ଜାତୀୟ ଶିକ୍ଷାନୀତି-୨୦୧୯ ପ୍ରତ୍ଯାହାର ଦାଵିରେ ୧୩ଡିସେମ୍ଵର ଭୁଵନେଶ୍ଵର ଚାଲ।

ଜାତୀୟ ଶିକ୍ଷାନୀତି-୨୦୧୯ ପ୍ରତ୍ଯାହାର ଦାଵିରେ ୧୩ଡିସେମ୍ଵର ଭୁଵନେଶ୍ଵର ଚାଲ।

ଭୁବନେଶ୍ୱର:ଅଙ୍ଗନଓ୍ଵାଡି କର୍ମୀ,ମିନି କର୍ମୀ ଓ ସହାୟିକା ଭଉଣୀମାନେ,ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ପକ୍ଷରୁ ସଂଗ୍ରାମୀ ଅଭିନନ୍ଦନ ଜଣାଉଛି।ଆପଣ ଜାଣନ୍ତି କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି-୨୦୧୯ଅନୁମୋଦନ କଲେଣି।ଏହା କାର୍ଯକାରୀ ହେଲେ ପ୍ରାକ ଵିଦ୍ଯାଳୟ ଶିଶୁମାନଙ୍କୁ ନିକଟସ୍ଥ ପ୍ରାଥମିକ ଵିଦ୍ଯାଳୟରେ ସାମିଲ କରିଵା ସହ ଆଇସିଡିଏସ ଵନ୍ଦ କରିଦିଆଯିଵ।ଦେଶର ୩୦ଲକ୍ଷ ଅଙ୍ଗନଓ୍ଵାଡି କେନ୍ଦ୍ର ଵନ୍ଦ ହୋଇଯିଵ।ଏହି ଜାତୀୟ ଶିକ୍ଷାନୀତିରେ ଅଙ୍ଗନଓ୍ଵାଡି କର୍ମୀ,ମିନିକର୍ମୀ ଓ ସହାୟିକା ମାନଙ୍କ ପାଇଁ ଚାକିରୀ ଭ୍ଯଵସ୍ଥା ନାହିଁ।ମିଛରେ ଶାସକ ଗୋଷ୍ଠୀ ଵିଭିନ୍ନ ଚର୍ଚ୍ଚା କରୁଥିଲେହେଁ ୪୮୪ପୃଷ୍ଠା ସମ୍ଵଳିତ ଶିକ୍ଷାନୀତିରେ ଏହା ସ୍ପଷ୍ଟ ହୋଇଯାଇଛି।ଅଙ୍ଗନଓ୍ଵାଡି କେନ୍ଦ୍ର ଓ ଆଇସିଡିଏସ ରହିଲେ ଆମ ଚାକିରୀ ରହିଵ।ଚାକିରୀ ଳହିଲେ ଡିଉଟି କରିଵୁ,ମାତ୍ର ସରକାର ଏହାକୁ ଚତୁରତାର ସହ ଵନ୍ଦ ଉଦ୍ଯମ କରିଛି।ଏହା ଵିରୁଦ୍ଧରେ ଗତ ଜୁଲାଇ ୧୯ରେ ଭୁଵନେଶ୍ଵର ଜୟଦେଵ ଭଵନରେ ଅଙ୍ଗନଓ୍ଵାଡି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ରାଜ୍ଯ ସ୍ତରୀୟ ଆଲୋଚନାଚକ୍ର ଓ ୨୨ନଭେମ୍ଵରେ ଵାଲେଶ୍ଵର ସମେତ ରାଜ୍ଯସାରା ମାନ୍ଯଵର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାଵିପତ୍ର ପଠାଯାଇଛି।ଏହି ଆଇସିଡିଏସ ଵିରୋଧୀ ଜାତୀୟ ଶିକ୍ଷାନୀତି-୨୦୧୯ ପ୍ରତ୍ଯାହାର ସହ ଆଇସିଡିଏସ ଏଵଂ ଅଙ୍ଗନଓ୍ଵାଡିକୁ ସାର୍ଵଜନିନକରଣ କରାଇ ଅଙ୍ଗନଓ୍ଵାଡି କେନ୍ଦ୍ରକୁ ପ୍ରାକ୍ ଵିଦ୍ଯାଳୟ ଶିକ୍ଷାନୁଷ୍ଠାନ ଘୋଷଣା କରି,ଅଙ୍ଗନଓ୍ଵାଡି କର୍ମୀ ଓ ମିନି କର୍ମୀଙ୍କୁ ପ୍ରାଥମିକ ଶିକ୍ଷୟିତ୍ରୀ,ଓ ସହାୟିକାମାନଙ୍କୁ ସହକାରୀ ଶିକ୍ଷୟିତ୍ରୀ ମାନ୍ଯତା ସହ ପ୍ରାଥମିକ ଶିକ୍ଷକଙ୍କ ସହ ସମାନ ହାରରେ ଵେତନ ଵ୍ଯଵସ୍ଥା,ସମସ୍ତ କେନ୍ଦ୍ର ପାଇଁ ଆଵଶ୍ଯକୀୟ ଉତ୍ତମ ଭିତ୍ତିଭୁମି ଵ୍ଯଵସ୍ଥା କରିଵା ଓ ଏସଏନପି ତଥା ଗଳମ ରନ୍ଧା ଖାଦ୍ଯ ସମେତ ଘରୋଇ ଵ୍ଯଵସାୟିକ ଯୋଗାଣ ଵନ୍ଦ କରିଵା,ପ୍ରତ୍ଯେକ କେନ୍ଦ୍ରକୁ ଵିଦ୍ଯୁତ ସଂଯୋଗ,ଜାଳେଣି ଗ୍ଯାସ ସଂଯୋଗ ସହ ସମସ୍ତ କର୍ମଚାରୀଙ୍କୁ ସମସ୍ତ ସାମାଜିକ ନିରାପତ୍ତା ଯୋଗାଣ ଦାଵିରେ ଆସନ୍ତା ୧୩ଡିସେମ୍ଵର ଭୁଵନେଶ୍ଵର ଠାରେ ଅଙ୍ଗନଓ୍ଵାଡି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ମହା ସମାଵେଶ ଅନୁଷ୍ଠିତ ହେଵ।ତେଣୁ ନିଜର ଭଵିଶ୍ଯତ ଜୀଵନ ଜୀଵିକା ସୁରକ୍ଷାପାଇଁ ଐକ୍ଯଵଦ୍ଧଭାଵେ ଏହି ମହା ସମାଵେଶର ସଫଳତାପାଇଁ ସମସ୍ତ କେନ୍ଦ୍ର ଵନ୍ଦରଖି ଭୁବନେଶ୍ଵର ଚାଲନ୍ତୁ।

ଵଞ୍ଚିଵା ପାଇଁ ଲଢିଵା – ଲଢିଵା ପାଇଁ ଵଞ୍ଚି

Leave a Reply

Your email address will not be published. Required fields are marked *