ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ଖୋର୍ଦ୍ଧାଜିଲ୍ଲା ପକ୍ଷରୁ ଅଲୋଚନା ଚକ୍ର

ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ଖୋର୍ଦ୍ଧାଜିଲ୍ଲା ପକ୍ଷରୁ ଅଲୋଚନା ଚକ୍ର
ବି·ର ବିଭାଗୀୟ ସ୍ୱାଧୀନତାରେ ଆଇନଜୀବୀଙ୍କ ଭୂମିକା
ଭୁବନେଶ୍ୱର -୨/୧୨ : ଭାରତ ଗଣତନ୍ତ୍ରର ଯେଉଁ ·ରୋଟି ସ୍ତମ୍ଭ ରହିଛି ସେଥି ମଧ୍ୟରୁ ବି·ରବିଭାଗ ଅନ୍ୟତମ । ଗତକାଲି ସର୍ବ ଭାରତୀୟ ଓକିଲ ସଂଘ, ଖୋର୍ଦ୍ଧା ଜିଲ୍ଲା ଶାଖାର ଏକ ବୈଠକ ଇନ୍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ଆଇନଜୀବୀ ଏବଂ ଓଡିଶା ବାରକାଉନସିଲର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଦଘାଟନୀ ସଭାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଓକିଲମାନଙ୍କ ଦାୟିତ୍ୱବୋଧ, ର୍କବ୍ୟ ଓ ଜିଲ୍ଲାଶାଖାର କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ “ବି·ର ବିଭାଗୀୟ ସ୍ୱାଧୀନତାରେ ଆଇନଜୀବୀଙ୍କ ଭୂମିକା”ଶୀର୍ଷକ ଆଲୋଚନା ଚକ୍ରରେ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପାଣିଗ୍ରାହୀ, ରାଜ୍ୟ ବାର କାଉନସିଲର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ବରିଷ୍ଠ ଆଇନଜୀବୀ ଅଜିତ ଦାସ ପ୍ରମୁଖ ବହୁ ଆଇନଜୀବୀ ଯୋଗ ଦେଇ ନିଜର ମତାମତ ରଖିଥିଲେ । ଉକ୍ତ ସଭାରେ ଖୋର୍ଦ୍ଧାଜିଲ୍ଲା ପକ୍ଷରୁ କର୍ମର୍କା ନିର୍ବାଚନ କରାଯାଇ କର୍ମର୍କାଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ସର୍ବଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ ଖୋର୍ଦ୍ଧା ଶାଖାର ସଭାପତି ଭାବରେ ନିର୍ବାଚିତ ହୋଇଥିଲା ବେଳେ ସୁଶାନ୍ତ କୁମାର ଦାସ ଉପସଭାପତି, ଶ୍ରୀମତୀ ସଙ୍ଗୀତା ପଟ୍ଟନାୟକ ସାଧାରଣ ସମ୍ପାଦିକା ଓ ଦୀପ୍ତି ପ୍ରସାଦ ନନ୍ଦ ସହକାରୀ ସମ୍ପାଦକ, ଖାରବେଳ ଐର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହି ବୈଠକରେ ସର୍ବସମ୍ମତିକ୍ରମେ ଓକିଲମାନଙ୍କ ପାଇଁ ଷ୍ଟାଇପେଣ୍ଡ ଏବଂ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବ ପାରିତ କରାଯାଇ ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରାଯାଇଅଛି । କାର୍ଯ୍ୟକ୍ରମକୁ ସୁରେଶ ଚନ୍ଦ୍ର ରାଉତରାୟ ପରି·ଳନା କରିଥିଲେ ବୋଲି ସାଧାରଣ ସମ୍ପାଦିକା ସଙ୍ଗୀତା ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *