ଦିବ୍ୟାଙ୍ଗ, ଅନାଥ ଓ ବସ୍ତି ପିଲାମାନଙ୍କୁ ପୋଢୁଆଁ କରି ପ୍ରଥମାଷ୍ଟମୀ ପାଳିଲେ

ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ଓ ଶ୍ରୀ ଜଗନ୍ନାଥ ମହିଳା ସମିତିର ଅନନ୍ୟ ପ୍ରଥମାଷ୍ଟମୀ କାର୍ଯ୍ୟକ୍ରମ
ଦିବ୍ୟାଙ୍ଗ, ଅନାଥ ଓ ବସ୍ତି ପିଲାମାନଙ୍କୁ ପୋଢୁଆଁ କରି ପ୍ରଥମାଷ୍ଟମୀ ପାଳିଲେ
ଭୁବନେଶ୍ୱର, ୨୦.୧୧ : ପବିତ୍ର ପ୍ରଥମାଷ୍ଟମୀ ପାଳନ ଅବସରରେ ଭୁବନେଶ୍ୱର ଆ·ର୍ଯ୍ୟ ବିହାରସ୍ଥିତ ଆଳିକ ବିଜ୍ଞାନ କେନ୍ଦ୍ର ବସ୍ତି ଏବଂ ଭାରତ ବିକାଶ ପରିଷଦ, ବାଣୀବିହାର ଶାଖାର ମିଳତ ଆନୁକୂଲ୍ୟରେ ଦିବ୍ୟାଙ୍ଗ, ଅନାଥ ଏବଂ ବସ୍ତିର ପିଲାମାନଙ୍କୁ ପୋଢୁଆଁ କରି ପ୍ରଥମାଷ୍ଟମୀ ଉତ୍ସବ ପାଳନକରିବାର ଏକ ନୂତନ ସଂସ୍କାରମୂଳକ ପରମ୍ପରା ସୃଷ୍ଟି କରିଛନ୍ତି ଆଜି ଦିବା ୨ ଘଟିକା ସମୟରେ । ସାଇନ୍ସପାର୍କ ଛକସ୍ଥିତ ‘ମା ଭୈରବୀ’ ହୋଟେଲ ପରିସରରେ ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର-ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ମୁଖ୍ୟବକ୍ତା ଭାବେ ପୂର୍ବତନ କର୍ପୋରେଟର ପୁଷ୍ପାଞ୍ଜଳି ଦାସ, ନିମନ୍ତ୍ରିତ ଅତିଥି ଭାବେ ଭାରତ ବିକାଶ ପରିଷଦର ପ୍ରାନ୍ତ ସଭାପତି ଶୁଭାଶିଷକର ଓ ସଚିବ ପୂର୍ଣ୍ଣଚନ୍ଦ୍ର ଖୁିଆ, ସଂଗଠନ ସମ୍ପାଦକ ପ୍ରଦୀପ କୁମାର ମହାରଣା, ଉପଦେଷ୍ଟା ଲକ୍ଷ୍ମଣ କୁମାର ମହାନ୍ତି, ବାଣୀବିହାର ଶାଖାର ସଚିବ ପ୍ରମଥେଶ ମହାନ୍ତି, ପ୍ରତାପ କେଶରୀ ନାୟକ, ବବିତା ମହାନ୍ତିି ଓ ସୁଭଦ୍ରା ମିଶ୍ର ଏବଂ ସୁବୋଧ ମହାନ୍ତି, ଅକ୍ଷୟ ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ ଏଭଳି ଅନନ୍ୟ କାର୍ଯ୍ୟକ୍ରମର ଆୟୋଜକଙ୍କୁ ଭୂୟସୀ ପ୍ରଶଂସା କରିବା ସହ ପ୍ରଥମାଷ୍ଟମୀର ମହ୍ୱ ବୁଝାଇ ପିଲାମାନଙ୍କୁ ଉପଦେଶମାନ ପ୍ରଦାନ କରିଥିଲେ । ଏଭଳି ସଂସ୍କାରମୂଳକ କାର୍ଯ୍ୟକ୍ରମ ଦୁସ୍ଥ, ଅବହେଳିତ ପିଲାମାନଙ୍କ ମଧ୍ୟରେ ଆୟୋଜିତ ହେବା ଦ୍ୱାରା କୋମଳମତି ପିଲାମାନଙ୍କ ମଧ୍ୟରେ ଅସମାନତା ଓ ଅସାମଞ୍ଜସ୍ୟ ଦୂର ହୋଇ ସେମାନଙ୍କର ମନୋବଳ ଦୃଢ ହେବ ବୋଲି ମତପ୍ରକାଶ ପାଇଥିଲା ।
ପ୍ରଥମେ ଉପସ୍ଥିତ ପିଲାମାନଙ୍କୁ ଭାରତ ବିକାଶ ପରିଷଦ, ଭୁବନେଶ୍ୱର ଶାଖା ତରଫରୁ ଶ୍ରୀ ସାଇ ଟ୍ରେଡ଼ର୍ସ ପ୍ରଦ ନୂତନ ପୋଷାକ ବନ କରାଯାଇଥିଲା ଏବଂ ପିଲାମାନେ ଉକ୍ତ ବସ୍ତ୍ରକୁ ପରିଧାନ କରିବା ପରେ ମହିଳା ସମିତିର ମା’ମାନେ ସମସ୍ତ ପିଲାମାନଙ୍କୁ ହୁଳହୁଳି ନାଦର ତାଳେ ତାଳେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ରକମର ପିଠା ଯଥା ଏଣ୍ଡୁରୀ, ମଣ୍ଡା, ପୋଡ଼ପିଠା, ଚକୁଳି ଇତ୍ୟାଦି ପିଲାମାନଙ୍କୁ ଖୁଆଇ ସେମାନଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ପିଲାମାନେ ଭୂରି ଭୋଜନ କରିବା ପରେ ମୁଖ୍ୟ ଅତିଥିଙ୍କ ପ୍ରୋତ୍ସାହନରେ କୁନି କୁନି ପିଲାମାନେ ଭଜନର ତାଳେ ତାଳେ ଆନନ୍ଦର ସହ ନୃତ୍ୟ କରି ସମସ୍ତଙ୍କୁ ଆମୋଦିତ କରିଥିଲେ । ପରିଶେଷରେ ଭାରତ ବିକାଶ ପରିଷଦର ପ୍ରାନ୍ତୀୟ ସଭାପତି ପିଲାମାନଙ୍କୁ ବିସ୍କୁଟ ଓ ମିଷ୍ଟାନ୍ନ ବନ କରିଥିଲେ ।
ମହିଳା ସମିତିର ସମସ୍ତ ସଭ୍ୟା ସେମାନଙ୍କର ନେତ୍ରୀ ଗୋଲାପ ଦେବୀଙ୍କ ତ୍ୱାବଧାନରେ ଏବଂ ଭାରତ ବିକାଶ ପରିଷଦର ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ସମଗ୍ର କାର୍ଯ୍ୟକ୍ରମଟି ମହାନନ୍ଦର ସହିତ ଅତ୍ୟନ୍ତ ସୁ·ରୁ ରୂପେ ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *