ସବୁ ଜିଲ୍ଲା ପ୍ରଶାସନକୁ ଚିଠି: ଆଜିଠାରୁ କଡାକଡି ଭାଭେ ୧୦ଟି ଟ୍ରାଫିକ୍ ନିୟମ ଲାଗୁ ହେବ!

ସବୁ ଜିଲ୍ଲା ପ୍ରଶାସନକୁ ଚିଠି: ଆଜିଠାରୁ କଡାକଡି ଭାଭେ ୧୦ଟି ଟ୍ରାଫିକ୍ ନିୟମ ଲାଗୁ ହେବ!

ଭୁବନେଶ୍ୱର : ସବୁ ଜିଲ୍ଲା ପ୍ରଶାସନକୁ ଚିଠି:ଆଜିଠାରୁ କଡାକଡି ଭାଭେ ୧୦ଟି ଟ୍ରାଫିକ୍ ନିୟମ ଲାଗୁ ହେବ!
ଡିସେମ୍ବର ୧ ତାରିଖ । ଟ୍ରାଫିକ୍ ଯାଞ୍ଚ ପାଇଁ କୋହଳ ହୋଇଥିବା ଡେଡ୍ ଲାଇନ୍ ସରିଯାଇଛି । ସରକାର କାଗଜପତ୍ର ପ୍ରସ୍ତୁତି ପାଇଁ ଆଉ ୩ ମାସ ସମୟ ବୃଦ୍ଧି କରିଥିବା ବେଳେ ଆଜିଠାରୁ ୧୦ଟି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ । ସବୁ ଜିଲ୍ଲା ପ୍ରଶାସନକୁ ଏହାକୁ ଲାଗୁ କରିବାକୁ ଚିଠି ପଠା ହୋଇଛି

ମେଟ୍ରୋ ସହର ଭଳି ଓଡ଼ିଶାରେ ସିସିଟିଭିରେ ନିୟମ ଖିଲାପକାରୀଙ୍କୁ ଚିହ୍ନଟ କରି ଆଜିଠାରୁ ଘରକୁ ଚାଲାଣ ପଠାଇବ ପରିବହନ ବିଭାଗ । ଆଜିଠାରୁ ଭୁବନେଶ୍ୱରରେ ପ୍ରଥମ କରି ଏହି ସେବାର ଆରମ୍ଭ କରାଜିଭ। ରାଜଧାନୀର ୮ଟି ପ୍ରମୁଖ ଛକରେ ଲାଗିବ ସିସିଟିଭି କ୍ୟାମେରା । ସବୁ ଟ୍ରାଫିକ ଛକ ରେ ସିସିଟିଭି ଥିବା ଟ୍ରାଫିକ୍ ଡିସିପି କହିଥିଲେ । ତେବେ ବ୍ୟବସ୍ଥା ପ୍ରଥମ କରି ରୂପାଲି ଛକରେ ପରୀକ୍ଷାମୂଳକ ଭାବେ କରାଜିଭ । ସିସିଟିଭିରୁ ଚିହ୍ନଟ ହେବ ଗାଡ଼ି ଓ ଗାଡ଼ିର ନମ୍ବର । ଏହାପରେ ନିୟମ ଉଲଙ୍ଘନକାରୀଙ୍କ ଠିକଣାରେ ଡାକଯୋଗେ ପଠାହେବ ଚାଲାଣ ।

ଟ୍ରାଫିକ୍ ପାଇଁ ୩-ଇ ଅନୁଯାୟୀ କମିଶନରେଟ ପୋଲିସ କାର୍ଯ୍ୟ କରୁଥିବା କମିଶନର କହିଛନ୍ତି । ଧରପଗଡ଼ ବେଳେ ବଡି କ୍ୟାମେରା କିମ୍ବା ସିସିଟିଭି ଥିବା ସ୍ଥାନରେ ଚାଲାଣ କରାଯିବ । ଜୋରିମାନା ପାଇଁ କମିଶନରେଟ ପୋଲିସ ପଷରୁ ଖୋଲାଯିବ କାଉଣ୍ଟର । ସିସିଟିଭି ସର୍ଭେଲାନ୍ସ ଜରିଆରେ ପ୍ରତିଦିନ ଶହେରୁ ଅଧିକ ଚାଲାଣ କରାଯାଇଛି ବୋଲି ସୂଚନା ଦିଆଯାଇଛି । ରୂପାଲି ପରେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ୮ଟି ସ୍ଥାନରେ ଲାଗୁ ହେବ ଏହି ବ୍ୟବସ୍ଥା ।

Leave a Reply

Your email address will not be published. Required fields are marked *