ଓଡିଶା ସରକାର ରାଜ୍ୟର ଆଉ ୫ଟି ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କଲେ

ଓଡିଶା ସରକାର ରାଜ୍ୟର ଆଉ ୫ଟି ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କଲେ

ଭୁବନେଶ୍ୱର:୧୧.୦୭ ଓଡିଶାରେ ବାମପନ୍ଥୀ ସନ୍ତ୍ରାସବାଦ ଜନିତ କାର୍ଯ୍ୟକଳାପ ଗତ ତିନି ଦଶନ୍ଧି ଧରି ଜାରି ରହିଛି ୤ ଗତ ୨୦୧୨ ମସିହାରେ ରାଜ୍ୟର ୧୯ ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲାକୁ “ସୁରକ୍ଷା ସଂବନ୍ଧୀୟ ବ୍ୟୟ” (SRE) ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା୤ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ପୋଲିସର ବଳିଷ୍ଟ ସୁରକ୍ଷା ଜବାବୀ ପଦକ୍ଷେପ ଓ ଏହି ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ବିକାଶ ମୂଳକ କାର୍ଯ୍ୟକ୍ରମ ଚାଲୁରହିବା ଫଳରେ ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି ୤

ଗତ ଅପ୍ରେଲ, ୨୦୧୮ ମସିହାରେ ରାଜ୍ୟର ୬ଟି ଜିଲ୍ଲା ଯଥା ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଓ ଗଂଜାମ ଜିଲ୍ଲାକୁ ମାଓବାଦୀ ମୁକ୍ତ ଜିଲ୍ଲାଭାବେ ଘୋଷଣା କରାଯାଇଥିଲା, ଫଳରେ ଉପରୋକ୍ତ ଜିଲ୍ଲା ମାନଙ୍କୁ କେଂନ୍ଦ୍ର ସରକାରଙ୍କ “ସୁରକ୍ଷା ସଂବନ୍ଧୀୟ ବ୍ୟୟ” ଯୋଜନା (Security Related Expenditure Scheme) (SRE) ରୁ ବାଦ୍ ଦିଆଯାଇଥିଲା ୤ ଏହି “ସୁରକ୍ଷା ସଂବନ୍ଧୀୟ ବ୍ୟୟ” (SRE) ଯୋଜନା ମାଧ୍ୟମରେ କେବଳ ମାଓ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ଦକ୍ଷତା ବୃଦ୍ଧି ଜନିତ କାର୍ଯ୍ୟକ୍ରମ କରାଯାଇଥାଏ ୤
ବର୍ତ୍ତମାନ ରାଜ୍ୟ ସରକାର ଆଉ ୫ଟି ଜିଲ୍ଲା ଯଥା ଅନୁଗୁଳ, ବୌଦ୍ଧ,ସମ୍ୱଲପୁର, ଦେବଗଡ ଓ ନୟାଗଡ ଜିଲାକୁ “Security Related Expenditure“(SRE) ଯୋଜନାରୁ ବାଦ୍ ଦେଇଛନ୍ତି ୤ ରାଜ୍ୟ ପୋଲିସର ଦୃଢ ସୁରକ୍ଷା ଜବାବୀ ପଦକ୍ଷେପ ଓ ରାଜ୍ୟ ସରକାରଙ୍କ ଫଳପ୍ରଦ ଶାସନ ନୀତି ଫଳରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାକୁ ମାଓବାଦୀ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଅଛି ୤
ରାଜ୍ୟରେ କ୍ରମାଗତ ଭାବେ ମାଓବାଦୀ ପ୍ରଭାବ ହ୍ରାସ ଏଇଆ ଦର୍ଶାଉଛିଯେ ରାଜ୍ୟର ଜନସାଧାରଣ ବର୍ତ୍ତମାନ ମୂଲ୍ୟହୀନ ମାଓ ଆଦର୍ଶ ପ୍ରତି ବିମୁଖ ହୋଇ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ପ୍ରଗାଢ ଆସ୍ଥା ପ୍ରକଟ କରୁଛନ୍ତି ୤

Leave a Reply

Your email address will not be published. Required fields are marked *