୧୦ ଦଫା ଦାବି ନେଇ ଜାନୁୟାରୀ ୮ତାରିଖରେ ସର୍ବଭାରତୀୟ ଜାତୀୟ ଧର୍ମଘଟରେ ରାଜ୍ୟ ସରକାରୀ କର୍ମ·ରୀ ସାମିଲ ହେବେ

୧୦ ଦଫା ଦାବି ନେଇ ଜାନୁୟାରୀ ୮ତାରିଖରେ ସର୍ବଭାରତୀୟ ଜାତୀୟ ଧର୍ମଘଟରେ ରାଜ୍ୟ ସରକାରୀ କର୍ମ·ରୀ ସାମିଲ ହେବେ

ଭୁବନେଶ୍ୱର, ୨୩.୧୨ : କେନ୍ଦ୍ର ସରକାରଙ୍କ ଶ୍ରମିକ କର୍ମ·ରୀ ଶିକ୍ଷକ ମାରଣନୀତିକୁ ବିରୋଧ କରି ଓଡ଼ିଶା ରାଜ୍ୟ ସରକାରୀ କର୍ମ·ରୀ ସମନ୍ୱୟ ସମିତି ପକ୍ଷରୁ ସଭାପତି ଲିଙ୍ଗରାଜ ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ପ୍ରଧାନ, ସାଧାରଣ ସମ୍ପାଦକ ନରୋମ ପାର୍ଥସାରଥୀ, ବରିଷ୍ଠ ଉପସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଓ କାର୍ଯ୍ୟାଳୟ ସମ୍ପାଦକ କାହ୍ନୁଚରଣ ମଲ୍ଲିକ ଧର୍ମଘଟକୁ ସମର୍ଥନ କରିବା ପାଇଁ ଏକ ପ୍ରେସ୍ ବିବୃିରେ ପ୍ରକାଶ କରିଛନ୍ତି ।
ଓଡ଼ିଶା ରାଜ୍ୟ ସରକାରୀ କର୍ମ·ରୀ ସମନ୍ୱୟ ସମିତି, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମ·ରୀ ମହାସଂଘର ଏକ ସହବନ୍ଧିତ ସଂଗଠନ । ମହାସଂଘର ଆହ୍ୱାନକ୍ରମେ ଜାନୁୟାରୀ ୮ ତାରିଖ ନିମ୍ନୋକ୍ତ ୧୦ ଦଫା ଦାବି ଉପରେ ହେଉଥିବା ମିଳିତ ସର୍ବଭାରତୀୟ ଧର୍ମଘଟରେ ସାମିଲ୍ ହେବା ପାଇଁ ନିଷ୍ପି ଗ୍ରହଣ କରିଛି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଖାଲି ପଡ଼ିଥିବା ସ୍ଥାନରେ ସ୍ଥାୟୀ ନିଯୁକ୍ତି, ସଚିବାଳୟ ଭଳି ରାଜ୍ୟର ସମସ୍ତ ନିଯୁକ୍ତିକୁ ସ୍ଥାୟୀ ଭାବରେ ପ୍ରଦାନ, ବର୍ଦ୍ଧିତ ଦରମାର ଗଚ୍ଛିତ ଅବଶିଷ୍ଟ ୬୦% ଅର୍ଥ ତୁରନ୍ତ ପ୍ରଦାନ, ୨୦୧୬ ଜାନୁୟାରୀ ଠାରୁ କେନ୍ଦ୍ର ଅନୁରୂପ ସଂଶୋଧିତ ଘରଭଡ଼ା ଭା ପ୍ରଦାନ, ୨୦୧୯ ଜୁଲାଇରୁ କେନ୍ଦ୍ର ଅନୁରୂପ ୫% ମହଙ୍ଗା ଭା ମଞ୍ଜୁର କରିବା, ସ୍ୱଦେୟ ପେନ୍ସନ ବ୍ୟବସ୍ଥା ଅବିଳମ୍ବେ ବାତିଲ କରି ସ୍ଥିରୀକୃତ ପେନସନ ଦେବା, ଜିଲ୍ଲାସ୍ତରୀୟ ଅମଲାମାନଙ୍କ ସଂଶୋଧିତ ଶିକ୍ଷାଗତ ଯୋଗ୍ୟତା ଓ ପଦବୀ ପରିର୍ବନକୁ ଦୃଷ୍ଟିରେ ରଖି ଦରମା ସଂଶୋଧନ କରିବା, ସର୍ବନିମ୍ନ ଦରମା କେନ୍ଦ୍ର ଅନୁରୂୂପ ୧୮ହଜାର ଟଙ୍କା ସହ କ୍ୱାଲିଫାଇଙ୍ଗ ସର୍ଭିସ ୨୦ ବର୍ଷ କରିବା, କ୍ରାକଚୁଆଲ, ଏ.ଏନ୍.ଏମ୍, ଅସ୍ଥାୟୀ ଛଟେଇ ୱାର୍କ·ର୍ଜଡ଼ କର୍ମ·ରୀଙ୍କୁ ବିନା କଟକଣାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରି ଗଣ ବନ ବ୍ୟବସ୍ଥାକୁ ସାର୍ବଜନୀନ କରିବା ଓ ଘରୋଇ କରଣ ବନ୍ଦ କରିବା ଉପରୋକ୍ତ ଦାବିଗୁଡ଼ିକ ଉପରେ ୨୪.୯.୨୦୧୯ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା କର୍ମ·ରୀ ସମାବେଶରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ସମାଧାନ କରାଯିବା ପାଇଁ ନିବେଦନ କରାଯାଇଥିଲା । ବାରମ୍ବାର ସଂଘ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାରଙ୍କ ନୀରବତା ଲକ୍ଷ ଲକ୍ଷ କର୍ମ·ରୀଙ୍କୁ ବ୍ୟଥିତ କରିଛି ଓ କର୍ମ·ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବ ଓ କେନ୍ଦ୍ର ସରକାରଙ୍କ ଲଗାମହୀନ ଘରୋଇକରଣ ପ୍ରକ୍ରିୟା, ଆର୍ଥିକ ମାନ୍ଦାବସ୍ଥା ନିୟନ୍ତ୍ରଣ କରିବାରେ ହୋଇଥିବା ବିଫଳତା ବିରୁଦ୍ଧରେ ଦେଶର ସମସ୍ତ ଶ୍ରମିକ କର୍ମ·ରୀମାନଙ୍କ ପକ୍ଷରୁ ହେବାକୁ ଥିବା ଜାନୁୟାରୀ ୮ ତାରିଖ ୨୦୨୦ରେ ସାଧାରଣ ଧର୍ମଘଟକୁ ସମର୍ଥନ କରିବା ସହ ଏଥିରେ ସାମିଲ୍ ହେବା ନିମନ୍ତେ ଅଖି ଭାରତ ରାଜ୍ୟ ସରାକରୀ କର୍ମ·ରୀ ମହାସଂଘ ଆହ୍ୱାନ ଦେଇଥିବା ବିଷୟ ଓ ମହାରାଷ୍ଟ୍ରର ପୁନେରେ ଡ଼ିସେମ୍ବେର ୨୮ ରୁ ୩୦ ତାରିଖରେ ହେବାକୁ ଥିବା ଅଖିଳ ଭାରତ ରାଜ୍ୟ ସରକାରୀ କର୍ମ·ରୀ ମହାସଂଘ ଜାତୀୟ କର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ରାଜ୍ୟ ସରକାରୀ କର୍ମ·ରୀ ସମନ୍ୱୟ ୨୬ ଜଣ ପ୍ରତିନିଧି ମନୋନୀତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *