ଅଯୋଧ୍ୟା ମାମଲାରେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ : ଏବିଭିପି

ଅଯୋଧ୍ୟା ମାମଲାରେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି
ସ୍ୱାଗତଯୋଗ୍ୟ : ଏବିଭିପି
ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ନିବେଦନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ରାମ ଜନ୍ମଭୂମି ମାମଲାରେ ସର୍ବୋଚ୍ଚ
ନ୍ୟାୟାଳୟର ପାଚଂ ଜଣିଆ ଖଣ୍ଡପୀଠ ଦ୍ୱାରା ସର୍ବସମ୍ମତି କ୍ରମେ ଦିଆଯାଇଥିବା ନିର୍ଣ୍ଣୟର ହାର୍ଦ୍ଦିକ ସ୍ୱାଗତ କରୁଛି । ରାମ ଜନ୍ମଭୂମି ବିଷୟ ଦେଶର ସର୍ବାଧିକ ବହୁପ୍ରତିକ୍ଷୀତ ଏବଂ ମହତ୍ୱପୂର୍ଣ୍ଣ ବିଷୟ ଥିଲା, ଯାହା ଉପରେ ଆଜିର ନିର୍ଣ୍ଣୟ ଶତାବ୍ଦୀର ଗତିରୋଧକୁ ଶେଷ କରିବାକୁ ଯାଉଛି । ସର୍ବୋଚ୍ଚ ନ୍ୟାୟାଳୟ ଦୁଇ ପକ୍ଷର ଯୁକ୍ତିକୁ ଶୁଣି ଏବଂ ତଥ୍ୟ ଆଧାରରେ ରାମ ଜନ୍ମଭୂମି ନ୍ୟାସକୁ ବିବାଦିତ ଜମି ପ୍ରଦାନ କରିଛନ୍ତି, ଏବଂ ଏଥି ସହ ସୁନ୍ନି ବାକଫ୍
ବୋର୍ଡକୁ ମଧ୍ୟ ଅନ୍ୟ ସ୍ଥାନରେ ଜମି ଦେବା ପାଇଁ ଐତିହାସିକ ରାୟ ଶୁଣାଇଛନ୍ତି ।ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ନିର୍ଣ୍ଣୟର ସ୍ୱାଗତ ପୂର୍ବକ କହିଛନ୍ତି କି, ‘ଏହା ଏକ ଐତିହାସିକ ରାୟ ଅଟେ । ବିଦ୍ୟାର୍ଥୀ ପରିଷଦ ଏହି ନିର୍ଣ୍ଣୟକୁ ପୂର୍ଣ୍ଣ ମାତ୍ରାରେ ସ୍ୱାଗତ କରୁଛି । ହିନ୍ଦୁ ଓ ମୁସଲମାନ, ଉଭୟ ପକ୍ଷଙ୍କୁ ଏହି
ରାୟକୁ ଖୁସିରେ ସ୍ୱାଗତ କରିବା ସହ ଆଗକୁ ବଢିବା ଆବଶ୍ୟକ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପ୍ରକ୍ରିୟା ସରକାର ଶୀଘ୍ର ଆରମ୍ଭ କରିବେ ବୋଲି ଆମର ବିଶ୍ୱାସ ଅଛି । ଭାରତ ନିଜର ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହ ସମସ୍ତ ପୂଜା ପଦ୍ଧତିକୁ ସମ୍ମାନ ଦେବାର ପରମ୍ପରା ଆଗକୁ ବଢିବ । ଏହି ନିର୍ଣ୍ଣୟ ଏହି ଦିଶାରେ ମହତ୍ୱପୂର୍ଣ୍ଣ ଅଟେ ।’

Leave a Reply

Your email address will not be published. Required fields are marked *