ବିଧାନସଭା ସମୁଖରେ ଭୁବନେଶ୍ବର ନାଗରିକତା ଆଇନ ବିରୋଧୀ ତାତି।

ବିଧାନସଭା ସମୁଖରେ ଭୁବନେଶ୍ବର ନାଗରିକତା ଆଇନ ବିରୋଧୀ ତାତି।

ଭୁବନେଶ୍ବର: ମୁସଲିମ ସଂଗଠନ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା।ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ସାରା ଦେଶରେ ମୁସଲମାନମାନେ ବିରୋଧ କରୁଛନ୍ତି। ଏହାର କିଛି ପ୍ରଭାବ ମଧ୍ୟ ଓଡିଶାରେ ଦେଖିବାକୁ ମିଳିଛି। ମଙ୍ଗଳବାର ଭୁବନେଶ୍ୱରରେ ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ ଏହି ଆଇନକୁ ବିରୋଧ କରାଯାଇ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଏହି ଆଇନକୁ ସମ୍ବିଧାନ ବିରୋଧୀ କହିବା ସହ ରାଜ୍ୟରେ ଲାଗୁ ନକରିବା ପାଇଁ ମୁସଲିମ ସଂଗଠନ ପକ୍ଷରୁ ଦାବି କରାଯାଇଛି। ବହୁ ସଂଖ୍ୟାରେ ମୁସଲିମ ଏହି ଏଥିରେ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଗତ କାଲି ଗଭନର ହାଉସ ସମୁଖରେ ପାଖାପାଖି ଦଶ ହଜାର ଲୋକ ବିକ୍ଷୋଭ ଓ ଧାରଣା ରେ ବସିବେ ବୋଲି ସୂଚନା ଓ ମାନ୍ୟ ବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ କୁ ଦାବି ପତ୍ର ଦେବେ ବୋଲି ଖବର ଆସିଛି।

ସୂଚନାଯୋଗ୍ୟ, ସୋମବାର କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମୁସଲମାନ ଏକାଠି ହୋଇ ପ୍ରତିବାଦ କରିଥିଲେ। ଏହା ପୂର୍ବରୁ ନାଗରିକତା ସଂଶୋଧନ ଆଇନ ଓ ଏନଆରସି ଲାଗୁ ନ କରିବା ପାଇଁ ମୁସଲିମ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ।

Leave a Reply

Your email address will not be published. Required fields are marked *