ଆସ୍କ ଫର ଟେଷ୍ଟ’ ଦ୍ୱିତୀୟ କର୍ପୋରେଟ୍ ଷ୍ଟୋର ଉଦ୍ଘାଟିତ

ଆସ୍କ ଫର ଟେଷ୍ଟ’ ଦ୍ୱିତୀୟ କର୍ପୋରେଟ୍ ଷ୍ଟୋର ଉଦ୍ଘାଟିତ

କଟକ:‘ଆସ୍କ ଫର ଟେଷ୍ଟ’ ଦ୍ୱିତୀୟ କର୍ପୋରେଟ୍ ଷ୍ଟୋର ସ୍ଥାନ ‘ହେଲ୍ଥ ଭିଲ୍ଲେ’-ଶାନ୍ତି ଭବନ, ଭଲୁଙ୍କା, କଟକଠାରେ ୩ଜାନୁୟାରୀ ୨୦୨୦ ସମୟ ୧୨ଘଟିକା ସମୟରେ ଶୁଭ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଓଡ଼ିଏମ୍ ପବ୍ଲିକ ସ୍କୁଲ୍ର ନିର୍ଦ୍ଦେଶକ ପ୍ରତିଷ୍ଠାତା ତଥା ‘ହେଲ୍ଥ ଭିଲ୍ଲେ’ର ପ୍ରତିଷ୍ଠାତା ଡକ୍ଟର ଏସ୍. ମିନକେତକଙ୍କ କରମଣ୍ଡଳରେ ଉଦ୍ଘାଟନ ହୋଇଥିଲା । ଏହି ଶୁଭ ଉଦ୍ଘାଟ ଉତ୍ସବରେ କମ୍ପାନୀର ପ୍ରତିଷ୍ଠାତା ସଞ୍ଜୀବ ପାତ୍ର ଏବଂ ସହ ପ୍ରତିଷ୍ଠାତା ସୁନୀତା ମହାନ୍ତିଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଜନସାଧରଣଙ୍କୁ ସୁବିଧା ଏବଂ ସୁଗମ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଘରକୁ ଘର ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିବା ସହ ତତ୍କାଳ ନମୁନା ରିପୋର୍ଟକୁ ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ମାଧ୍ୟମରେ ଲୋକଙ୍କ ନିକଟକୁ ପହଞ୍ଚାଇବା ଲାଗି ଏଭଳି ଏକ ସ୍ୱାସ୍ଥ୍ୟ ଭିତ୍ତିକ ଷ୍ଟାର୍ଟ ଅପ୍ କମ୍ପାନୀ ଗଠନ କରାଯାଇଛି । ଚଳିତ ବର୍ଷରେ କମ୍ପାନୀ ପକ୍ଷରୁ ଓଡିଶାର ପ୍ରମୁଖ ଜିଲ୍ଲା ମୁଖ୍ୟାଳୟରେ ଏହାର ୧୦ଟି ସ୍ୱାସ୍ଥ୍ୟ ସୂଚନା କେନ୍ଦ୍ର ଖୋଲାଯିବା ସହ ୧୦୦ଟି ଫ୍ରାଞ୍ଚାଇଜ୍ ଆଉଟ୍ ଲେଟ୍ ଖୋଲାଯିବାର ଲକ୍ଷ୍ୟ ରଖାଯାଇଛି । ଏହାର ପ୍ରଥମ କର୍ପୋରେଟ୍ ଷ୍ଟୋର ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ପରିସରରେ ୧୮ ଡିସେମ୍ବର ୨୦୧୯ରେ ଶୁଭାରାମ୍ଭ ହୋଇସାରିଛି ଏବଂ ଦ୍ୱିତୀୟ କର୍ପୋରେଟ୍ ଷ୍ଟୋର ‘ହେଲ୍ଥ ଭିଲ୍ଲେ’ରେ ଶୁଭାରମ୍ଭ କରାଯାଇଛି ।

ଆସ୍କ ଫର ଟେଷ୍ଟ
ଏହାର ପ୍ରତିଷ୍ଠାତା ହେଉଛନ୍ତି ସଞ୍ଜୀବ ପାତ୍ର(ସିଏସ୍) ଯିଏ କି, ଜଣେ ସଫଳ ଉଦ୍ୟୋଗି ତଥା ଷ୍ଟାର୍ଟ ଅପ୍ ବିକଶିତ କରାଇବେ ଖ୍ୟାତି ଅର୍ଜନ କରିଛନ୍ତି ଏବଂ ଏହାର ସହ ପ୍ରତିଷ୍ଠାତା ହେଲେ ସୁନୀତା ମହାନ୍ତି (ସିଏସ୍) ଯାହାଙ୍କର ଦୀର୍ଘ ବର୍ଷ କର୍ପୋରେଟ ଜଗତରେ ଅଭିଜ୍ଞତା ରହିବା ସହ ବିଭିନ୍ନ କମ୍ପାନୀର ଫାଇନାନ୍ସ ଏବଂ ଆଇନ୍ଗତ ମାମଲା କ୍ଷେତ୍ରରେ ପରିଚାଳନା କରିଥାନ୍ତି , ଏଥି ସହ ମହିଳାଙ୍କୁ ସଶକ୍ତିକରଣ କରିବାରେ ବେଶ୍ ସୁନାମ ଅର୍ଜନ କରିଛନ୍ତି ।

Leave a Reply

Your email address will not be published. Required fields are marked *