ଅମିତାଭ ବଚ୍ଚନ କିସ୍‍କୁ ୧୧ଲକ୍ଷ ଟଙ୍କା ଦାନ କଲେ |

ଅମିତାଭ ବଚ୍ଚନ କିସ୍‍କୁ ୧୧ଲକ୍ଷ ଟଙ୍କା ଦାନ କଲେ |

ଭୁବନେଶ୍ୱର, ୨୩ ।୧୧: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍‍କୁ ସହାୟତାର ହାତ
ବଢ଼ାଇଛନ୍ତି ବିଗ୍‍ ବି ଅମିତାଭ ବଚ୍ଚନ । ଅମିତାଭ କିସ୍‍କୁ ୧୧ଲକ୍ଷ ଟଙ୍କା ଦାନ କରିଛନ୍ତି । ଗତ ୧୫ତାରିଖ କୌନ ବନେଗା
କରୋଡ଼ପତିର କର୍ମବୀର ଶୋ’ରେ ଅମିତାଭଙ୍କ ସହ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସାକ୍ଷାତ ହେବା ପରେ କିସ୍‍
ମାଧ୍ୟମରେ ଶ୍ରୀ ସାମନ୍ତ ଜନଜାତି ପିଲାଙ୍କ ପାଇଁ ଏତେ ସବୁ କାର୍ଯ୍ୟ କରୁôଥିବା ଜାଣିବାକୁ ପାଇଥିଲେ । ଏହି ଶୋ ଜରିଆରେ
ଅମିତାଭ ଅଚ୍ୟୁତ ସାମନ୍ତଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ସଂପର୍କରେ ଜାଣିବାକୁ ପାଇଥିଲେ । ବହୁ ସଂଘର୍ଷ ଓ ଘାତ ପ୍ରତିଘାତ ମଧ୍ୟରେ
ବଢ଼ି ଅଚ୍ୟୁତ ହଜାର ହଜାର ଜନଜାତି ପିଲାମାନଙ୍କୁ କିସ୍‍ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଜୀବନଜୀବିକା ନିଶ୍ଚିତ କରାଇ
ପାରିଛନ୍ତି ଜାଣି ଅମିତାଭ ଅଭିଭୂତ ହୋଇପଡ଼ିଥିଲେ । ଅଚ୍ୟୁତଙ୍କ କାର୍ଯ୍ୟ ପ୍ରକୃତରେ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି ।
ଅଚ୍ୟୁ ତଙ୍କ ଏଭଳି ଉଦାହରଣ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସହଯୋଗର ହାତ ବଢ଼ାଇଛନ୍ତି ଅମିତାଭ । ଏହିଶୋ ସମୟରେ
ସେ କିସ୍‍ ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ ହେବା ପରେ କିସ୍‍କୁ ନିଜ ବ୍ୟକ୍ତିଗତ ପାଣ୍ଠିରୁ ସହାୟତା
ପ୍ରଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି ପ୍ରତିଶ୍ରୁତି ରକ୍ଷା କରି ବିଗ୍‍ ବି ଅମିତାଭ ବଚ୍ଚନ କିସ୍‍କୁ ୧୧ ଲକ୍ଷ ଟଙ୍କା ଦାନ
କରିଛନ୍ତି । ଆଜି ଏହି ୧୧ଲକ୍ଷ ଟଙ୍କାର ଡ୍ରାଫ୍‍ଟ କିସ୍‍ରେ ପହଞ୍ଚିଛି । ଅମିତାଭ ବଚ୍ଚନଙ୍କ ଏହି ମହାନତା ପାଇଁ ଶ୍ରୀ ସାମନ୍ତ ତାଙ୍କୁ
କୃତଜ୍ଞତା ଜଣାଇବା ସହ କିସ୍‍ର ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ଶୁଭେଚ୍ଛା ସର୍ବଦା ଅମିତାଭଙ୍କ ରହିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *