ବନବନ୍ଧୁ ପରିଷଦ, ୩୭୦ ଉଛେଦ, ନାଗରିକତା ସଂଶୋଧନ ଆଇନ୍ ଓ ଜାତୀୟ ନାଗରିକ ସଂହିତାର ଭୁମିକା ଶୀର୍ଷକ ଆଲୋଚନାଚକ୍ର

ବନବନ୍ଧୁ ପରିଷଦ, ୩୭୦ ଉଛେଦ, ନାଗରିକତା ସଂଶୋଧନ ଆଇନ୍ ଓ ଜାତୀୟ ନାଗରିକ ସଂହିତାର ଭୁମିକା ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ନୂଆ ଭାରତ ଗଠନରେ ଅନୁଛେଦ ୩୭୦ ଉଛେଦ, ନାଗରିକତା ସଂଶୋଧନ ଆଇନ୍ ଓ ଜାତୀୟ ନାଗରିକ ସଂହିତାର ଭୁମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଣ୍ଡିଆ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା ବିଶିଷ୍ଟ ବକ୍ତା ଶ୍ରୀ ରାମ ମାଧବ ଉପସ୍ଥିତ ବୁଦ୍ଧୀଜୀବି ଓ ଛାତ୍ରମାନଙ୍କୁ ଅଗଣାତାନ୍ତ୍ରୀକ ପ୍ରକ୍ରିୟାରେ ଲାଗୁ ହୋଇଥିବା ଅନୁଛେଦ ୩୭୦ କୁ ସମ୍ପୁର୍ଣ୍ଣ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ଉଛେଦ କରିବା ସହ ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ଯଥାସାଦ୍ଧ୍ୟ କମ୍ କରିବା ପାଇଁ କଡା ପଦକ୍ଷେପ ନିଆଯାଉଥିବା ବିଷୟ ରଖିଥିଲେ । ଉପସ୍ଥିତ ଶ୍ରୋତା ମାନଙ୍କୁ କାଶ୍ମୀରକୁ ପର୍ଯ୍ୟଟନ ଓ ତୀର୍ଥ ଯାତ୍ରାରେ ଯିବାକୁ ଆହ୍ୱାନ କରିବା ସହ ୭୦ ବର୍ଷ ଧରି ଅନୁଛେଦ ୩୭୦ ନାମରେ ସମ୍ପୁର୍ଣ୍ଣ ଭାରତରୁ ଏକଘରିକିଆ ହୋଇରହିଥିବା କାଶ୍ମୀରକୁ ଆପଣେଇବାକୁ କହିଥିଲେ ।
ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧି ମାନେ ଶୃଷ୍ଟି କରୁଥିବା ଅରାଜକତା ଓ ଭୂଲ ଖବର ପ୍ରଚାରକୁ ସେ ବିରୋଧ କରିବା ସହ ବିରୋଧି ଦଳ ନେତା ମାନଙ୍କୁ ନଲେଜ ପ୍ରୁଫ ବୋଲି କହି କଟାକ୍ଷ କରିଥିଲେ । ଏହି ଆଇନ ସହିତ ଭାରତୀୟ ନାଗରିକ ମାନଙ୍କସହ କୈାଣସି ସମ୍ବନ୍ଧ ନଥିବା ସହ ପଡୋଶୀ ଇସଲାମିକ ଦେଶ ମାନଙ୍କର ଧାର୍ମିକ ଉତ୍ପୀଡନର ଶିକାର ହୋଇଥିବା ଅଳ୍ପସଂଖ୍ୟକ ଲୋକ ମାନଙ୍କୁ ନାଗରିକତା ଅଧିକାର ଦେବା ଦ୍ୱାରା ଭାରତ ନିଜର ବହୁ ପୁରାତାନ ସଭ୍ୟତା ଭିିକ ପରମ୍ପରାକୁ ବଜାୟ ରଖିଛି ବୋଲି ସେ କହିଥିଲେ ।
ପ୍ରଶୋର କାଳରେ ଜାତୀୟ ନାଗରିକ ସଂହିତାକୁ ନେଇ ପ୍ରଶ୍ନ ଉଠିବାରୁଅନ୍ୟ ସବୁ ଆଇନ ପରି ଏବିଷୟରେ ମଧ୍ୟ ସଂସଦରେ ସବିଶେଷ ଅଲୋଚନା ପର୍ଯାଲୋଚନା ପରେ ଯାଇ ନିଷ୍ପି ନିଆଯିବ ବୋଲି ମତ ରଖିଥିଲେ ।
ବନବନ୍ଧୁ ପରିଷଦର ସଭାପତି ଅଜୟ ଅଗରୱା ସ୍ୱାଗତ ଭାଷଣ ରଖିଥିବା ବେଳେ, ମସୁକଲାଲ ସେଠିଆ ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ । ଗାର୍ଗୀ ବାନାର୍ଜୀ ଅତିଥି ପରିଚୟ କରାଇଥିଲେ । ଲକ୍ଷ୍ମଣ ମହିପାଲ, ଡ ସଂଜୟ ମହାନ୍ତି, ସମ୍ବିତ ରାଉତ, ସଂଜୟ ମଲ୍ଲିକ, ରତନ ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *