୨୦୨୦କୁ ଧୁମଧାମରେ ସ୍ୱାଗତ କଲେ ଓଡିଶା ବାସୀ।

୨୦୨୦କୁ ଧୁମଧାମରେ ସ୍ୱାଗତ କଲେ ଓଡିଶା ବାସୀ।

ଭୁବନେଶ୍ୱର ୦୧.୦୧.୨୦୨୦ : ସାରାରାଜ୍ୟରେ ନୂଆବର୍ଷ ୨୦୨୦କୁ ଧୂମଧାମରେ ସ୍ୱାଗତ କରାଯାଇଛି । ଡିଜେ ନାଇଟ୍ ସାଙ୍ଗକୁ ବଲିଉଡ୍ ସିଙ୍ଗର୍ଙ୍କ ଧୁମରେ ମତୁଆଲା ହେଲେ । କେଉଁଠି ମ୍ୟୁଜିକର ତାଳେତାଳେ ଲୋକେ ନାଚୁଥିଲେ ତ ଆଉ କେଉଁଠି ଭୋଜିଭାତର ଆସର ଜମିଥିଲା । ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ମାହୋଲ୍କୁ ଉପଭୋଗ କରିବା ପାଇଁ ବିଭିନ୍ନ ହୋଟେଲ୍ରେ ଆଖି ଝଲିସାଲା ଭଳି ବ୍ୟବସ୍ଥା କରାଯାଇଥିଲା ।
୨୦୧୯କୁ ବିଦାୟ ଦେଇ ୨୦୨୦କୁ ଧୁମଧାମରେ ସ୍ୱାଗତ କରାଯାଇଛି । ଏଥିପାଇଁ ରାଜଧାନୀ ବିଭିନ୍ନ ତାରକା ହୋଟେଲ, କ୍ଲବ ଓ ଆପାର୍ଟମେଣ୍ଟରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଡିଜେ ଧୂନ୍ ସାଙ୍ଗକୁ ଚିକିମିକି ଆଲୁଅରେ ମତୁଆଲା ହୋଇଥିଲେ ଯୁବପିଢୀ । ଯୁବପିଢୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇଥିଲେ । ଆଉ ସମସ୍ତେ ଅପେକ୍ଷା କରିଥିଲେ ନୂଆବର୍ଷକୁୂ ସ୍ୱାଗତ କରିବା ପାଇଁ । ଡିଜେ ମ୍ୟୁଜିକର ତାଳେ ତାଳେ ନାଚିବା ସହିତ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ ।
ମଙ୍ଗଳବାର ଜିରୋ ନାଇଟ ସେଲିବ୍ରେସନ ଲାଗି ରାଜଧାନୀର ପ୍ରାୟ ସମସ୍ତ ହୋଟେଲ, କ୍ଲବରେ ବିଶେଷ ଅୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟତଃ ସ୍ୱସ୍ତି ପ୍ରିମିୟମ୍, ମେ ଫେୟାର, ଏଚଏଚଆଇ ଆଦି ହୋଟେଲରେ ବେଶ୍ ଭିଡ ଜମିଥିଲା । ସେହିପରି ଭୁବନେଶ୍ୱର କ୍ଲବ, ପ୍ରେସକ୍ଲବ ଅଫ ଓଡ଼ିଶାରେ ଅନୂରୂପ ଭାବେ ଜିରୋ ନାଇଟ ସେଲିବ୍ରେସନ କରାଯାଇଥିଲା । ଜିରୋ ନାଇଟ ସେଲିବ୍ରେସନକୁ ଅଧିକ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ହୋଟେଲ ପକ୍ଷରୁ ଏକ ପ୍ରକାର ପ୍ରତିଯୋଗୀତା କରାଯାଇଥିଲା । ଏଥିପାଇଁ ଓଲିଉଡ, ବଲିଉଡର ଅନେକ ତାରକାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ବିଶେଷ କେତେକ ହୋଟେଲରେ ବିଦେଶୀ ନର୍ତକୀ ଓ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟଗୀତ ପରିବେଷଣ କରାଯାଇଥିଲା । ଏହି ସେଲିବ୍ରେସନ ବେଳେ ଆୟୋଜକମାନେ ଆଇଟମ ଗାର୍ଲଙ୍କୁ ମଧ୍ୟ ନିୟୋଜିତ କରିଥିଲେ । ତେବେ ଘଂଟାର ଠିକ୍ ୧୨ଟା ବାଜିବା ମାତ୍ରେ ରାଜଧାନୀ ଆକାଶରେ ଆତଶବାଜି ଛାଇ ଯାଇଥିଲା । କେବଳ ରାଜ୍ୟ ନୁହେଁ ସାରାଦେଶରେ ଏଭଳି ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *