ସ୍ୱାଭିମାନୀ, ସାଲିସ୍ ବିହୀନ ସମ୍ରାଟ

ସ୍ୱାଭିମାନୀ, ସାଲିସ୍ ବିହୀନ ସମ୍ରାଟ ଅଶୋକ ଦାସ
(ଡ଼ିସେମ୍ବର ୩୦, ୧୧ ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)
ଭୁବନେଶ୍ୱର:ପ୍ରଦୀପ ସେନାପତି
ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ବାଣୀ ଅମର ଆତ୍ମା ଅଶୋକ ଦାସଙ୍କ ମର୍ମକୁ ସ୍ପର୍ଶ କରିପାରିଥିଲା । ସଦାସର୍ବଦା ଆମ୍ଭମାନଙ୍କୁ ରାଜନୈତିକ ଜୀବନରେ କହୁଥିଲେ ଯେ ଯଦି ତୁମର ଡ଼ାକ କେହି ନଶୁଣୁଛନ୍ତି, ତେବେ ଏକଲା ·ଲରେ ଏକଲା ·ଲ । ଯଦି କେହି ଓଡ଼ିଶା ରାଜନୈତିକ ମଇଦାନରେ ଏଭଳି ଦୃଢ ପ୍ରତିଜ୍ଞାବଦ୍ଧ ନିଷ୍ପି ନେଉଥିଲେ, ତେବେ କେବଳ ଦ୍ୱିତୀୟ ପ୍ରବାଦ ପୁରୁଷ ଅଶୋକ ଦାସଙ୍କ ଭଳି ସ୍ୱାଭିମାନୀ, ସାଲିସ୍ ବିହୀନ ସମ୍ରାଟଙ୍କ ଛଡ଼ା ବୋଧେ ଆଉ କେହି ନାହାଁନ୍ତି । ପ୍ରକୃତରେ ପ୍ରବାଦ ପୁରୁଷ ‘ବିଜୁବାବୁ’ଙ୍କର ରାଜନୈତିକ ଚିନ୍ତାଧାରାକୁ କେବଳ ‘ଅଶୋକ ଦାସ’ହିଁ ତାଙ୍କର ଜୀବନକାଳ ମଧ୍ୟରେ ଅନୁସରଣ କରିଛନ୍ତି । ସେ ହେଉଛନ୍ତି ପ୍ରକୃତରେ ପ୍ରବାଦ ପୁରୁଷ ‘ବିଜୁବାବୁ’ଙ୍କର ପ୍ରକୃତ ରାଜନୈତିକ ଦାୟାଦ । ବିଜୁବାବୁଙ୍କର ସମସ୍ତ ରାଜନୈତିକ ଗୁଣ ତାଙ୍କରି ପାଖରେ ଭରପୁର ଥିଲା । ସେ ଥିଲେ ବାସ୍ତବରେ ଜଣେ ସାଲିସ୍ ବିହୀନ ସମ୍ରାଟ ଏବଂ ସ୍ୱାଭିମାନୀ, ଆଦରଣୀୟ ଜନନେତା । ଓଡ଼ିଶା ରାଜନୈତିକ ମଇଦାନରେ ସେ ଥିଲେ ଜଣେ ମହାବଳ ବାଘ । ବାଘର ଗୁଣାବଳୀକୁ ଅନୁଧ୍ୟାନ କରିବା ପାଇଁ ସେ ମଧ୍ୟ ଘରେ ପୋଷିଥିଲେ ଗୋଟେ ମହାବଳ ବାଘ ।
କେବଳ ରାଜନୀତି କ୍ଷେତ୍ରରେ ନୁହେଁ, ପାରିବାରିକ ଓ ସାମାଜିକ ଜୀବନରେ ସେ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ । ନ୍ୟାୟ ଓ ଆଦର୍ଶବାଦର ବ୍ରତୀ ତାଙ୍କର ନିଷ୍ପି ଥିଲା ଅଟଳ । କଥାରେ ସେ ଥିଲେ ଯେମିତି କଠୋର, ଅନ୍ତରାତ୍ମାରେ ଭରି ରହିଥିଲା ଠିକ୍ ସେତିକି ଉଦାର । ସେଥିଲାଗି ତାଙ୍କର ରାଜନୈତିକ ପରାମର୍ଶକୁ ଆମ୍ଭେମାନେ ପାଳୁଥିଲୁ ଆନନ୍ଦ ମନରେ ।
ମୁଁ ତାଙ୍କ ସହିତ ରାଜନୈତିକ ସଂସ୍ପର୍ଶରେ ଆସିଥିଲି ୧୯୮୪ ମସିହା ବୁର୍ଲା ଇଞ୍ଜିନିୟରିଂ ଛାତ୍ର ହତ୍ୟା ଘଟଣା ବହୁଳ ପରିପ୍ରେକ୍ଷୀରେ । ସେତେବେଳେ ତାଙ୍କର ଛାତ୍ର ଜନତା ଦଳର ନେତୃତ୍ୱ ନେଉଥାନ୍ତି ଆଉ ଜଣେ ଓଡ଼ିଶାର ଉଦୀୟମାନ ଯୁବନେତା ତଥା ପରେ ପୁରୀର ଉପ-ନିର୍ବାଚନରେ ବିଜୟୀ ହୋଇଥିବା ପୂର୍ବତନ ବିଧାୟକ ଏବଂ ମୋର ସ୍ନେହର ପ୍ରିୟ ଭଡ଼ଭାଇ ‘ଉମା ବଲ୍ଲଭ ରଥ’ । ମୋର ସାଂଗଠନିକ କାର୍ଯ୍ୟକ୍ରମ ଉମାଭାଇଙ୍କୁ ପ୍ରଭାବ ପକାଇଥିଲା । ସଙ୍ଗେ ସଙ୍ଗେ ବୁର୍ଲା ଇଞ୍ଜିନିୟରିଂ ଛାତ୍ରହତ୍ୟା ଘଟଣାରେ ସାରା ରାଜ୍ୟରେ ଏକ ବିରାଟ ଛାତ୍ର ଆନ୍ଦୋଳନ ଗଢି ଉଠିଥିଲା । ସେହି ସମୟରେ ମୋତେ ଉମାଭାଇଙ୍କ ପରାମର୍ଶ କ୍ରମେ ଓ ‘ଅଶୋକ ଦାସ’ଙ୍କ ଅନୁମୋଦନ କ୍ରମେ ମୁଁ ରାଜ୍ୟ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ବହନ କରିଥିଲି । ସେତେବେଳ ପର୍ଯ୍ୟନ୍ତ ଅଶୋକ ଦାସଙ୍କ ଭାବର୍ମୂି ମୋତେ ଜଣାନଥିଲା । ପରେ ଧୀରେ ଧୀରେ ତାଙ୍କର ପରାମର୍ଶ ମଧ୍ୟ ମୋତେ ଗଭୀର ହୃଦୟସ୍ପର୍ଶୀ କରିପାରିଥିଲା । ତାଙ୍କର ନୀତି ଆଦର୍ଶରେ ଆମ୍ଭେ ଏବେ ବି ମଧ୍ୟ ରାଜନୀତି ମଇଦାନରେ ôବଛି ଏବଂ ମରିବୁ ମଧ୍ୟ ।
ତେବେ ଏସବୁ ବ୍ୟତୀତ ଅନ୍ୟ କେତେକ କ୍ଷେତ୍ରରେ ସେ ଥିଲେ ଏକ ଅଦ୍ଭୁତ ମଣିଷ । ମା’ କାଳୀ ହେଉଛନ୍ତି ଅଶୋକ ଦାସଙ୍କ ପରିବାରର ଆରାଧ୍ୟ ଦେବୀ । ସେ ଥିଲେ ମା’ଙ୍କ ଉପାସକ । ମା’ଙ୍କ ଆଶୀର୍ବାଦରୁ ରୋଗୀଙ୍କୁ ଦେଉଥିଲେ ମାଗଣା ଔଷଧ । ତାଙ୍କଠୁ ଚେରମୂଳି ଔଷଧ ନେଇ ଅନେକ ରୋଗୀ ହୋଇଛନ୍ତି ଆରୋଗ୍ୟ । ଜମିଦାର ବଂଶର ଏହି ଦାୟାଦ ନିଜକୁ ଦୂରେଇ ରଖୁଥିଲେ ବିଳାସ ବ୍ୟସନରୁ । କଠିନ ପରିଶ୍ରମ ଓ କଠୋର ଅଧ୍ୟବସାୟ ଥିଲା ତାଙ୍କର ମୂଳମନ୍ତ୍ର ।
ଜନତା ଦଳ ଭାଙ୍ଗିଗଲା । ପ୍ରବାଦ ପୁରୁଷ ‘ବିଜୁବାବୁ’ଙ୍କ ଅନୁପସ୍ଥିତିରେ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳର ଅଶୋକ ଦାସ ହେଲେ ଓଡ଼ିଶା ରାଜ୍ୟ ସଭାପତି । ସେତେବେଳେ ତାଙ୍କରି ଆଶୀର୍ବାଦରୁ ଜନ୍ମ ନେଇଥିବା ବହୁ ନେତା, ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ହେଲା ପରେ ନୂତନ ଭାବେ ବିଜୁ ଜନତା ଦଳ ଗଠନ କରି ତାଙ୍କୁ କରିଥିଲେ କରଛଡ଼ା । ତଥାପି ଜଣେ ନିର୍ଭୀକ ସୈନିକ ଭାବରେ ସେ ରହିଲେ ଓ ମୁଁ ମଧ୍ୟ ରାଜ୍ୟ ଧର୍ମନିରପେକ୍ଷ ଯୁବ ଜନତା ଦଳର ସଭାପତି ଭାବରେ ରହିଲି । ତତ୍ସହିତ ଆଉ ଜଣେ ବଡ଼ଭାଇ ଯୁଗଳ କିଶୋର ନାୟକ, କୃଷ୍ଣ ପାତ୍ର, ନରି ସ୍ୱାଇଁ, ରାଜୁ ସିଂ । ଶେଷରେ ତାଙ୍କର ରାଜନୈତିକ ଜୀବନରେ ଏଭଳି ପରିସ୍ଥିତି ଉପୁଜିଲା ଯାହାକି ତାଙ୍କର ଯୋଗ୍ୟତମ ସୁପୁତ୍ର ମଧ୍ୟ ଭରସା ରଖିପାରି ନଥିଲେ ପିତାମହଙ୍କ ଉପରେ । ପରେ ସେ ପରିସ୍ଥିତିରେ ପଡ଼ି ୨୦୦୭ ମସିହା ସେପ୍ଟେମ୍ବର ୨୪ ତାରିଖରେ ଅଶୋକ ଦାସ ଶରତ ପାୱାରଙ୍କ ଏନ୍.ସି.ପି.ରେ ଯୋଗ ଦେଲେ । ବିଜୁଙ୍କ ଆଦର୍ଶକୁ ନେଇ ତାଙ୍କର ଓଡ଼ିଶା ଗଠନ କରିବାର ସ୍ୱପ୍ନ ଚୁର୍ମାର ହୋଇଗଲା । ରାଜନୀତିକୁ ସେ ଗ୍ରହଣ କରିଥିଲେ ଖେଳୁଆଡ଼ ମନୋବୃି ନେଇ । ରାଜନୈତିକ ରଣକ୍ଷେତ୍ରରେ ସେ କେତେ ଥର ପରାଜୟ ବରଣ କରିଥିଲେ ବି ଥରୁଟିଏ ଭାଙ୍ଗି ପଡ଼ିନଥିଲେ ଦୁଃଖରେ ।
ଯାଜପୁର ଜିଲ୍ଲା ମହାବଳପୁର ଗ୍ରାମର ଏକ ଜମିଦାର ପରିବାରରେ ମାର୍ଚ୍ଚ ୧୫ ତାରିଖ, ୧୯୪୨ ମସିହାରେ ଅଶୋକ ଦାସ ଭୂମିଷ୍ଠ ହୋଇଥିଲେ । ପିତା ଅଦ୍ୱୈତ ପ୍ରସାଦ ଓ ମାତା ମୋହିନୀ ମଞ୍ଜରୀଙ୍କର ତୃତୀୟ ସନ୍ତାନ ରୂପେ ଜନ୍ମ ନେଇ ସେମାନେ ହେଲେ ସପ୍ତରଥୀ ସାତଭାଇ । ନିଜ ଗ୍ରାମ ବିରଜା ହାଇସ୍କୁଲ୍ରେ ତାଙ୍କର ପାଠପଢା ଜୀବନ ଆରମ୍ଭ ହୋଇଥିଲା । ତା’ପରେ ସେ ନାମ ଲେଖାଇଥିଲେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ । ଇତିହାସରେ ହାସଲ କଲେ ସ୍ନାତକ ଡ଼ିଗ୍ରୀ । ଦୀର୍ଘ ୬ ଫୁଟ ଉଚ୍ଚର ସେ ଥିଲେ ବଳିଷ୍ଠ ଯୁବକ । ନିଜର ବିରାଟକାୟ ପୁଷ୍କରିଣୀରେ ୬ କେଜିଆ ଭାକୁରମାଛ ମାନଙ୍କର ନାକ ଗୁଣାରେ ଖୋସିଥିଲେ ସୁନାର ଫାସିଆ । ସକାଳ, ସନ୍ଧ୍ୟାରେ କରୁଥିଲେ କୁସ୍ତି ଓ ବ୍ୟାୟାମ । ଦୈନିକ ମାରୁଥିଲେ ଶହେଥର ଦଣ୍ଡ ଓ ବୈଠକ । ପହଁରି ପହଁରି ପାର୍ ହେଉଥିଲେ ବୈତରଣୀ ନଦୀ । ବନ୍ୟା, ବାତ୍ୟା ସମୟରେ ଛିଡ଼ା ହେଉଥିଲେ ବିପନ୍ନଙ୍କ ଦୁଆରେ । ମନୁବାଦକୁ ସେ କରିଥିଲେ ପ୍ରତ୍ୟାଖାନ । ରାଜନୀତି କ୍ଷେତ୍ରରେ ସେ ଥିଲେ ସାଲିସ୍ ବିହୀନ ସମ୍ରାଟ । ନଥିଲା ତାଙ୍କର କ୍ଷମତାର ଲୋଭ । ଏଭଳି ବିରଳ ସ୍ୱଭାବର ବ୍ୟକ୍ତି ଥିଲେ ଅମର ଆତ୍ମା ଅଶୋକ ଦାସ । ଅଦମ୍ୟ ସାହାସୀ, ନିର୍ଭୀକ, କବାଡ଼ି, ଫୁଟ୍ବଲ, ଭଲିବଲ ପ୍ରଭୃତି ସବୁଥିରେ ଚମ୍ପିଆନ । ଛାତ୍ର ଅବସ୍ଥାରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଜୀବନ । ୧୯୬୪ କ୍ରାନ୍ତିକାରୀ ଛାତ୍ର ଆନ୍ଦୋଳନରେ ସେ ଥିଲେ ଜ୍ୱଳନ୍ତ ବହ୍ନିଶିଖା । ସେ ନେଇଥିଲେ ଆନ୍ଦୋଳନର ନେତୃତ୍ୱ । ୧୯୬୭ରେ ଯାଜପୁରରେ ଗଢିଥିଲେ ବିରଜା ସେନା । ସେହିବର୍ଷ ସେ ହେଲେ ଯାଜପୁର ପୌର ପରିଷଦର କାଉନ୍ସିଲର । ୧୯୭୪ରେ ପ୍ରଗତି ଦଳରେ ପ୍ରାର୍ଥୀଭାବେ କୋରେଇ ବିଧାନସଭା ଆସନରୁ ହେଲେ ନିର୍ବାଚିତ । ବିଧାନସଭାରେ ରାଜ୍ୟପାଳ (ବି.ଡ଼ି. ଜି) ଅଭିଭାଷଣ ଦେଉଥିବା ବେଳେ ସେ ମାଇକ୍ରୋ ଫୋନ୍ ଟାଣି ନେଇ ଖେଳାଇଥିଲେ ·ଲ୍ୟ । ୧୯୭୭ରେ ଜନତା ପାର୍ଟି, ୧୯୮୦ରେ ଲୋକଦଳ, ୧୯୯୦ ଓ ୧୯୯୫ରେ ଜନତା ଦଳ ପ୍ରାର୍ଥୀ ଭାବେ ହେଲେ ସେ ବିଜୟୀ । ୧୯୮୫ରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ଖୁିଆ ଓ ୨୦୦୪ରେ ବିଜେପି ପ୍ରାର୍ଥିନୀ ତ୍ସତା ମହାନ୍ତିଙ୍କ ଠାରୁ ସେ ହୋଇଥିଲେ ପରାସ୍ତ । ୧୯୯୧ରେ ସେ ହୋଇଥିଲେ ଜନତା ଦଳର ରାଜ୍ୟ ସଭାପତି । ୧୯୯୬ ମେ ମାସରୁ ୧୯୯୭ ଡ଼ିସେମ୍ବର ପର୍ଯ୍ୟନ୍ତ ସେ ହେଲେ ବିଧାନସଭାର ବିରୋଧି ଦଳ ନେତା । ୧୯୯୦-୧୯୯୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଅଶୋକୁ ବାବୁଙ୍କୁ ବହୁବାର ଯାଚିଛନ୍ତି ମନ୍ତ୍ରୀପଦ । ମାତ୍ର ସ୍ୱାଭିମାନୀ ଅଶୋକ ପ୍ରତିଥର ଏହାକୁ କରିଥିଲେ ପ୍ରତ୍ୟାଖାନ । କ୍ଷମତା ଲାଗି ନେତାମାନେ ପ୍ରବଳ ମାତ୍ରାରେ ଲାଳାୟତ ହେଉଥିଲା ବେଳେ, ସେ ଥିଲେ ଏହାର ଚରମ ବ୍ୟତିକ୍ରମ । ରାଜନୀତିରେ ସେ ଥିଲେ ସ୍ପଷ୍ଟ ଓ ସ୍ପର୍ଦ୍ଧିତ ବ୍ୟକ୍ତି । ସେଥିପାଇଁ ବିଜୁଙ୍କର ତାଙ୍କ ପ୍ରତି ଥିଲା ଅଶେଷ ଶ୍ରଦ୍ଧା ଆଉ ସ୍ନେହାର୍ଶୀବାଦ । କେହି ସ୍ୱିକାର କରନ୍ତୁ ବା ନ କରନ୍ତୁ, ସ୍ୱାଭିମାନୀ ଅଶୋକ ଦାସ ଥିଲେ ବିଜୁଅଜାଙ୍କର ପ୍ରକୃତ ରାଜନୈତିକ ଦାୟାଦ । କେବଳ ଚେହେରାରେ ନୁହେଁ, ନୀତି, ଆଦର୍ଶ, ଆଚରଣ ଓ ସାହାସିକତା ଗୁଣକୁ ଯଦି ବି·ର କରିବା, ତେବେ ପ୍ରକୃତରେ ଦୁହିଁଙ୍କ ଭିତରେ ଥିଲା ଅସାମାନ୍ୟ ସାମଞ୍ଜସ୍ୟ । ୧୯୯୭ରେ ଘଟିଲା ବିଜୁବାବୁଙ୍କ ଦେହାନ୍ତ । ହତାଶ ହୋଇଗଲେ ପ୍ରଥମେ । ଶିଖିଥିଲେ ବିଜୁ ପଟ୍ଟନାୟକଙ୍କ ଠାରୁ ଯୁଦ୍ଧର ଧନୁର୍ବିଦ୍ୟା ଶିକ୍ଷା । ଅଟଳ ଦିକ୍ଷାରେ ଭାଙ୍ଗିଗଲା, ଛିନ୍ନ ହୋଇଗଲା ଜନତା ଦଳ, ହତାଶ ହୋଇଗଲେ ଆମ୍ଭଭଳି ଅନେକ ଯୁବନେତା । ସେମାନଙ୍କ ମଧ୍ୟରୁ ଉମା ରଥ, ଦେବୀ ପୃଷ୍ଟି, ପୃଥ୍ୱୀରାଜ ହରିଚନ୍ଦନ, ସମରେନ୍ଦ୍ର ସାହୁ, ସଞ୍ଜିବ ପାଇକରା, ଯୁଗଳ ନାୟକ ପ୍ରମୁଖ ଆହୁରି କିଛି । ହତୋତ୍ସାହିତ ହୋଇ ଶେଷରେ ମଧ୍ୟ କେତେକ ଯୁବନେତା ଦଳ ବଦଳ କରି ପଳାଇଲେ । ତେବେ ଅଶୋକ ଦାସଙ୍କ ରାଜନୈତିକ ଜୀବନର ଶେଷ ମୁର୍ହୂ ପର୍ଯ୍ୟନ୍ତ ମୋ ଭଳି ଆଉ ଜଣେ କୃଷ୍ଣଚନ୍ଦ୍ର ପାତ୍ର, ରାଜନୈତିକ ସହାୟକ ରାମଚନ୍ଦ୍ର ମହାପାତ୍ର (ରାମ ଭାଇ) (ବୀର ଭାଇ, ପିଅନ) ଏବଂ ବନ୍ଧୁ ଭାଇ ତାଙ୍କର ଚପରାଶି । ତେବେ ଭାଗ୍ୟର ବିଡ଼ମ୍ବନା ପରିଶେଷରେ ଏନ୍.ସି.ପି.ରୁ ମାନସିକସ୍ତରରେ ଦୂରେଇଗଲେ ।
ତାଙ୍କ ଭଳି ଜଣେ ଯୋଦ୍ଧାଙ୍କୁ ରାଜନୀତିରେ ଆପଣେଇବା ପାଇଁ ଏବଂ ତାଙ୍କୁ ଓଡ଼ିଶା ରାଜନୀତି ମଇଦାନ ଆଗରେ ଠିଆ କରି ଯୁବ ନେତୃତ୍ୱକୁ ଠୁଳ କରିବା ପାଇଁ ଆଶୀର୍ବାଦ ଭିକ୍ଷା କଳେ ସମାଜବାଦୀ ପାର୍ଟିରେ ନୂତନ ଭାବେ ଯୋଗ ଦେଇଥିବା କୈଳାସ ଚନ୍ଦ୍ର ମିଶ୍ର । ସେ ପୁଣି ଅଶୋକଙ୍କ ଆଗରେ ଯୁବ ମୁଖ୍ୟମନ୍ତ୍ରୀତ୍ୱ ପ୍ରାର୍ଥୀ । ଅବଶ୍ୟ ଏ ପ୍ରସଙ୍ଗରେ ମୁଁ ମଧ୍ୟ ବହୁବାର ଆଲୋଚନା କରିଛି । ତାଙ୍କ ପ୍ରତି ସେ ମଧ୍ୟ ଆହୁରି ସମର୍ଥନ କରି କୁହନ୍ତି ଯେ, କଣ ହେଲା? ସେ ଯଦି ଯୁବ ମୁଖ୍ୟମନ୍ତ୍ରୀ ହୋଇ ଏବଂ ନବୀନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ମୁଲାୟମସିଂ ପରି ଜାତୀୟସ୍ତରର ନେତା ଘୋଷଣା କରିଛନ୍ତି, ତେବେ ମୋର ସମର୍ଥନ କରିବାରେ କୌଣସି ଅସୁବିଧା ନାହିଁ ଏବଂ ଆମ୍ଭଙ୍କୁ ମଧ୍ୟ ପରୋକ୍ଷରେ ବାରମ୍ବାର କୁହନ୍ତି ଯେ, ତମେ ସବୁ ଜାଣିଛ ଯେ, ମୁଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ କେବେ ଦେଖେ ନାହିଁ । ଏସବୁ ମୋ ପାଇଁ ତୁଚ୍ଛ । ତେଣୁ ତୁମେମାନେ କୈଳାସ ମିଶ୍ରଙ୍କୁ ସମର୍ଥନ କର । ତା ପାଖରେ ମୁଖ୍ୟମନ୍ତ୍ରୀ ହେବାର ସମସ୍ତ କ୍ଷମତା ଅଛି ଏବଂ ମୁଁ ମଧ୍ୟ ·ହୁଁଥିଲି ଯେ, ମୋ ପାଇଁ କୈଳାସ ଭଳି ଯୁବନେତା ଦରକାର ଏବଂ ଆଗାମୀ ଦିନରେ ସେ କରିବେ ସରକାର ଓ ଆହୁରି ଅନେକ ।
ମୋର ରାଜନୈତିକ ଜୀବନରେ ଅଶୋକ ଦାସ ଥିଲେ ଜଣେ ଜ୍ୱଳନ୍ତ ଦିଗ୍ଦର୍ଶୀ ଏବଂ ସଫଳ ଦିଗସ୍ରଷ୍ଟା । ୨୦୦୮ ଡ଼ିସେମ୍ବର ୩୦ ତାରିଖରେ ଆମର ଅମର ଆତ୍ମା ବାହୁଡ଼ିଲେ ସିନା, କିନ୍ତୁ ମୋ ହୃଦୟ ଭିତରେ ସେ ଅମର ଚଳନ୍ତି ପ୍ରତିମା । ଏହି ସୁଯୋଗ୍ୟ ‘ସନ୍ତାନ’ଙ୍କ ପାଇଁ ହଜାର ହଜାର ଶୋକାକୁଳ ପରିବେଶ ମଧ୍ୟରେ ହୋଇଥିଲା ତାଙ୍କର ବିଶାଳ ପଟୁଆରାର ଶୋଭାଯାତ୍ରା । ମୁଁ ମଧ୍ୟ ସେଥିରେ ଥାଏ । ଆଜି ଏହି ପୁଣ୍ୟ ତିଥି ମୋ ପାଇଁ ନିଶ୍ଚିତ ଭାବରେ ଅବିସ୍ମରଣୀୟ । ବିରଜାଙ୍କ କ୍ଷେତ୍ରରେ ଅନ୍ତିମ ଦର୍ଶନର ୧୧ତମ ବାର୍ଷିକ ଶ୍ରାଦ୍ଧ ଦିବସରେ ଆପଣଙ୍କୁ ସ୍ମରଣ କରୁଛି ।

Leave a Reply

Your email address will not be published. Required fields are marked *