ଭୁବନେଶ୍ଵର ବିମାନବନ୍ଧର ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ!

ଭୁବନେଶ୍ଵର ବିମାନବନ୍ଧର ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ!

ଭୁବନେଶ୍ଵର: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵର ଠାରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଆନ୍ଧ ପ୍ରଦେଶର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶ ସତ୍ୟଜିତ୍‌ ମହାନ୍ତି ପ୍ରମୁଖ ରାଷ୍ଟ୍ରପତିଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରେ ସ୍ଵାଗତ କରିଥିଲେ! । ଖୋର୍ଦ୍ଧାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ରା ଷ୍ଟ୍ରପତି ଆଜି ରାଜଭବନରେ ରାତ୍ରିଯାପନ କରିବେ । ରବିବାର ଦିନ ସକାଳ ୧୦.୩୫ ସମୟରେ ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତାପରେ ବାଣୀବିହାର ସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳର ୧୨.୩୦ କାର୍ଯ୍ୟକ୍ରମରେ ଯୋଗ ଦେବେ କଯ୍ୟକ୍ରମ ସାରି ରାଜଭବନ ଯିବେ ! ବିଶ୍ରାମ ନେଇ ଆୱାର୍ଡ ପ୍ରୋଗ୍ରାମ ସାରି ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ସହିତ ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଆସିଛନ୍ତି ।

Leave a Reply

Your email address will not be published. Required fields are marked *