ନାଗରିକ ସଂଶୋଧନ ବିଧେୟକ ପାରିତ ହେବା ସ୍ୱାଗତ ଯୋଗ୍ୟ : ଏବିଭିପି

ନାଗରିକ ସଂଶୋଧନ ବିଧେୟକ ପାରିତ ହେବା ସ୍ୱାଗତ ଯୋଗ୍ୟ : ଏବିଭିପି
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସଂସଦର ଉଭୟ ଗୃହରେ ନାଗରିକ ସଂଶୋଧନ ବିଧେୟକକୁ ପାରିତ କରିବା ପଦକ୍ଷେପକୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି । ଏହି ବିଧେୟକଟି ନିଶ୍ଚିତ ରୂପେ ଧାର୍ମିକ ଚିହ୍ନ ଓ ପରିଚୟକୁ ଆଧାରକରି ପାକିସ୍ଥାନ, ଆଫଗାନିସ୍ଥାନ ଓ ବାଙ୍ଗଲାଦେଶରେ ଉତ୍ପିଡନର ଶିକାର ହୋଇଥିବା ଅଳ୍ପସଂଖ୍ୟକ ମାନଙ୍କର ପିଡାର ସମାଧାନ କରିବ ।
ଭାରତ ସରକାରଙ୍କ ଦ୍ୱାରା ପଡୋଶୀ ଦେଶ ପାକିସ୍ଥାନ, ଆଫଗାନିସ୍ଥାନ ଓ ବାଙ୍ଗଲାଦେଶରେ ଅଳ୍ପସଂଖ୍ୟକ ମାନଙ୍କର କଷ୍ଟକୁ ବୁଝି, ନାଗରିକ ସଂଶୋଧନ ବିଧେୟକ ମାଧ୍ୟମରେ ସେହି ମାନଙ୍କୁ ଆଶ୍ୱସ୍ଥ କରିବା ପରି ମହତ୍ୱପୂର୍ଣ୍ଣ ପଦକ୍ଷେପକୁ ବିଦ୍ୟାର୍ଥୀ ପରିଷଦ ସ୍ୱାଗତ କରିଥିବା ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ପ୍ରକାଶ କରିଛନ୍ତି । ଯେପରିକି ଭାରତୀୟ ବିଚାରରେ ଶରଣାର୍ଥୀ ମାନଙ୍କ ପାଇଁ ବହୁତ ପୁରୁଣା ପରମ୍ପରା ରହିଆସିଛି, ଯାହାକୁ ଏହି ସରକାର ଆଗକୁ ବଢାଇବାର କାମ କରିଛି । କିଛି ତଥାକଥିତ ବୁଦ୍ଧିଜିବୀଙ୍କ ଦ୍ୱାରା ଏହି ସନ୍ଦର୍ଭରେ ଭ୍ରମ ସୃଷ୍ଟି କରିବା ଜାରି ରହିଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ଏବିଭିପି ଛାତ୍ର ସମାଜକୁ ଆହ୍ୱାନ ରଖିôଛି ଯେ, ଏହି ବିଧେୟକକୁ ନେଇ ସମାଜରେ ପ୍ରସାର କରାଯାଉଥିବା ଭ୍ରମକୁ ଅନାବୃ କରି ସମାଜରୁ ଏହାକୁ ଦୂର କରିବା ।

Leave a Reply

Your email address will not be published. Required fields are marked *