ଆଦର୍ଶ ମାନବ ନିର୍ମାଣ ହେବା ଆବଶ୍ୟକ: ଗଜପତି ମହାରାଜ ସରିଲା ସାଧନା ଶିବିର

ଆଦର୍ଶ ମାନବ ନିର୍ମାଣ ହେବା ଆବଶ୍ୟକ: ଗଜପତି ମହାରାଜ
ସରିଲା ସାଧନା ଶିବିର
ଭୁବନେଶ୍ୱର,୨୪/୧୨(ଇମିସ): ଭୌତିକ ପ୍ରଗତିରେ ସର୍ବାଙ୍ଗୀନ ବିକାଶ ସମ୍ଭବ ନୁହେଁ। ଆଦର୍ଶ ମାନବ ନିର୍ମାଣ ହେବା ନିତାନ୍ତ ଆବଶ୍ୟକ। ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ହିଁ ଆଦର୍ଶ ଚରିତ୍ର ନିର୍ମାଣ କରିପାରିବ। ସାମ୍ପ୍ରତିକ ସମୟରେ ସମାଜ ପାଇଁ ଏହା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ତ୍ରିଦିବସୀୟ ଦିବ୍ୟ ଜୀବନ ସଙ୍ଘ ସାଧନା ଶିବିରର ଉଦଯାପନ ଉତ୍ସବରେ ସାଧକମାନଙ୍କୁ ଉଦବୋଧନ ଦେଇ ସେ କହିଲେ ସାଧନା ଦ୍ୱାରା ହିଁ ସମର୍ପଣ ଭାବ ଆସିପାରିବ।
ଉତ୍ସବରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସାତ୍ଵିକ ଭାବନା ନେଇ ସମାଜରେ ବଂଚିବା ସହ ସୁସ୍ଥ ସମାଜ ଗଠନ ଦିଗରେ ଆମେ ସମସ୍ତେ ଭାଗିଦାରୀ ହେବା। ଜଷ୍ଟିସ ପି.କେ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜକୁ ସତମନରେ ଅବଦାନ ଦେବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟର ସମ୍ପାଦକ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ବତୀ, ଯୁଗ୍ମ ସମ୍ପାଦକ ଜଗନ୍ନାଥନନ୍ଦ ସରସ୍ବତୀ, ସ୍ୱାମୀ ଧର୍ମପ୍ରକାଶାନନନ୍ଦ ସରସ୍ବତୀ, ରାଜୀବ ଶେଖର ଓ ପ୍ରାକ୍ତନ ପ୍ରଶାସକ ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ୩ ଦିନର ସାଧନା ଶିବିରରେ ୨୨୮ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଜୟଚନ୍ଦ୍ର ନାୟକ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ।

Leave a Reply

Your email address will not be published. Required fields are marked *