ମୋଦି ସରକାରଙ୍କ ଜନ ଵିରୋଧୀ,ଶ୍ରମିକ ଶ୍ରେଣୀ ଵିରୋଧୀ ଓ ସାମ୍ପ୍ରଦାୟିକ ଵିଭାଜନଵାଦୀ ନୀତି ଵିରୋଧରେ ୨୪ଘଣ୍ଟିଆ ହରତାଳ ଭାରତ ଵନ୍ଦ ଵାଲେଶ୍ଵରରେ ସଫଳ।

ମୋଦି ସରକାରଙ୍କ ଜନ ଵିରୋଧୀ,ଶ୍ରମିକ ଶ୍ରେଣୀ ଵିରୋଧୀ ଓ ସାମ୍ପ୍ରଦାୟିକ ଵିଭାଜନଵାଦୀ ନୀତି ଵିରୋଧରେ ୨୪ଘଣ୍ଟିଆ ହରତାଳ ଭାରତ ଵନ୍ଦ ଵାଲେଶ୍ଵରରେ ସଫଳ।

ଵାଲେଶ୍ଵର:ତା୮/୧/୨୦୨୦ରିଖ: ଆଜି ଏଆଇଟିୟୁସି,ସିଆଇଟିୟୁ,ଏଚଏମଏସ, ଆଇଏନଟିୟୁସି,ଏନଏଚଏଫ,ଏଆଇଏସଏଫ ସମେତ ବିଭିନ୍ନ ଟ୍ରେଡ ୟୁନିୟନ, ଫେଡେରେଶନ,ଯୁଵ ଛାତ୍ର ମହିଳା,ସିପିଆଇ,ସପିଆଇଏମ ଏଵଂ କଂଗ୍ରେସ କର୍ମୀ ମାନେ ମୋଦି-ଶାହା ନେତୃତ୍ଵାଧୀନ ଏକଛତ୍ରଵାଦୀ ଵିଜେପି ଓ ଏନଡିଏ ସରକାରଙ୍କ ଜନ ଵିରୋଧୀ,ଶ୍ରମିକ ଵିରୋଧୀ,ସାମ୍ପ୍ରଦାୟିକ ଵିଭାଜନଵାଦୀ ନୀତି,ଦରଵୃଦ୍ଧି,ଆର୍ଥିକ ମହାସଂକଟ କାରୀ ସରକାର ଵିରୋଧର ଆହୂତ ଦେଶଵ୍ଯାପୀ ହରତାଳ ଓ ଭାରତ ଵନ୍ଦ ସଫଳ କରିଛନ୍ତି। ଵାଲେଶ୍ଵର ସହର ଓ ସହରତଳି ଅଞ୍ଚଳରେ ଅଫିସ, ଦପ୍ତର,ରେଳ ଓ ସଡକ ପରିଵହନ ସମେତ ଦୋକାନ ଵଜାର ସମ୍ପୁର୍ଣ୍ଣ ଓ ଶାନ୍ତିପୁର୍ଣ୍ଣ ଵନ୍ଦ ପାଳିତ ହୋଇ ଅଛି।ଏଆଇଟିୟୁସିର ସର୍ଵ ଭାରତୀୟ ସାଧାରଣ ପରିଷଦ ସଦସ୍ଯ ଜୟନ୍ତ ଦାସ,ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଜିଲ୍ଲା ସଭାନେତ୍ରୀ ପ୍ରତିଭା ପାଲ,ନୀଳିମା ଜେନା,ସୁଷମା ପାତ୍ର,ଶାନ୍ତୀ ମାଝୀ,ସୁଜାତା ପଣ୍ଡା,ଓଡିଶା ପଥ ଵିକ୍ରେତା ସଂଘର ଆଵିଦ ଖାନ,ମୋହିନୀ ମୋହନ ପରିଡା,ରାମ ଚନ୍ଦ୍ର ପରିଡା,ଟିପିରୀ ସିଂ,ଅଭିରାମ ଵାରିକ,ରାଜେଶ ପଣ୍ଡା,ଏଆଇଓ୍ଵାଇଏଫ ର ତପନ ସିଟ,ଵିକେଏମୟୁର ଵିଜୟ ମାଝୀ, ସୁହାଗୀ ମାଝୀ,ଏଆଇଏସଏଫର ସ୍ଵିଟୀ ଜେନା,ସୁଜାତା ପାତ୍ର,ଟିୟୁଏସିସିର ଅଧ୍ଯକ୍ଷ ପ୍ରଦୀପ୍ତ ପଣ୍ଡା,ଆଡଭୋକେଟ ମନୋଜ ନାୟକ, ଏନଏଫଆଇଟିୟୁର ଶାନ୍ତନୁ ଦାସ,ଆଇଏନଟିୟୁସିର ଵାସନ୍ତୀ ସାମଲ,ଵସନ୍ତ ଶ,ସିଆଇଟିୟୁର ରାଜ କିଶୋର ଲେଙ୍କା,ନିକୁଞ୍ଜ ଵସନ୍ତରାୟ ପ୍ରମୁଖ ଵିଭିନ୍ନ କାର୍ଯ୍ଯାଳୟରେ ଵିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲା ପାଳଙ୍କ କର୍ଯ୍ଯାଳୟ ସମେତ ଵିଭିନ୍ନ କାର୍ଯ୍ଯାଳୟ ଵନ୍ଦ କରାଇଥିଲେ।

Leave a Reply

Your email address will not be published. Required fields are marked *