ଅଯୋଧ୍ୟା ମାମଲା ର ଦୀର୍ଘ ଚାଳିଶ ଦିନ ର ଲଗାତାର ଶୁଣାଣି ପରେ ଗତ ଅକ୍ଟୋବର ୧୬ ତାରିଖ ଦିନ ସୁପ୍ରିମକୋର୍ଟ ର ସାମ୍ବିଧାନିକ ଖଣ୍ଡପୀଠ ମାମଲା ର ରାୟ କୁ ସଂରକ୍ଷିତ ରଖିଛନ୍ତି।

ଅଯୋଧ୍ୟା ମାମଲା ର ଦୀର୍ଘ ଚାଳିଶ ଦିନ ର ଲଗାତାର ଶୁଣାଣି ପରେ ଗତ ଅକ୍ଟୋବର ୧୬ ତାରିଖ ଦିନ ସୁପ୍ରିମକୋର୍ଟ ର ସାମ୍ବିଧାନିକ ଖଣ୍ଡପୀଠ ମାମଲା ର ରାୟ କୁ ସଂରକ୍ଷିତ ରଖିଛନ୍ତି।

ଭୁବନେଶ୍ୱର: ଏହି ରାୟ ଆସନ୍ତା ୧୭ ନଭେମ୍ବର ପୂର୍ବ ରୁ ଅର୍ଥାତ ମୁଖ୍ୟ ନ୍ୟାୟାଧୀଶ ଙ୍କ ଅବସର ପୂର୍ବରୁ ଆସିବାର ସମ୍ଭାବନା ରହିଅଛି।

ଏହି ମାମଲା ସବୁବେଳେ ଏକ ଅଛିଣ୍ଡା ବିଷୟ ଭାବେ ରହିଅଛି, ଯାହା କି ନ୍ୟାୟାଳୟ ର ଶେଷ ନିଷ୍ପତ୍ତି ପରେ ମଧ୍ୟ ଉଭୟ ଦଳ କୁ ଉପଯୁକ୍ତ  ନ୍ୟାୟ ଦେଇ ନ ପାରେ ଏବଂ ଉଭୟ ସମ୍ପ୍ରଦାୟ  ଙ୍କ  ମଧ୍ୟରେ ଏକ ଉତ୍ତେଜନା  ସୃଷ୍ଟି  କରିପାରେ |  ନିକଟରେ ଜଣେ  ରାଜନୈତିକ ନେତା ଲୋକଙ୍କୁ କହିବାର  ଶୁଣା ଯାଇଛି, ଅଳଙ୍କାର  ବଦଳ ରେ  ଏଥର ପର୍ବ ପର୍ବାଣୀ ରେ ଅସ୍ତ୍ର ଶସ୍ତ୍ର କିଣିବା  ଉଚିତ, ଯାହା ନିଶ୍ଚିତ ରୂପେ ଗଭୀର ଚିନ୍ତା ର ବିଷୟ।

ଦେଶ ବର୍ତ୍ତମାନ ଉଚ୍ଚତମ ନ୍ୟାୟାଳୟ ର ଶେଷ ନିଷ୍ପତ୍ତି କୁ ଅପେକ୍ଷା କରିଛି ଏବଂ ନ୍ୟାୟିକ ଖଣ୍ଡପୀଠ ଦ୍ୱାରା ଏକ ଚତୁର୍ଥାଂଶ ନିଷ୍ପତ୍ତି ଆସିବାର ଏକ ଉଚ୍ଚ ସମ୍ଭାବନା  ଅଛି.  ଅପରପକ୍ଷ ରେ ମଧ୍ୟସ୍ଥତା ମାଧ୍ୟମରେ ଏକ ବିକଳ୍ପ ରାସ୍ତା ବାହାରିବାର ଅନେକ ସମ୍ଭାବନା ରହିଛି, ଯାହାକୁ ଅନେକ ଭାରତୀୟ ଆଶା କରି ରହିଛନ୍ତି ଯଦି ବାସ୍ତବ ରେ ମଧ୍ୟସ୍ଥତା ମାଧ୍ୟମରେ ଏହି ମାମଲା ର ଏକ ଶାନ୍ତି ପୂର୍ଣ୍ଣ ସମାଧାନ ସମ୍ଭବ ହୁଏ ତାହେଲେ ଏହା ଏକ ସୌଜନ୍ୟପୂର୍ଣ୍ଣ ଭାଇ ଚାରା ର ଐତିହାସିକ ଉଦାହରଣ ହେବ, ଯାହା ଭାରତ ବିଶ୍ୱ ମାନଚିତ୍ର ରେ ଏକ ପରିପକ୍ଵ ସମୃଦ୍ଧିଶାଳୀ ଗଣତନ୍ତ୍ର ହେବାର ଯଶଗାଥା ବହନ କରିବ।

ଏହି ବର୍ଷ ଗତମାର୍ଚ୍ଚ 8ତାରିଖ ରେ ସୁପ୍ରିମ କୋର୍ଟ ଏକ ମଧ୍ୟସ୍ଥ କମିଟି ତିନି  ଜଣ ସଦସ୍ୟ  ଙ୍କୁ ନେଇ ଗଠନ କରିଥିଲେ ଏଥିରେ ପୂର୍ବତନ ସୁପ୍ରିମ କୋର୍ଟ  ନ୍ୟାୟାଧୀଶ ଏଫ. ଏମ ଖଲିଫୁଲା,ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ବରିଷ୍ଠ ଓକିଲ ଶ୍ରୀରାମ  ପଞ୍ଚୁ ସଦସ୍ୟ ଭାବେ ରହିଛନ୍ତି।

ଯଦି ମଧ୍ୟସ୍ଥତା ସଫଳ ହେବ ତାହେଲେ ଶ୍ରୀ ଶ୍ରୀ ରବି ଶଙ୍କର ଭାରତବର୍ଷରେ ଅଶେଷ ଧନ୍ୟବାଦ ର ପାତ୍ର ହେବେ. ଜନତା ଙ୍କ ସମ୍ପର୍କ  ରେ ରହି ଏକ ନିରନ୍ତର ଉଦ୍ୟମ ରେ ଶ୍ରୀ ଶ୍ରୀ ରବି ଶଙ୍କର ମୈତ୍ରୀ ପୂର୍ଣ୍ଣ ଏକ  ବନ୍ଦୋବସ୍ତ କରିବାରେ ସଫଳ ହୋଇଛନ୍ତି।ଗତ ୨୦୧୭-୧୮ ମସିହାରୁ ଶ୍ରୀ ଶ୍ରୀ କୋର୍ଟ  ବାହାରେ  ଏହି ମାମଲା ର  ସମାଧାନ ପାଇଁ  ନିଜସ୍ବ ଉଦ୍ୟମ ରୁବନ୍ଦୋବସ୍ତ କରି ଆସିଛନ୍ତି।ଶ୍ରୀ ଶ୍ରୀ ସେହି ଦ୍ୱନ୍ଦ୍ୱ ପୂର୍ଣ୍ଣ  ସ୍ଥାନ କୁ ବାରମ୍ବାର  ଗସ୍ତ କରିଛନ୍ତି ଏବଂ ଅନେକ ଥର ମୁସଲିମ ପ୍ରସ୍ତିନିଧି ତାଙ୍କୁ ବାଙ୍ଗାଲୋର ଆଶ୍ରମ  ରେ ମଧ୍ୟ ମିସିଛନ୍ତି ତଥା ଅନେକ ସମୟ ରେ ଉତ୍ତରପ୍ରଦେଶ ଯାଇ ମାମଲା ର ସମ୍ବନ୍ଧୀୟ ବ୍ୟକ୍ତି ମାନଙ୍କୁ ସାକ୍ଷାତ କରିଛନ୍ତି।

ଶ୍ରୀ ଶ୍ରୀ ମଧ୍ୟସ୍ଥି ଦଳ ର ସଦସ୍ୟ ହେବା ର ବହୁତ ପୂର୍ବରୁ ଏହି ମାମଲା ର ଏକ ଅପୋଷ ସମାଧାନ ର ଏକ ଦୃଢ ସ୍ୱର ରୂପେ ଉଭା ହୋଇଥିଲେ।ଶହ ଶହ  ବର୍ଷ ରୁ ଚାଲି ଆସୁଥିବା ଏହି ସଂଘର୍ଷ ର ସୌଜନ୍ୟ  ପୂର୍ଣ୍ଣ ସମାଧାନ ଲାଗି ସର୍ବ ସାଧାରଣ ରେ ଅନେକ ଥର ଅପିଲ କରିଛନ୍ତି. ସର୍ବ ପ୍ରଥମେ ସିଏ ଅଗ୍ରଣୀ ଭାବେ ସେ୨୦୦୩ ରେ ଶାନ୍ତି,ମୈତ୍ରୀ ଏବଂ ମଧ୍ୟସ୍ଥତା ର ଏକ ଦୃଢ଼ ବିଶ୍ୱାସଯୋଗ୍ୟ ପ୍ରସ୍ତାବ  ଦେଇଥିଲେ, ଯାହା ଏବେ ଷୋହଳ  ବର୍ଷ ପରେ କାର୍ଯ୍ୟ କାରୀ  ହେଉଛି।

୨୦୧୭ ର ଶେଷ ଆଡକୁ ଶ୍ରୀ ଶ୍ରୀ ଅଯୋଧ୍ୟା ରେ ମୋକଦମା  ରେ ସମ୍ପୃକ୍ତ ଥିବା ଚିନ୍ତିତ ବ୍ୟକ୍ତି ଙ୍କ ମଧ୍ୟରେ ଏକମତ ସୃଷ୍ଟି କରିବା ପ୍ରକ୍ରିୟା କୁ ଜୋର ଦେଇଥିଲେ. ଏପରିକି ଭାରତ ର ସୁପ୍ରିମ କୋର୍ଟ ଏହାକୁ ବିଚାର କରି ମଧ୍ୟସ୍ଥତା ପ୍ରଣାଳୀ କୁ ଯୋଗ୍ୟ ବିଚାର କରିପାରିଥିଲେ ଯାହାକି ସମ୍ପୂର୍ଣ୍ଣ ରୂପେ ନ୍ୟାୟିକ ତଥା ନ୍ୟାୟାଳୟ ଅଧିନସ୍ତ ମାମଲା ରହିଥିଲା।

ସବୁ ଥର  ଭଳି ଏହା  ଏକ ବଡ  ଆହ୍ୱାନ ଥିଲ, କିନ୍ତୁ ଏହା ପ୍ରଥମ  ଥର  ନୁହେଁ ଆର୍ଟ ଅଫ ଲିଭିଂ ର ପ୍ରତିଷ୍ଠାତା ହସ୍ତକ୍ଷେପ  କରି  ଏପରି ଏକ ଦୀର୍ଘ ଦିନ ଲାଗି ରହିଥିବା ସାମ୍ପ୍ରଦାୟିକ ଏବଂ ଉତ୍ତେଜନା ପୂର୍ଣ୍ଣ ମାମଲା ରେ ହସ୍ତ କ୍ଷେପ କରି ବିଚାର ଯୋଗ୍ୟ  ସଫଳତା ପାଇଛନ୍ତି. ମାନବବାଦୀ ଗୁରୁ ବିଶ୍ୱ ବ୍ୟାପି ଦ୍ଵନ୍ଦ ପୂର୍ଣ୍ଣ ପରିସ୍ଥିତି ରେ ଦୃଢ଼ ବାର୍ତ୍ତାଳାପ ଏବଂ ସମ୍ପର୍କ  ଗଢିବା ରେ ଅଂଶଦାନ  କରିପାରିଛନ୍ତି।

ସେ  ରାଜ୍ୟ ବ୍ୟାପୀ ବନ୍ଦ ସମୟରେ ୧୨୦୦୦ କାଶ୍ମିରବାସୀ ସାଧାରଣତଃ  ମହିଳା ଶାନ୍ତି ପାଇଁ ଏକାଠି ହୋଇ ଥିବା ଲୋକଙ୍କୁ ସମ୍ବୋଧନ କରିବା ହେଉ ଅବା ଉତ୍ତରପୂର୍ବ ରାଜ୍ୟ ର ୬୭ ଟି ବଡ ବିଛିନ୍ନତାବାଦୀ ସଂଗଠନ କୁ ଶାନ୍ତି ର ଗୋଟିଏ ମଞ୍ଚ କୁ ଆଣି ଗୌହାଟୀ ଶାନ୍ତି ଚୁକ୍ତି କୁ ପ୍ରଣୋଦିତ କରି ବିକାଶ ର ଏକ ନୂତନ ଢାଞ୍ଚା ପ୍ରସ୍ତୁତ କରିବା ହେଉ ଅବା କଲମ୍ବିଆ ରେ ଗାନ୍ଧିଜୀ ଙ୍କ ଅହିଂସା ଆନ୍ଦୋଳନ କୁ ପ୍ରୟୋଗ କରି ଏଫଏ ଆର ସି ର ବିଦ୍ରୋହୀ ଗୋଷ୍ଟି ଙ୍କୁ ବୁଝାଇପାରିଥିଲେ ଏବଂ ଅନେକ ଦିନ ର ଗୃହଯୁଦ୍ଧ କୁ ସଫଳତା ପୂର୍ବକ ଶେଷ କରିବା ହେଉ  ଯୋଉଁଥିପାଇଁ  ତାଙ୍କୁ କଲମ୍ବିଆ ର ସର୍ବୋଚ୍ଚ ସାମାଜିକ ସମ୍ମାନ  ମିଳିଅଛି, ଶ୍ରୀ ଶ୍ରୀ ରବି ଶଙ୍କର ସମୟାନୁସାରେ ଉତ୍ତପ୍ତ ରାଜନୈତିକ ଦ୍ଵନ୍ଦ ରେ ସଂଳାପ ଲାଗି ସ୍ଥାନ  ସୃଷ୍ଟି  କରିପାରିଛନ୍ତି

ନଭେମ୍ବର ୧୦, ୨୦୧୭ଶ୍ରୀ ଶ୍ରୀ ରବି ଶଙ୍କର,  ପୈଗାମ -ଇ -ମୋହବତ ଏକ ଅଦ୍ଭୁତ ପୂର୍ଵ ବନ୍ଧୁତ୍ୱ ର ପୁନଃ ସ୍ଥାପନ କାର୍ଯ୍ୟକ୍ରମ ଶହୀଦ ହୋଇଥିବା ସୁରକ୍ଷା କର୍ମୀ ଙ୍କ ପରିବାର ସଦସ୍ୟ, ଦ୍ୱିପାକ୍ଷିକ ଗୁଳି ଚାଳନ ରେ ଯେଉଁ ଲୋକ ମୃତ୍ୟୁବରଣ କରିଛନ୍ତି ତାଙ୍କ ପରିବାର ଙ୍କୁ ଆମନ୍ତ୍ରଣ କରି ବାଙ୍ଗାଲୋର ରେ ସତ୍କାର କରିଥିଲେ. ଏହି  କାର୍ଯ୍ୟକ୍ରମ ରେ  ୨୦୦ପରିବାର ଲୋକ ଯେଉଁ ମାନେ ତାଙ୍କର ପ୍ରିୟ ଜନ ଙ୍କୁ ହରାଇଛନ୍ତି କ୍ଷମା ଏବଂ ଶାନ୍ତି କୁ ଏକ ସୁଯୋଗ ଦେବା ଲାଗି ଏକ ମଞ୍ଚରେ ଏକତ୍ରିତ ହୋଇ ଥିଲେ.

ଉତ୍ତର ପୂର୍ଵ ରେ ଶାନ୍ତି ପ୍ରତିଷ୍ଠା ରେ ଶ୍ରୀ ଶ୍ରୀ ଏକ ମୁଖ୍ୟ ଭୂମିକା ବହନ କରିଥିଲେ. ବିପ୍ଲବୀ ବିଛିନ୍ନତାବାଦୀ ଦଳ ର ୭୦୦ ଗରିଲା ଯୋଦ୍ଧାଙ୍କୁ ମୁଖ୍ୟ ଧାରାକୁ ଆଣି ତାଙ୍କୁ ବାଙ୍ଗାଲୋର ରେ ୨୦୧୩ ରେ ପୁନଃ ସ୍ଥାପନା କେନ୍ଦ୍ର ରେ ରଖି ପ୍ରଶିକ୍ଷଣ  ଦେଇଥିଲେ. ଆଜି ସେମାନେ ସାଧାରଣ  ଜୀବନ  ଯାପନ  କରୁଛନ୍ତି. କେତେ ଜଣ କୃଷି କରୁଛନ୍ତି, କେତେ ଜଣ ନିଜର ବ୍ୟବସାୟ  କରୁଛନ୍ତି. ସେହିପରି ମଣିପୁର ରେ ୬୮ଜଣ ସଶସ୍ତ୍ର ବିପ୍ଲବୀ ୨୦୧୭ ରେ  ଆତ୍ମ ସମର୍ପଣ  କରିଥିଲେ. ଏବଂ ବର୍ତ୍ତମାନ  ସେମାନେ ପୁନଃ ଅବସ୍ଥାପିତ ସଂସ୍ଥା ର ସହାୟତା ରେ ରହିଛନ୍ତି।

ଅତିଶୟ ଉତ୍ତେଜନା ପୂର୍ଣ୍ଣ ସ୍ଥାନ ସିରିଆ ଏବଂ ଇରାକ ରେ ତାଙ୍କର ସଂସ୍ଥା ଗଭୀର ମାନସିକ ଧକ୍କା ପ୍ରାପ୍ତ ଲୋକଙ୍କୁ ଉପଶମ ଦେବା, ପୁନଃ ଥଇଥାନ  କରିବା ଅତ୍ୟନ୍ତ ହିଂସା ଗ୍ରସ୍ତ ଅଞ୍ଚଳ ଯେଉଁ ସ୍ଥାନ କୁ ମାନବିକ ସଂସ୍ଥା ପହଂଚିବା କଷ୍ଟକର, ଆର୍ଟ ଅଫ ଲିଭିଂ ସଂସ୍ଥା ର ସ୍ୱୟଂ ସେବକ ମାନେ ୟାଜିଦି ସମ୍ପ୍ରଦାୟ ( ଇରାକ ର ଅଳ୍ପ ସଂଖ୍ୟକ ଧାର୍ମିକ ସମ୍ପ୍ରଦାୟ )ସାମୁହିକ ହତ୍ୟା  ରେ ପୀଡିତ ଏବଂ ଆଇ ଏସ ଆଇ ଏସ ଙ୍କ  ଦ୍ୱାରା ଦଣ୍ଡିତ ହୋଇଥିବା ଲୋକଙ୍କ ସହ  କାର୍ଯ୍ୟ କରୁଛନ୍ତି.

୨୦୦୮ ରେ ଶ୍ରୀ ଶ୍ରୀ ଇରାକ ଦ୍ଵନ୍ଦ ସମୟରେ  ସବୁ ପ୍ରକାର  ଧାର୍ମିକ ଗୁରୁ (ସିହା, ସୁନ୍ନୀ ଏବଂ କୁର୍ଦ୍ସ ଅନ୍ୟ ମାନଙ୍କ  ମଧ୍ୟରେ )ଙ୍କ ସହ ସାକ୍ଷାତ  କରିଥିଲେ. ସେଇ ସମୟ ରେ ସ୍ୱଳ୍ପ  ବିଶ୍ୱ ନେତା  ଏହା  କରିପାରିଥିଲେ. ଇରାକ କୁ ସେ ତିନି ଥର ଭ୍ରମଣ  କରିବାକୁ  ଯାଇଥିଲେ. ସିଏ ଏକମାତ୍ର  ଭାରତୀୟ  ଧର୍ମ ଗୁରୁ ଯାହାଙ୍କୁ ସେ ସମୟର ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ଦ୍ବନ୍ଦରେ କ୍ଷତି ଗ୍ରସ୍ତ ଦେଶକୁ ଭ୍ରମଣ  କରିବାକୁ.

ଶ୍ରୀ ଶ୍ରୀ ଙ୍କର ଏହି ଉଦ୍ୟମ ବିଶ୍ଵଶାନ୍ତି ଏବଂ ଶିକ୍ଷା ପାଇଁ ଏକ ଅତ୍ୟନ୍ତ ସଫଳ ପ୍ରୟାସ ଥିଲା।ପୂର୍ବତନ ଇରାକୀ ପ୍ରଧାନମନ୍ତ୍ରୀ ନୁରି ଏଲ ମାଲିକ ଶ୍ରୀ ଶ୍ରୀ ଙ୍କ ବିଷୟ ରେ କହିଥିଲେ ଯେ ବିଶ୍ୱ ରେ ଅନେକ ବଡ଼ ବଡ଼ ଶକ୍ତି ଅଛନ୍ତି କିନ୍ତୁ ସେମାନେ ମାନବୀୟ ମୂଲ୍ୟବୋଧ ବୁଝି ଲୋକଙ୍କୁ ଏକ ସଙ୍ଗେ ଆଣିବାକୁ ସମର୍ଥ ନୁହଁନ୍ତି ଏହି କାମ କେବଳ ଜଣେ ଆଧ୍ୟାତ୍ମିକ ଗୁରୁ ହିଁ କରିପାରିବେ।

Leave a Reply

Your email address will not be published. Required fields are marked *