ପ୍ରଫେସର ଭାସ୍କର ଚନ୍ଦ୍ର ଖଟାଇଙ୍କୁ ଗୁରୁ ପ୍ରଣାମ ସମ୍ମାନ – ୨୦୨୦ ପ୍ରଦାନ କରାଯିବ

ପ୍ରଫେସର ଭାସ୍କର ଚନ୍ଦ୍ର ଖଟାଇଙ୍କୁ ଗୁରୁ ପ୍ରଣାମ ସମ୍ମାନ – ୨୦୨୦ ପ୍ରଦାନ କରାଯିବ

ଭୁବନେଶ୍ୱର ତା ୨୦.୧୨ – ଓଙ୍ଗିଶାର ବିଶିଷ୍ଟ ଆର୍ଯ୍ୟ ସନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଓଡିଆ ଭାଷା ସାହିତ୍ୟ, ଶିକ୍ଷା, ସଂସ୍କୃତି ଓ ସଂସ୍କୃତ କ୍ଷେତ୍ରରେ ଜୀବନବ୍ୟାପୀ କାର୍ଯ୍ୟ କରିଥିବା ଖ୍ରୀଷ୍ଟ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ. ଭାସ୍କର ଚନ୍ଦ୍ର ଖଟାଇଙ୍କୁ, ଭାଷା, ସାହିତ୍ୟ ଓ ସଂସ୍କୃତ ନିମନ୍ତେ ବିଶିଷ୍ଟ ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ନଂ – ୧ ର ପ୍ରଧାନ ଆଚାର୍ଯ୍ୟ ଡଃ. ଆର୍ତତ୍ରାଣ ମିଶ୍ରଙ୍କୁ ‘ଗୁରୁ ପ୍ରଣାମ ସମ୍ମାନ – ୨୦୨୦’ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଆଜୀବନ ଅଧ୍ୟକ୍ଷ ଡଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।
ଆସନ୍ତା ୨୦୨୦ ଜାନୁଆରୀ ୬ ତାରିଖ ଦିନ ଭୁବନେଶ୍ୱର ବୁଦ୍ଧ ମନ୍ଦିର ସଭାଗୃହରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଡଃ. ଜ୍ଞାନେନ୍ଦ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *