ଏ.ଏନ୍.ଏମ୍. ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ଆମରଣ ଅନଶନ

ଏ.ଏନ୍.ଏମ୍. ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ଆମରଣ ଅନଶନ

ଭୁବନେଶ୍ୱର, ୨୭.୧୧ : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ଆଜକୁ ଦୁଇବର୍ଷ ଧରି ନିଜର ଦାବି ପୂରଣ ପାଇଁ ବାରମ୍ବାର ଆନ୍ଦୋଳନ ଓ ଅନଶନ କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ୨୦୦୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଧନ୍ଦାମୂଳକ ତାଲିମ୍ ନେଇସାରିଥିଲେ ମଧ୍ୟ ସରକାର ନିଯୁକ୍ତି କରିବାରେ ଅସଫଳ ହୋଇଛନ୍ତି । ବାର୍ଷିକ ଉୀର୍ଣ୍ଣରେ ଯଦି ବାର୍ଷିକ ନିଯୁକ୍ତି ହୋଇଥାନ୍ତା ତେବେ ଆଜି ପର୍ଯ୍ୟନ୍ତ ୧୭ ହଜାରରୁ ଉଦ୍ଧ୍ୱର୍ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ବେକାର ହୋଇ ଘରେ ବସିନଥାନ୍ତେ । ମୋ ସରକାର ଯୋଜନାରେ ୫-ଟିର ଯେଉଁ ପ୍ରହସନ କରି ଆସୁଛନ୍ତି, ସେମାନେ ତୃଣମୂଳସ୍ତରରୁ ନିରକ୍ଷଣ କରିବାର ଆବଶ୍ୟକ ଅଛି । ଗ୍ରାମାଳ ଓ ସହରାଳରେ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟଦକ୍ଷତା ଓ ସେମାନଙ୍କ ଗୁରୁତ୍ୱକୁ ସରକାର ହୃଦୟଙ୍ଗମ କରିପାରୁ ନାହାଁନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟସେବାରେ ବ୍ୟାଘତ ସୃଷ୍ଟି ହେବା ସହିତ ସ୍ୱାସ୍ଥ୍ୟକର୍ମମୀାନଙ୍କୁ ବାରମ୍ବାର ଅଣଦେଖା କରାଯାଉଛି । ତେଣୁ ଆମର ଦାବିକୁ ସରକାର କୌଣସି ତ୍ରୁଟି ଯୋଗୁ ନିରୀହ ତାଲିମପ୍ରାପ୍ତ ମହିଳାମାନଙ୍କୁ ବଳି ନ ପକାନ୍ତୁ । ସେମାନଙ୍କୁ ବୟସସୀମାକୁ କୋହଳ କରି ନିଯୁକ୍ତି ଦିଅନ୍ତୁ । ମହିଳା ସଶକ୍ତିକରଣ ନାମରେ ଆମ ମୁଖ୍ୟମନ୍ତ୍ରୀ ସାରା ଭାରତରେ ଯେଉଁ ଡ଼େଣ୍ଡୁରା ପିଟୁଛନ୍ତି ତାଙ୍କ ରାଜ୍ୟରେ କେତେଜଣ ମହିଳାଙ୍କୁ ସଶକ୍ତିକରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଜବାବ ଦେବେ କି? ଖାଲି ସ୍ୱୟଂ ସହାୟକ ଗୋଷ୍ଠୀକୁ ଭିକ ଆକାରରେ ୫ ହଜାରରୁ ୧୫ ହଜାର ଟଙ୍କା ଦେଲେ ମହିଳା ସଶକ୍ତିିକରଣ ହୁଏନାହିଁ । ମହିଳା ସଶକ୍ତିକରଣ କରିବା ପାଇଁ ହେଲେ ମହିଳାମାନଙ୍କୁ ଶିକ୍ଷିତ ଓ ସ୍ୱାବଲମ୍ବି କରିବାର ଆବଶ୍ୟକତା ରହିଛି । ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ଚେଷ୍ଟିତ ନହୁଅନ୍ତି, ତେବେ ସେ ଦେଇଥିବା ଆହ୍ୱାନକୁ କେବେ ସଫଳ ଭାବରେ ରୂପାୟନ କରିପାରିବେ ନାହିଁ । ଆମକୁ ଭିକ ଦରକାର ନାହିଁ, ଆମକୁ ଭେକ ଦରକାର । ଆମେ ତାଲିମ୍ ଶେଷ କରିଛୁ, ଆମେ ପରିଶ୍ରମ କରିବା ପାଇଁ ·ହୁୁଁଛୁ । ଭିକ ଦେଇ ରାଜ୍ୟ ସରକାର ଆମକୁ ପଙ୍ଗୁ ବା ଅଥର୍ବ ନକରିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଡ଼ିସେମ୍ବର ୧ ତାରିଖ ପୂର୍ବର ସରକାର ଆମର ଏହି ନ୍ୟାର୍ଯ୍ୟ ଦାବିକୁ ପୂରଣ ନ କରନ୍ତିି, ତେବେ ବାଧ୍ୟ ହୋଇ ଆମ୍ଭେମାନେ ଡ଼ିସେମ୍ବର ୧ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ସମୂହ ଆତ୍ମହୁତି ଦେବେ ବୋଲି ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଗଣମାଧ୍ୟମକୁ ଜଣାଇଛନ୍ତି । ଆଜିର ଆମରଣ ଅନଶନରେ ଅହୋରାତି ଧାରଣାରେ ବସିଥିବା ସଭ୍ୟାମାନେ ହେଲେ ପାର୍ଥସାରଥୀ ଜେନା, ସଂଯୁକ୍ତା ସାହୁ, କଲ୍ୟାଣୀ ପ୍ରଧାନ, ପ୍ରାଚୀ ପ୍ରଧାନ, ସୁପ୍ରିୟା ଦାସ, ପୁର୍ଣ୍ଣମୀ ନାୟକ, ହେମଲତା ପଣ୍ଡା, ଡ଼ଲିମା ନାୟକ, ମଞ୍ଜୁ ପଟେଲ, ସନ୍ଧ୍ୟା, ଗୀତାଞ୍ଜଳି, ସୁଜାତା ମହାରଣା, ମମତା ଜେନା, ଶୁଭସ୍ମିତା ନାୟକ, ମମତା ସାହୁ, ମଧୁସ୍ମିତା ସାହୁ, ସାବିତ୍ରୀ ଲେଙ୍କା, ମୌସୁମୀ ବେହେରା ଓ ବହୁ ସଦସ୍ୟା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *