ରାଜରାସ୍ତାରେ ବସିଥିବା ମହିଳା  ଅସମାନ!

 

ରାଜରାସ୍ତାରେ ବସିଥିବା ମହିଳା  ଅସମାନ!

ବନେଶ୍ୱର, ୦୧.୧୨ : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ପ୍ରଥମେ ହାଇଦ୍ରାବାଦର
ଭେଟନାରୀ ଡ଼ାକ୍ତରାଣ ପ୍ରିୟଙ୍କା ରେଡ଼ିଙ୍କୁ ଗଣ ଦୁର୍ଷ୍କମ ପରେ ବର୍ବୋରଚିତ ଭାବେ ପେଟ୍ରୋଲ ଢାଲି ପୋଡ଼ି ମାରିବା ଘଟଣାକୁ ଦୃଢ ନିନ୍ଦା  କରାଯିବାସ ଦୋଷୀଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ସଂଘ ତରଫରୁ ଦାବି କରାଯାଇଛି । ଆଜି ସଂଘ ତରଫରୁ ଭୁବନେଶ୍ୱର ୟୁନିଟ୍-୬ସ୍ଥିତ ଫରୱାର୍ଡ଼ ବ୍ଲକ କାର୍ଯ୍ୟାଳୟରେ ଡ଼ାକ୍ତରାଣୀ ପ୍ରିୟଙ୍କା ରେଡ଼ିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ଆଜକୁ ଦୁଇବର୍ଷ ଧରି ନିଜର ନ୍ୟାୟସଙ୍ଗତ ନ୍ୟାର୍ଯ୍ୟ ଦାବୀ ପାଇଁ ସରକାରଙ୍କ ସହ ଲଢି ଆସୁଅଛି । ନଭେମ୍ବର ୨୭ ତାରିଖ ଠାରୁ ନିଜର ଦାବୀ ହାସଲ ପାଇଁ ଲୋୟର ପିଏମ୍ଜିଛକରେ ଆମରଣ ଅନଶନରେ ବସିଥିବା ବେଳେ ୬ ଜଣ ମହିଳା ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଗୁରୁତର ଥିବାରୁ ତାଙ୍କୁ କଟକ ଏସ୍ସିବି ମେଡ଼ିକାଲକୁ
ସ୍ଥାନାନ୍ତରିତ କରାଯାଇଥିଲା । ୨୯ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସମ୍ପାଦିକା, ନିର୍ଦ୍ଦେଶକ, ନର୍ସିଂ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସଂଘର ୫ଜଣିଆ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା । ଜୁଲାଇ ୫ ତାରିଖ ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଉପସ୍ଥିତରେ ସଂଘର ୫ ଜଣିଆ ପ୍ରତିନିଧିଙ୍କ ସହ ଆଲୋଚନା ପରେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ଯଥାଶୀଘ୍ର ତୁମର ଦାବୀକୁ ପୂରଣ କରାଯିବ । ଦୀର୍ଘ ·ରିମାସ ବିତିଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେଣୁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ଯେ ଏଥର ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆମେ ଆମର ସଂଘର୍ଷ ଜାରି ରଖିବୁ । ଶୀତକାଳୀନ ଅଧିବେଶନରେ ଶନ୍ୟୂକାଳ ପ୍ରଶ୍ନରେ ଗୁଣୁପୁର ବିଧାୟକଙ୍କ ପ୍ରଶ୍ନର ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଅତ୍ୟନ୍ତ ଲଜ୍ଜାଜନକ ଥିଲା । ୨୯ ତାରିଖ ଦିନ ବିଧାନସଭାରେ ପୁଣି ତାରାପ୍ରସାଦ ବାହିନୀପତିଙ୍କର ପ୍ରଶ୍ନର ଉତ୍ତର ସରକାର ଉପସ୍ଥାପନ କରିପାରିନଥିଲେ । ବିଭାଗୀୟ ମନ୍ତ୍ରୀ ଓ ସଚିବ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ପାଳନ କରିପାରୁ ନାହାଁନ୍ତି, ତେବେ ନିର୍ଦ୍ଦେଶକମାନେ କ’ଣ ପାଳନ କରିବେ? ୨୯ ତାରିଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପରେ ଶତାଧିକ ମହିଳା କର୍ମୀଙ୍କୁ ପୋଲିସ୍ ଗିରଫ କରିବା ଓ ମାଡ଼ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଉକ୍ତ ଘଟଣାକୁ କେନ୍ଦ୍ରକରି ଧାରଣାସ୍ଥଳରେ ଥିବା ମହିଳାମାନଙ୍କୁ ପୋଲିସ୍ ବାମମ୍ବାର କ୍ୟାମ୍ପ ଛାଡ଼ି ·ଲିଯିବା, ମିଥ୍ୟା ଆରୋପରେ ଗିରଫ କରିବା ପାଇଁ ବାରମ୍ବାର ଧମକ ଦେବା ମୋ ସରକାର ଯୋଜନାରେ କେଉଁ ‘ଟି’ ଏହା ଗଣାଯାଉଛି ତାହା ମାନ୍ୟବର ସଚିବ ଜଣାଇବେ କି? ସରକାର ଡ଼େଙ୍ଗୁରା ପିଟୁଛନ୍ତି ମହିଳା ସଶକ୍ତିକରଣ ଓ ମା’କୁ ସମ୍ମାନ, ଗାଁକୁ କାମ । ଆପଣମାନେ ଅନୁମାନ କରିପାରୁଥିବେ ଏ ସରକାର କିଭଳି ଭାବରେ ମା’ମାନଙ୍କୁ ସମ୍ମାନ କରୁଛନ୍ତି ଓ ନାରୀମାନଙ୍କୁ
ସୁରକ୍ଷା ଦେଉଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ସଂଯୁକ୍ତା ସାହୁ, କାର୍ଯ୍ୟକାରୀ ସଭାପତି ବିଷ୍ଣୁପ୍ରିୟା ଖଣ୍ଡାଇ, ସୋନଲି ମହାନ୍ତି,କଲ୍ୟାଣୀ ପ୍ରଧାନ, ସୁପ୍ରିୟା ଦାସ, ଡ଼ଲିମା ନାୟକ, ମଞ୍ଜୁ ପଟେଲ, ସବିତା ଦାସ, ମମତା ନାୟକ, ସାବିତ୍ରୀ ଲେଙ୍କାଙ୍କ ସମେତ ସଂଘର କର୍ମକର୍ତ୍ତମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *