନି ଗମାଙ୍ଗ, ଜୋଟାବାଲ ଫୋରେଷ୍ଟର ରାମ ଚନ୍ଦ୍ର ଜାନୀ , ଡାବୁଗାଁ ଫୋରେଷ୍ଟର ଲକ୍ଷ୍ମୀ କାନ୍ତ ସାହୁ, ମୈଦଲପୁର ଫୋରେଷ୍ଟର ଉମାକାନ୍ତ ପଟ୍ଟନାୟକ, ବନ ବିଭାଗର କର୍ମଚାରୀ ମାନେ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ଏମ ଅପା ରାଓ, ଜି ସାଇ ରାଜୁ, ଏମ ବୁଲୁ ରାଓ, ମଳୟ ବିଷୋୟୀ ,ବିଜୟ ବେହେରା ପ୍ରମୁଖ ,ଅନ୍ଧ ଆଶ୍ରମର ଶିକ୍ଷକ ଏବଂ କର୍ମଚାରି ମାନେ, ସାମ୍ବାଦିକ, ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *