ଉକ୍ରଳ କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୨୦୧୯-୨୨ ଅବଧି ପାଇଁ ନିର୍ବାଚନ

ଉକ୍ରଳ କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୨୦୧୯-୨୨ ଅବଧି ପାଇଁ ନିର୍ବାଚନ


ଭୁବନେଶ୍ୱର,୩୦/୧୧:  ଉକ୍ରଳ କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୨୦୧୯-୨୨ ଅବଧି ପାଇଁ ନିର୍ବାଚନ ସଂଘର ନିଜସ୍ୱ ସଭାଗୃହ ଅଟଳ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଶ୍ରୀ ପି ସତ୍ୟନାରାୟଣ ୧୧୬ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୬୪ଟି ଭୋଟରେ ଆଗୁଆ ରହି ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଶ୍ରୀ ପ୍ରଶାନ୍ତ ମହାପାତ୍ର ୧୦୬ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୩୪ ଖଣ୍ଡ ଭୋଟରେ ଆଗୁଆ ରହି ନିର୍ବାଚିତ ଘୋଷିତ ହେଲେ । ୩ ଜଣ ନିର୍ବାଚନ ଅଧିକାରୀ ଶ୍ରୀ ବିକ୍ରମ କେଶରୀ ପାଣି, ଶ୍ରୀ ଗୋପୀନାଥ ବାରିକ ଓ ଶ୍ରୀ ଦେବାଶିଷ ପାଢୀଙ୍କ ଦ୍ୱାରା ଏହି ନିର୍ବାଚନ ଫଳାଫଳ ବିଧିବଦ୍ଧ ଭାବେ ନିଜସ୍ୱ ସଭାଗୃହ ଅଟଳ ଭବନରେ ଓଡ଼ିଶାର ୨୬ଟି ଜିଲ୍ଲାରୁ ଆସିଥିବା ୧୭୯ଜଣ ମତଦାତାଙ୍କ ସମ୍ମୁଖରେ ଘୋଷଣା କରିଥିଲେ । ତତ୍ସହିତ ବିଜେତା ପ୍ରମାଣ ପତ୍ର ମଧ୍ୟ ବିଜୟୀ ପ୍ରାର୍ଥୀଙ୍କୁ ପ୍ରଦାନ କରିଥିଲେ । ଗଣ୍ଡଗୋଳର ଆଶାଙ୍କା ଥିବାରୁ ପୋଲିସ୍ ଫୋର୍ସଙ୍କ ଉପସ୍ଥିତିରେ ନିର୍ବାଚନ ସଂଗଠିତ ହୋଇଥିଲା । ପୋଲିସଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।

Leave a Reply

Your email address will not be published. Required fields are marked *