କଳା ଦିବସ ପାଳିଲା କଂଗ୍ରେସ

ଜିଲ୍ଲାରେ ବିଜେଡି କଂଗ୍ରେସ ମୁହାଁ ମୁହିଁ । ଗୋଟିଓ ପଟେ ବିଜେଡିର ପ୍ରତିଷ୍ଠା ଦିବସ ଚାଲିଛି । ସେପଟେ କଂଗ୍ରେସ କଳାଦିବସ ପାଳନ କରିଛି । ବିଜେଡି ବକାଶର ବାର୍ତ୍ତାକୁ ନେଇ ଶକ୍ତି ପ୍ରଦର୍ଶନ କରୁଛି । ହେଲେ ଏହାର ପ୍ରଭାବ କୋରାପୁଟ ଜିଲ୍ଲାରେ ପଡିବନାହିଁ ବୋଲି ଜବାବ ରଖିଛି କଂଗ୍ରେସ । କୋରାପୁଟରେ ବଜେଡି ପାଳନ କରିଛି ପ୍ରତିଷ୍ଠା ଦିବସ । ଜିଲ୍ଲାର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ଯାଏ ରୋଡ ସୋ କରି ଦଳ ତାର ଶକ୍ତି ପ୍ରଦର୍ଶନ କରିଛି । ହେଲେ ଏହାର ପ୍ରଭାବ କୋରାପୁଟ ଜିଲ୍ଲାରେ ପଡିବନାହିଁ ବୋଲି କଂଗ୍ରେସ ଦୋହରାଇଛି । ଜିଲ୍ଲାର ଜୟପୁର ପୌରପରିଷଦ , କୋରାପୁଟ ଓ କୋଟପାଡ ଏନ ଏ ସି ରେ ପାଳନ କରିଛି ପ୍ରତିଷ୍ଠା ଦିବସ । ଏନେଇ ବ୍ୟାପକ ପ୍ରସ୍ତୁତି ସହ ରାଜ୍ୟ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି । ଦଳର ଛାତ୍ର ଯୁବ ଏବଂ ମହିଳାସମସ୍ତ ସଂଙ୍ଗଠନ ଏକାଠି ହେଇଥିଲେ ସଭାସ୍ଥଳୀରେ । 19 ବର୍ଷ ଶାସନର ବିକାଶର ବାର୍ତ୍ତା କୁ ଘରେ ଘରେ ପହଞ୍ଚାଇବାକୁ ନେତା କର୍ମୀଙ୍କୁ ମଞ୍ଚରେ ରହି କର୍ଣ୍ଣମନ୍ତ୍ର ଦେଲେ । ଦଳର ମୁଖ୍ୟ ଆଭିମୁଖ୍ୟକୁ ବଖାଣି ଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ । ବିଜୁ ବାବୁ ନାରୀ ମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଉଥିବାରୁ ମହିଳା ସଂରକ୍ଷଣ ବିଜେଡିକୁ କ୍ଷମତାସୀନ କରିବ ବୋଲି କହିଥିଲେ ରାଜ୍ୟ ସଭା ସାଂସଦ । ବିଜେଡିର ପ୍ରତିଷ୍ଠା ଦିବସକୁ ବିରୋଧ କରିଛି କୋରାପୁଟ ଜିଲ୍ଲାରେ । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କଂଗ୍ରେସ କର୍ମୀ ନାରାବାଜି ଦେଇ ଘେରିଛନ୍ତି । ଆଉ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଯେଉଁଠି ସହରାଞ୍ଚଳରେ ବିଜେଡି ର୍ୟାଲି କରୁଥିବା ବେଳେ କଂଗ୍ରେସ ପଞ୍ଚାୟତରେ କଳା ଦିବସ ଭାବେ ବିଜେଡି ବିପକ୍ଷରେ ସ୍ବର ଉଠାଇଛି । କଂଗ୍ରେସର କଳା ଦିବସ ଓ ବିଜେଡି ପ୍ରତିଷ୍ଠ ଦିବସରେ କୋରାପୁଟ ଜିଲ୍ଲାର ଦୁଇ ପାରଂପାରିକ ପ୍ରତିଦ୍ବନ୍ଦୀ ପୁଣି ମୁହାଁ ମୁହି ହେଇଛନ୍ତି । ପ୍ରତିଷ୍ଠା ଦିବସରେ ସ୍ବତପ୍ରବୃତ ଭାବେ ଦଳକୁ ଲୋକଙ୍କ ସମର୍ଥନ ମିଳିଛି । କଳା ଲୋକ ଆଜି ଭଳି ଦିନରେ କଳା ଦିବସ ଭାବେ ପାଳନ କରନ୍ତି ବୋଲି କଂଗ୍ରେସ ଦଳ ପ୍ରତି ଆକ୍ଷେପ କରି କହିଛନ୍ତି ବିଜେଡି ମୁଖପାତ୍ର ରବି ନନ୍ଦ । ତେବେ ଏହାକୁ କଟାକ୍ଷ କରି କହିଛି କଂଗ୍ରେସ । ଆଗାମୀ ଦିନରେ କଂଗ୍ରେସ ଦଳ ତାର ଶକ୍ତି ପ୍ରଦର୍ଶନ କରିବ । ଏବଂ ଜିଲ୍ଲାରେ 5ଟି ଆସନରୁ ମାତ୍ର ଗୋଟିଏ ବିଜେଡି ଜିତିଥିଲା ବର୍ତ୍ତମାନ ସମସ୍ତ କଂଗ୍ରେସ ସପକ୍ଷରେ ଯିବ ବୋଲି କହିଛନ୍ତି କଂଗ୍ରେସ ମୁଖ୍ୟ ସଚେତକ ।

Leave a Reply

Your email address will not be published. Required fields are marked *