ବିଶିଷ୍ଟ ଐତିହାସିକ ଡ. ବିମଳେନ୍ଦୁ ମହାନ୍ତିଙ୍କ ୮୩ତମ ଜନ୍ମୋତ୍ସବ ପାଳିତ

ବିଶିଷ୍ଟ ଐତିହାସିକ ଡ. ବିମଳେନ୍ଦୁ ମହାନ୍ତିଙ୍କ ୮୩ତମ ଜନ୍ମୋତ୍ସବ ପାଳିତ

ଭୁବନେଶ୍ୱର ତା ୯.୧୨ – ବିଶିଷ୍ଟ ଐତିହାସିକ, ସ୍ତମ୍ଭକାର, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ତଥା ଆର୍ନ୍ତଜାତିକ ମହାବୋଧି ସମିତିର ଓଡିଶା ଶାଖାର ସଭାପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ୮୩ ତମ ଜନ୍ମୋତ୍ସବ ତାଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ସମ୍ବାଦର ସମ୍ପାଦକ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ ଚନ୍ଦ୍ର ରଥ ଓ ଡ. କମଳା ପ୍ରସାଦ ମହାପାତ୍ର ଶୁଭେଚ୍ଛା ଜଣାଇବା ସହ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିଶିଷ୍ଟ ଶିକ୍ଷାବିତ୍ ଡ. ବଦ୍ରିନାଥ ପଟ୍ଟନାୟକ, ମହାବୋଧି ସମିତିର ଟ୍ରଷ୍ଟି ଡ. ସୌରେନ୍ଦ୍ର କୁମାର ମହାପାତ୍ର, ଶିକ୍ଷାବିତ୍ ଅଶୋକ ପାଣ୍ଡେ ପ୍ରମୁଖ ଡ. ମହାନ୍ତି ପୁଷ୍ପଗୁଚ୍ଛ, ଉତରୀୟ ଓ ଭଗବାନ ତଥାଗତ ବୁଦ୍ଧଙ୍କ ପ୍ରତିମୂର୍ତି ପ୍ରଦାନ କରି ତାଙ୍କର ଦୀର୍ଘ ନିରାମୟ କର୍ମମୟ ଜୀବନ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *