ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରସ୍ଥିତ ଆଇଆଇଏସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ !

ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରସ୍ଥିତ ଆଇଆଇଏସ୍‍
ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ !

ଭୁବନେଶ୍ୱର, ୨୦ ।୧୨: ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍‍ ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରସ୍ଥିତ ଆଇଆଇଏସ୍‍
ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି । ଶୁକ୍ରବାର ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ୮ମ ସମାବର୍ତ୍ତନଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳାଧିପତି ଜଷ୍ଟିସ୍‍ ଏସ୍‍ ଏନ୍‍ ଭାର୍ଗବଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଇଣ୍ଟରନ୍ୟାସ୍‍ନାଲ୍‍ କୋର୍ଟ ଅଜଷ୍ଟିସ୍‍ର ବିଚାରପତି ପଦ୍ମ ଭୂଷଣ ଜଷ୍ଟିସ୍‍ ଦଲବୀର ଭଣ୍ଡାରୀ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଶିକ୍ଷା ଓ
ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ
କୁହାଯାଇଛି । ଏହାକୁ ମିଶାଇ ଶ୍ରୀ ସାମନ୍ତ ଦେଶ ଓ ବିଦେଶରୁ ୪୧ଟି ଡକ୍ଟୋରେଟ ଡିଗ୍ରୀ ହାସଲ୍‍ କରିସାରିଲେଣି । ଏହି
ସମାବର୍ତ୍ତନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି, ପଦାଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ
ଥିଲେ । ଏହି ସମ୍ମାନ ପାଇବା ପରେ ଶ୍ରୀ ସାମନ୍ତ ଆଇଆଇଏସ୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରି କହିଛନ୍ତି,
ଏହି ସମ୍ମାନ ତାଙ୍କୁ ଶିକ୍ଷା ଓ ସାମଜସେବା କ୍ଷେତ୍ରରେ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ।

Leave a Reply

Your email address will not be published. Required fields are marked *