ଡ଼ ସୁବେୟା ସନମୁଗମ ପୁନଃ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସୁଶ୍ରୀ ନିଧି ତ୍ରୀପାଠୀ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ଡ଼ ସୁବେୟା ସନମୁଗମ ପୁନଃ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସୁଶ୍ରୀ ନିଧି ତ୍ରୀପାଠୀ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ


ଭୁବନେଶ୍ୱର, ଡ଼ ସୁବେୟା ସନମୁଗମ (ଚେନ୍ନାଇ) ଏବଂ ସୁଶ୍ରୀ ନିଧି ତ୍ରୀପାଠୀ (ଦିଲ୍ଲୀ) ଦେଶର ପ୍ରମୂଖ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନୂତନ ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ନିର୍ବାଚିତ ହୋଇଛନ୍ତି । ଆଗାମୀ ୨୨ ତାରିଖରୁ ଆଗ୍ରା ଠାରେ ଆରମ୍ଭ ହେଉଥିବା ରାଷ୍ଟ୍ରୀୟ ଅଧିବେଶନରେ ଦାୟୀତ୍ୱ ଗ୍ରହଣ କରିବେ ।
ଡ଼ ସୁବେୟା ସନମୁଗମ: ଛାତ୍ର ଜୀବନରୁ ବିଦ୍ୟାର୍ଥୀ ପରିଷଦରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ଚିକିତ୍ସା କ୍ଷେତ୍ରରେ କ୍ୟାନ୍ସର ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି । ଗଈଈଝ, ଗ. ଉଷ (କ୍ୟାନ୍ସର ଚିକିତ୍ସା) ପର୍ଯ୍ୟନ୍ତ ହୋଇଛି । ଚେନ୍ନାଇ ସ୍ଥିତ କିଲ୍ପୋକ ମେଡିକାଲ କଲେଜରେ କ୍ୟାନ୍ସର ଚିକିତ୍ସା ବିଭାଗରେ ଐରବୟ କ୍ଟଲ ଞଷର ଊରକ୍ଟ୍ରବକ୍ସଗ୍ଧଜ୍ଞରଦ୍ଭଗ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ର୍ବମାନ ଶୁଦ୍ଧା ୩୦୦୦ରୁ ଅଧିକ ସର୍ଜରୀ, ୬୫ରୁ ଅଧିକ ଚିକିତ୍ସା ଗବେଶଣା ପତ୍ର ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପତ୍ରରେ ପ୍ରକାଶିତ ହୋଇଛି ଏବଂ ତାଙ୍କ ଅଧିନରେ ୫୦ରୁ ଅଧିକ ଗବେଶଣା କରିଛନ୍ତି । କ୍ୟାନ୍ସର ବିଜ୍ଞାନ ଚିକିତ୍ସାର ବିଭିନ୍ନ ଜାତୀୟ ଓ ଅନ୍ତର୍ଯ୍ୟାତୀୟର ସଦସ୍ୟ ଅଛନ୍ତି । ୧୯୮୬ ମସିହାରୁ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ ଦାୟୀତ୍ୱ ରହି ପୂର୍ବରୁ ତାମିଲନାଡୁ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ଉପସଭାପତି ଭାବେ ଦାୟୀତ୍ୱ ତୁଲାଇଛନ୍ତି । ର୍ବମାନ ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ।
ସୁଶ୍ରୀ ନିଧି ତ୍ରୀପାଠୀ: ଆଲହାବାଦ ବିଶ୍ୱବିଦ୍ୟାଳୟ ରୁ ଈଇ ଏବଂ ଜବାହାର ନେହେରୁ ବିଶ୍ୱବିଦ୍ୟାଳୟରୁ ଗ.ଇ, ଗଚଷସକ୍ଷ ପର୍ଯ୍ୟନ୍ତ ପାଠପଢା ସରିବା ପରେ ର୍ବମାନ ଚଷଊ ଅଧ୍ୟୟନ କରୁଛନ୍ତି । ୨୦୧୩ ବର୍ଷରୁ ବିଦ୍ୟାର୍ଥୀ ପରିଷଦରେ ଶକ୍ରିୟ ରୂପେ କାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ଔଘଟ ନଗରରେ ବିଭିନ୍ନ ଦାୟୀତ୍ୱ ନିର୍ବାହନ କରିବା ପରେ ୨୦୧୭ ମସିହାରେ ଔଘଟ ଛାତ୍ର ସଙ୍ଘ ନିର୍ବାଚନରେ ଅଧ୍ୟକ୍ଷ ପଦରେ ନିର୍ବାଚନ ଲଢିଥିଲେ । ୨୦୧୬ ମସିହାରେ ଔଘଟ ରେ ଲାଗିଥିବା ଭାରତ ବିରୋଧି ସ୍ଲୋଗାନ ବିରୁଦ୍ଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ମିଶନ ଶାହାସୀ ପରି ବିଭିନ୍ନ ଛାତ୍ରୀ ସୁରକ୍ଷା ବିଭିନ୍ନ ସକାରାତ୍ମକ କାର୍ଯ୍ୟ ନେତୃତ୍ୱ ନେଇଛନ୍ତି । ପୁର୍ବରୁ ରାଷ୍ଟ୍ରୀୟ ସମ୍ପାଦକ ପରି ଗୁରୁତ୍ୱ ପୂର୍ଣ୍ଣ ଦାୟୀତ୍ୱ ତୁଲାଇଛନ୍ତି । ର୍ବମାନ ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
ଗତ ୧୯୯୧ ମସିହାରୁ ଦିଆହୋଇ ଆସୁଥିବା ପ୍ରଫେସର ୟସବନ୍ତରାଓ କେଲକର ପୁରସ୍କାର ପାଇଁ ଚଳିତ ବର୍ଷ ନଭି ମୁମ୍ବାଇର ସମାଜ ସେବୀ ଶ୍ରୀ ସାଗର ରେଡ୍ଡୀଙ୍କୁ ମନୋନୀତ କରାଯାଇଛି । ସେ ଅନାଥ ପିଲା ମାନଙ୍କ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକରି ବେଶ ପରିଚିତ । ରାଷ୍ଟ୍ରୀୟ ଅଧିବେଶନ ଠାରେ ତାଙ୍କୁ ଆଗାମୀ ୨୫ ତାରିଖ ଦିନ ୧ ଲକ୍ଷ ଅର୍ଥରାଶୀ ଏବଂ ମାନପତ୍ର ସହ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *