ସର୍ବଭାରତୀୟ ଧର୍ମଘଟରେ ଏ.ଆଇ.ଡ଼ି.ଏସ୍.ଓ. ପକ୍ଷରୁ ବିଭିନ୍ନ ଜାଗାରେ ପ୍ରତିବାଦ

ସର୍ବଭାରତୀୟ ଧର୍ମଘଟରେ ଏ.ଆଇ.ଡ଼ି.ଏସ୍.ଓ. ପକ୍ଷରୁ ବିଭିନ୍ନ ଜାଗାରେ ପ୍ରତିବାଦ
ଭୁବନେଶ୍ୱର, ୮.୧ : ଜାତୀୟ ଶିକ୍ଷାନୀତି ଖସଡ଼ା ୨୦୧୯ ବାତିଲ୍, ସି.ଏ.ଏ ଓ ଏନ୍.ଆର.ସି. ପ୍ରତ୍ୟାହାର, ମେଡ଼ିକାଲ ଶିକ୍ଷା ଧ୍ୱଂସକାରୀ,ଏନ୍.ଏମ୍.ସି. ବିଲ୍ ପ୍ରତ୍ୟାହାର, ଜେ.ଏନ୍.ୟୁ ଛାତ୍ର ଆକ୍ରମଣ ଘଟଣାରେ ସମ୍ପୃକ୍ତ ଛାତ୍ର ଓ ଏ.ବି.ଭି.ପି. କର୍ମର୍କାଙ୍କୁ ଗିରଫ, ଶିକ୍ଷାର ବ୍ୟବସାୟୀକରଣ, ଘରୋଇକରଣ ଓ ସାମ୍ପ୍ରଦାୟିକରଣ ବନ୍ଦ, ଛାତ୍ରୀ ଓ ମହିଳାମାନଙ୍କୁ ସୁରକ୍ଷା ଦେବା ତଥା ଅନ୍ୟାନ୍ୟ ଶିକ୍ଷାଗତ ଦାବିରେ ଅଲ୍ ଇଣ୍ଡିଆ ଡ଼ି.ଏସ୍.ଓ. ପକ୍ଷରୁ ସର୍ବଭାରତୀୟ ଛାତ୍ର ଧର୍ମଘଟ ଡ଼ାକରା ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ସଂଗଠନ ତରଫରୁ ଶୋଭାଯାତ୍ରା, ପ୍ରତିବାତ ମିଟିଂ କରାଯାଇଛି । ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ରାଲି ଆରମ୍ଭ ହୋଇ ମାଷ୍ଟର କ୍ୟାିନଠାରେ ପôହଛି । ସଂଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକ, ରେଖା ଦଣ୍ଡପାଟ, ସ୍ୱସ୍ତି ସଙ୍ଗିତା ଦଳାଇ, ସପ୍ତର୍ଷିନୀ ରାଉଳ ପ୍ରମୁଖ ଗିରଫ ହୋଇଛନ୍ତି । ରାଜ୍ୟର କୋରାପୁଟ, ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବଲାଙ୍ଗୀର ପ୍ରମୁଖ ଜିଲ୍ଲାରେ ଅଲ୍ ଇଣ୍ଡିଆ ଡ଼ି.ଏସ୍.ଓ. ପକ୍ଷରୁ ଦିଆଯାଇଥିବା ଧର୍ମଘଟକୁ ସମର୍ଥନ କରି ଛାତ୍ରଛାତ୍ରୀମାନେ ମଧ୍ୟ ଶ୍ରେଣୀ ବର୍ଜନ କରିଛନ୍ତି । ସର୍ବଭାରତୀୟ ଛାତ୍ର ଧର୍ମଘଟ ରାଜ୍ୟରେ ସଫଳ ଭାବରେ ଅନୁଷ୍ଠିତ ହୋଇଥିବାରୁ ସଂଗଠନ ତରଫରୁ ଛାତ୍ର ସମାଜକୁ ଧନ୍ୟବାଦ ଦିଆଯାଇଛି । ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଶ୍ରମିକମାନଙ୍କର ସମସ୍ୟାର ସମାଧାନ ଦାବିରେ ଦିଆଯାଇଥିବା ସାଧାରଣ ଧର୍ମଘଟକୁ ମଧ୍ୟ ଅଲ୍ ଇଣ୍ଡିଆ ଡ଼ି.ଏସ୍.ଓ. ତରପରୁ ସମର୍ଥନ କରାଯାଇଛି ।

Leave a Reply

Your email address will not be published. Required fields are marked *