ଓଡିଶାର ୧୨ରୁ ଅଧିକ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା

ଓଡିଶାର ୧୨ରୁ ଅଧିକ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର ହାଇ–ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା ଭୁବନେଶ୍ୱର: ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ କରିବା ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛିି । ଏଭଳି ସ୍ଥିତିରେ ଲୋକଙ୍କୁ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବା ପାଇଁ ରିଲାଏନ୍ସ ଜିଓ ଓଡିଶାର ୧୨ରୁ ଅଧିକ ପ୍ରମୁଖ ସହରକୁ ଏହାର ହାଇସ୍ପିଡ୍ ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବାକୁ ସଂପ୍ରସାରିତ କରିଛି ।  ଉପଭୋକ୍ତାମାନଙ୍କୁ ସଂକଟ ସମୟରେ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସହିତ ସଂଯୁକ୍ତ ରଖିବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ଜିଓ ଫାଇବର ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସେବା, ପରିବର୍ଦ୍ଧିତ ନେଟୱର୍କ କଭରେଜ୍ ଏବଂ ପ୍ରମୁଖ ସହରର ମୁଖ୍ୟ ଅଂଚଳଗୁଡିକରେ ସେବା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି । ପୂର୍ବରୁ ଜିଓ ଫାଇବର ସେବା ଉପଲବ୍ଧ ହୋଇଥିବା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଏବଂ ବଲାଙ୍ଗିର ଆଦି ସହରଗୁଡିକରେ ଏବେ ଏହା ଅଧିକ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି ।  ବିଗତ କିଛି ସପ୍ତାହ ମଧ୍ୟରେ ଯାଜପୁର ରୋଡ୍‌, ପୁରୀ, ଝାରସୁଗୁଡା, କୋରାପୁଟ, ଅନୁଗୁଳ, କେନ୍ଦ୍ରାପଡା ଏବଂ ସୁନ୍ଦରଗଡ଼ ଆଦି ସହରରେ ଜିଓ ଫାଇବର ସେବା ଆରମ୍ଭ ହୋଇଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ଦ୍ରୁତ ସଂପ୍ରସାରଣ ଜାରି ରଖିଥିବା ଜିଓ ଫାଇବର୍ ଆଗାମୀ କିଛି ସପ୍ତାହ ମଧ୍ୟରେ ଭବାନୀପାଟଣା, ବ୍ରଜରାଜନଗର, ଜଟଣୀ ଏବଂ ଜଗତସିଂହପୁର ସମେତ ରାଜ୍ୟର ଅନ୍ୟ କେତେକ ସହରରେ ସେବା ଆରମ୍ଭ ଯୋଜନା ରଖିଛି । ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଛୋଟ ଓ ବଡ଼ ବ୍ୟବସାୟ, ଶିକ୍ଷାନୁଷ୍ଠାନ ଏବଂ ବୃହତ୍ ଉଦ୍ୟୋଗ ପର୍ଯ୍ୟନ୍ତ ହଜାର ହଜାର ଗ୍ରାହକଙ୍କୁ ଜିଓ ଫାଇବର୍ ସର୍ବନିମ୍ନ ୧୦୦ ଏମବିପିଏସ୍ ସ୍ପିଡ୍ ଠାରୁ ଆରମ୍ଭ କରି ୧ ଜିବିପିଏସ୍ ପର୍ଯ୍ୟନ୍ତ ବାସ୍ତବ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେଉଛି । ସାରା ଭାରତରେ ଲକଡାଉନ୍‌ର କଠିନ ସମୟରେ ଜିଓ ଫାଇବର ଓଡିଶାର ଗ୍ରାହକଙ୍କ ପାଇଁ ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗକୁ ସୁନିଶ୍ଚିତ କରିଥିଲା ।  ଜିଓ ଫାଇବର ଟିମ୍ ଦ୍ୱାରା ଇନଷ୍ଟଲେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଲକ୍‌ଡାଉନ୍ ସମୟରେ ସେବା ଯୋଗାଇ ଦିଆଯାଇଥିବାରୁ ଏହା ଓଡ଼ିଶାର ବିଭିନ୍ନ ସହରରେ୍ ଗ୍ରାହକମାନଙ୍କୁ ଆନନ୍ଦିତ କରିଛି । ଜିଓ ଫାଇବର୍ ସମନ୍ୱିତ ଅଲ୍ଟ୍ରା-ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଟଂରନେଟ୍ ଓ ସ୍ମାର୍ଟ ଫୋନ୍ ଫିକ୍ସଡ୍ ଲାଇନ୍ ସେବା ସହିତ ଉପଲବ୍ଧ ହେଉଛି ଯେଉଁଥିରେ ଲ୍ୟାଣ୍ଡଲାଇନରୁ ଭାରତର ଯେକୌଣସି ସ୍ଥାନକୁ ମାଗଣା କଲ୍ ସୁବିଧା ରହିଛି । ଏଥି ସହିତ ଜିଓ ଫାଇବର୍ ସହିତ ଉପଲବ୍ଧ ଅଲ୍ଟ୍ରା-ଏଚଡି ସେଟ୍‌-ଟପ୍ ବକ୍ସ ଲାଇଭ୍ ଟିଭି ଚ୍ୟାନେଲ ଏବଂ ଓଟିଟି ବିଷୟବସ୍ତୁକୁ ଜିଓ ଟିଭି+ ଆପରେ ଏକତ୍ର କରୁଛି ଯାହାଦ୍ୱାରା ବିଭିନ୍ନ ଓଟିଟି ଆପ୍ସକୁ ନଯାଇ ଜିଓ ଫାଇବର ଉପଭୋକ୍ତା ସବୁ ଓଟିଟିର ବିଷୟବସ୍ତୁ ଏକତ୍ର ପାଇପାରୁଛନ୍ତି । ଦ୍ରୁତ ସଂପ୍ରସାରଣ ଜାରି ରଖିଥିବା ଜିଓ ଫାଇବର୍ ବ୍ରଡବ୍ୟାଣ୍ଡ ଅସୀମିତ ମନୋରଞ୍ଜନ, ସମ୍ବାଦ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମ ଗୁଡିକୁ ସମନ୍ୱିତ କରି ଉପଭୋକ୍ତାମାନଙ୍କୁ ଏକ ସମୃଦ୍ଧ ଅନୁଭୁତି ଆଣିଦେଇଛି । ଜିଓ ଫାଇବର ବ୍ୟବହାରକାରୀମାନେ ଡିସ୍‌ନି ହଟଷ୍ଟାର, ଆମାଜନ ପ୍ରାଇମ, ସୋନି ଲାଇଭ, ଜି୫, ଭୁଟ୍‌, ସନ୍ ନେକ୍ସଟ୍‌, ଅଲ୍ଟ ବାଲାଜୀ, ଜିଓ ସିନେମା, ଜିଓସାଭନ୍‌, ହୋଇଚୋଇ ଭଳି ଅନେକ ଲୋକପ୍ରିୟ ଓଟିଟି ଆପ୍ସରେ ପ୍ରିମିୟମ୍ ଅନ୍‌-ଡିମାଣ୍ଡ ବିଷୟବସ୍ତୁ ଉପଭୋଗ କରିବା ସୁଯୋଗ ଲାଭ କରୁଛନ୍ତି ଯାହା ମଧ୍ୟରେ ପ୍ରମୁଖ ଓଡିଆ ସମ୍ବାଦ ଏବଂ ମନୋରଞ୍ଜନ ଚ୍ୟାନେଲଗୁଡିକ ସହିତ ପ୍ରାୟ ୩୫୦ରୁ ଉର୍ଦ୍ଧ୍ୱ ଜାତୀୟ ଓ ଆଞ୍ଚଳିକ ଚାନେଲ୍ ସାମିଲ୍ ରହିଛି । ଏଥିସହିତ ଜିଓ ଫାଇବର ଏକାଧିକ ଭାଷାରେ ପ୍ରିମିୟମ୍ ବିଷୟବସ୍ତୁର ପୁରା ଲାଇବ୍ରେରୀ ଏବଂ ଲାୟନ୍ସଗେଟ୍ ପ୍ଲେ ରୁ ହଲିଉଡ ବ୍ଲକବଷ୍ଟର ଦେଖିବା ସୁଯୋଗ ପ୍ରଦାନ କରୁଛି । ଏହା ବ୍ୟତୀତ ଜିଓ ଫାଇବର୍ ଏକାଧିକ ସ୍ଥାନରେ ରହିଥିବା ଲୋକଙ୍କୁ ଭିଡିଓ କନଫରେନ୍ସିଂ ରେ ଯୋଡିହେବା ପାଇଁ ଜିଓମିଟ୍ ଆପ୍ ଉପଲବ୍ଧ କରାଇଛି ଯାହାଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ୟବସାୟିକ କାର୍ଯ୍ୟ, ସାମାଜିକ ସଭା ଏବଂ ଶ୍ରେଣୀଗୃହ ତାଲିମ ଇତ୍ୟାଦି ସହଜ ହୋଇଛି ।

ମୁଖ୍ୟମନ୍ତ୍ରୀ ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମରଣରେ ଆସନ୍ତାକାଲି ହେବ ନୀରବ ପ୍ରାର୍ଥନା ଓ ଶପଥ ପାଠ

କୋଭିଡ ମୁକାବିଲା ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପ୍ରାପ୍ୟ ପ୍ରଦାନରେ ସାମାନ୍ୟତମ ଅବହେଳା ବରଦାସ୍ତ କରାଯିବ ନାହିଁ – ମୁଖ୍ୟମନ୍ତ୍ରୀ ଶହୀଦ…

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ

*ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ* ଭୁବନେଶ୍ୱର:୦୩.୦୩ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ…

ଗୃହ ମନ୍ତ୍ରୀ ଙ୍କ ଆରୋଗ୍ୟ କାମନା ପାଇଁ ପ୍ରଦିପ ପ୍ରଜ୍ବଳନ*

*ଗୃହ ମନ୍ତ୍ରୀ ଙ୍କ ଆରୋଗ୍ୟ କାମନା ପାଇଁ ପ୍ରଦିପ ପ୍ରଜ୍ବଳନ* ଗୃହ ମନ୍ତ୍ରୀ ଅମିତ୍ ଶାହା ଜୀ ଙ୍କ କରନା ସଂକ୍ରମଣ…

କୋଭିଡ୍ ଚିକିତ୍ସା ପାଇଁ ନିମ୍ନମାନର ଔଷଧ, ପିପିଇ କିଟ୍ ଯୋଗାଇ ଦିଆଯାଉଛି : ଭୃଗୁ ବକ୍ସିପାତ୍ର

କୋଭିଡ୍ ଚିକିତ୍ସା ପାଇଁ ନିମ୍ନମାନର ଔଷଧ, ପିପିଇ କିଟ୍ ଯୋଗାଇ ଦିଆଯାଉଛି : ଭୃଗୁ ବକ୍ସିପାତ୍ର ଭୂବନେଶ୍ୱର, ତା.୦୩/୦୮: କୋଭିଡ୍‌-୧୯ ଭଳି…

ରାଜ୍ୟ ସରକାରଙ୍କ ଯୁବ ବିରୋଧୀ ନୀତି ବିରୋଧରେ ଜୋରଦାର ଲଢେଇ କରାଯିବ: ଡ. ସ୍ମୃତିରଞ୍ଜନ ଲେଙ୍କା

ଯୁବ କଂଗ୍ରେସର ଇ-କ୍ୟାମ୍ପେନ ‘ଭଏସ ଅଫ୍ ୟୁଥ୍‌’ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁବ ବିରୋଧୀ ନୀତି ବିରୋଧରେ ଜୋରଦାର ଲଢେଇ…

ଗଞ୍ଜାମ କରୋନା ପରିସ୍ଥିତି ବର୍ତ୍ତମାନ ଭୟାନକ ଅବସ୍ଥାରେ ରେ- ନିରଞ୍ଜନ

ଗଞ୍ଜାମ କରୋନା ପରିସ୍ଥିତି ବର୍ତ୍ତମାନ ଭୟାନକ ଅବସ୍ଥାରେ ରେ- ନିରଞ୍ଜନ* ଭୁବନେଶ୍ୱର-୩/୮/୨୦-ସରକାର ଯେଉଁ ସବୁ ଯୋଜନା କରୁଛନ୍ତି ,ସେ ସବୁ କୁ…

ରାଜଧାନୀରେ ପୁଣି ଚଳାଚଳ କରିବ ମୋ ବସ୍‌।

ଭୁବନେଶ୍ୱର:୦୩.୦୮ ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଚଳାଚଳ କରିବ ମୋ ବସ୍‌। ୮ଟି ରୁଟ୍‌ରେ ଚଳାଚଳ କରିବ ନନ୍‌-ଏସି ବସ୍‌। ରୁଟ୍‌- ୧୧,…

ମହିଳା ମୋର୍ଚ୍ଚା ତରଫରୁ ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମହିଳା ମୋର୍ଚ୍ଚା ତରଫରୁ ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ ଭୂବନେଶ୍ୱର,ତା.୦୩/୦୮: ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ…

ଡାବୁଗାଁ ରେ ୟୁରିଆ ସାର କଳା ବଜାରୀ

*ଡାବୁଗାଁ ରେ ୟୁରିଆ ସାର କଳା ବଜାରୀ* ଡାବୁଗାଁ ତା୩/୮( )ଡାବୁଗାଁ ବ୍ଲକରେ ଧାନ ରୁଆ କାର୍ଯ୍ୟ ଜାରି ରହିଥିବାବେଳେ ୟୁରିଆ…

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.