ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସମର୍ଥନ ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସମର୍ଥନ ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ଭୁବେନେଶ୍ୱର:।ସ୍ଥାନୀୟ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବିଭିନ୍ନ କ୍ୟାମ୍ପସ ରୁ ପରିଷଦ ର କାର୍ଯ୍ୟକର୍ତା ମାନେ ଏକାଠି ହୋଇ ସମର୍ଥନ ଜଣାଇଥିଲେ । ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମାନ ରାମନାଥ କୋବିନ୍ଦ 14 ଡିସେମ୍ବର ଦିନ ସଂସଦ ର ଉଭୟ ଗୃହରେ ଆଗତ ନାଗରିକ ସଂଶୋଧନ ଵିଲ କୁ ମଞ୍ଜୁରୀ ଦେଇ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ଏବେ ନାଗରିକ ସଂଶୋଧନ ଆଇନ ରେ ପରିଣତ ହୋଇଛି, ଭାରତର ମାନବ ଅଧିକାର ପ୍ରତି ସମ୍ମାନ ଦେବାସହ ଧର୍ମ ଆଧାରିତ ଅତ୍ୟାଚାର ର ବିରୋଧ କରୁଛି ।
ଏହି ଆଇନ ପଡୋଶୀ ମୁସଲମାନ ଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ମାନଙ୍କୁ ସ୍ବତନ୍ତ୍ର ଜୀବନ ପାଇଁ ଆଶାର କିରଣ ଦେଖାଉଛି । ଆମର ସମ୍ବିଧାନ କୁ ସମ୍ମାନ ଦେବା ସହ ପୀଡିତ ପରିବାର କୁ ଆଶା ଦେଖାଯାଉଛି । ଏହି ନିୟମ ଦେଶ ବିଭାଜନ ବେଳେ ଅସହାୟ ଭାବୁଥିବା ପରିବାର, ଯେଉଁ ମାନେ ମୁସଲମାନ ବହୁଳ ଦେଶ ରେ ମାନବ ଅଧିକାର ର ଶିକାର ହେଉଛନ୍ତି, ଯେଉଁଠି ମହିଳା ମାନେ ଅତ୍ୟାଚାର ର ଶିକାର ହେଉଛନ୍ତି ସେମାନଙ୍କୁ ଏକ ନୂଆ ଆଶା ଦେଇ, ଇତିହାସ ରେ ହୋଇଥିବା ଭୁଲ କୁ ଠିକ କରୁଛି ।
ଏବିଭିପିର ରାଜ୍ୟ ସମ୍ପାଦକ ଶ୍ରୀମାନ ଶଶିକାନ୍ତ ମିଶ୍ର ଏହାକୁ ସମର୍ଥନ କରିବା ସହ ଦେଶର ପ୍ରଗତି ରେ ଏହା ସହାୟକ ହେବ ବୋଲି କହିଛନ୍ତି । ଏବିଭିପି ର ଭୁବନେଶ୍ୱର ମହାନଗର ସମ୍ପାଦକ ଶ୍ରୀମାନ ସମ୍ବିତ ପ୍ରସାଦ ରାଉତ, ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟ ସଞ୍ଜୟ ମଲିକ, ଉପ ସଭପତି ଦୀପକ ବେହେରା, ପ୍ରୀତମ ଦାସ, ସ୍ୱୟଂଜିତ ପଟ୍ଟନାୟକ, ସୁଧାଂଶୁ ସାହୁ, ରାଜେଶ ପରିଡା,ଭାବରଂଜନ ବେହେରା,ଗୋପବନ୍ଧୁ ଜେନା, ସୋମୁ ଦେ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *