ଯୁଦ୍ଧ ଓ ଶାନ୍ତି ସମୟରେ ପୂର୍ବତନ ସୈନିକମାନଙ୍କର ଦେଶପାଇଁ ସେବା ଓ ବଳିଦାନକୁ ମନେ ପକାଇବା।

ଯୁଦ୍ଧ ଓ ଶାନ୍ତି ସମୟରେ ପୂର୍ବତନ ସୈନିକମାନଙ୍କର ଦେଶପାଇଁ ସେବା ଓ ବଳିଦାନକୁ ମନେ ପକାଇବା।

ଭୁବନେଶ୍ୱର: ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ପୂର୍ବତନ ସୈନିକମାନଙ୍କର ଦେଶପାଇଁ ସେବା ଓ ବଳିଦାନକୁ ମନେ ପକାଇବା ପାଇଁ ୧୨୦ ପଦାତିକ ବାହିନୀ (ପ୍ରାଦେଶିକ ସେନା) ଭୁବନେଶ୍ୱର ପ୍ରାଙ୍ଗଣରେ ୧୪ ଜାନୁଆରୀ ୨୦୨୦ ଦିନ ଚତୁର୍ଥ ପୂର୍ବତନ ସୈନିକ ଦିବସ ପାଳନ କରାଯାଇଥିଲା। ଏହି ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ସର୍ବପ୍ରଥମେ ସହିଦ ସ୍ମାରକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ହାରାହାରି ୧୦୦୦ ଭୂତପୂର୍ବ ସୈନିକ ଉପସ୍ଥିତ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ, ୧୯୬୫ ଏବଂ ୧୯୭୧ ମସିହା ଯୁଦ୍ଧରେ ଯୋଗଦେଇଥିବା ୯୮ ବର୍ଷ ବୟସ୍କ ଭାଇସ ଆଡମିରାଲ ଏସ ଏଚ ଶର୍ମା, ପିଭିଏସଏମ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅବସରପ୍ରାପ୍ତ ବ୍ରିଗେଡିୟର ବିପି ପଟ୍ଟନାୟକ ତାଙ୍କ ସ୍ୱାଗତ ଭାଷଣରେ ଓଡ଼ିଶାର ଉନ୍ନତି ପାଇଁ ଅବସରପ୍ରାପ୍ତ ସୈନିକମାନଙ୍କର ଯୋଗଦାନକୁ ସ୍ମରଣ କରିଥିଲେ। ସେ ତାଙ୍କ ଭାଷଣରେ ଭୂତପୂର୍ବ ସୈନିକମାନଙ୍କର ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟଦକ୍ଷତା ଓ ଅନୁଭୂତି କିପରି ଏହି ପ୍ରଦେଶ ଓ ସମାଜର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିନିଯୋଗ କରାଯାଇ ପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ୫ ଜଣ ବୀର ନାରୀଙ୍କୁ ସମ୍ମାନିତ କରିଥିଲେ। ଏହି ଦିବସରେ ସମସ୍ତ ସୈନିକ ଓ ଭୂତପୂର୍ବ ସୈନିକଙ୍କୁ ଶୁଭେଚ୍ଛା ଜଣଇବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଅବସର ପରେ ଲାଗି ରହିଥିବା ସମସ୍ୟାର ଆଶୁସମାଧାନ ଲାଗି ବିଭିନ୍ନ ପ୍ରକାରର କକ୍ଷ ଯଥା ଭୂତପୂର୍ବ ସୈନିକ ସ୍ୱାସ୍ଥ୍ୟ ସଂଗଠନ, ବେତନ ବିଭାଗ, ବିଭିନ୍ନ ରେଜିମେଂଟର ଅଭିଲେଖ କାର୍ୟ୍ୟାଳୟ ଜିଲ୍ଲା ସୈନିକ ବୋର୍ଡ ଖୋଲାଯାଇଥିଲା। ଓଡ଼ିଶା ସରକାରଙ୍କ ତରଫରୁ ମତ୍ସ୍ୟ ଓ ପଶୁପାଳନ ଏବଂ ଆଧୁନିକ ପ୍ରଣାଳୀରେ କିପରି ଜୈବିକ କୃଷିର ଉନ୍ନତି କରାଯାଇପାରିବ ସେ ବିଷୟରେ ଭୂତପୂର୍ବ ସୈନିକମାନଙ୍କୁ ବିସ୍ତୃତ ରୂପେ କୁହାଯାଇଥିଲା। ଛତିଶଗଡ଼ ଓଡ଼ିଶା ସେନାଧ୍ୟକ୍ଷ ବ୍ରିଗେଡିୟର ଏସଏସ ଧଡ଼ୱାଲ, ଲେଫ୍ଟନାଂଟ ଜେନେରାଲ ଏନପି ପାଢ଼ୀ, ଏଭିଏସଏମ, ଭିଏସଏମ, ଲେଫ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତି ପିଭିଏସଏମ, ଏଭିଏସଏମ, ଭିଏସଏମ, ଏୟାର ମାର୍ଶାଲ ଜେଏନ ବର୍ମା ଭିଏସଏମ ଏବଂ କର୍ଣ୍ଣେଲ ଏଚଏସ ମହାପାତ୍ର ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *