୧୬ରେ ସଂଭାବନାର ଗୀତିନାଟ୍ୟ ସଂଗୀତ ଉତ୍ସବ

୧୬ରେ ସଂଭାବନାର ଗୀତିନାଟ୍ୟ ସଂଗୀତ ଉତ୍ସବ

ଭୁବନେଶ୍ୱରତା୧୪/୧୨-ଓଡ଼ିଆ ସଂସ୍କୃତିର ଏକ ସମୁଜ୍ଜ୍ୱଳ ସମ୍ଭାର ଓ ଗୋ÷÷ରବମୟ ବିଭବ ହେଉଛି, “ଗୀତିନାଟ୍ୟ ପରମ୍ପରା” । ବୈଷ୍ଣବ ପାଣିଙ୍କ ଦ୍ୱାରା ଅୟମାରମ୍ଭ ହୋଇଥିବା ଏହି ମହାନ ଓ ଅନନ୍ୟ ସାଂସ୍କୃତିକ ବିଭବର ସର୍ବାପେକ୍ଷା ଆକର୍ଷଣୀୟ ଉପାଦାନ ହେଉଛି,ଏହାର ରୋଚକ ସଂଗୀତ ଓ ବାଦ୍ୟ । ଓଡ଼ିଶାର ପ୍ରଥମ ଓ ଏକମାତ୍ର ଅନୁଷ୍ଠାନ, ସଂଭାବନା ପକ୍ଷରୁ ଷଷ୍ଠ ବର୍ଷ ପାଇଁ ଗୀତିନାଟ୍ୟର ଏହି ରୋଚକ ସଂଗୀତକୁ ନେଇ ଅନୁଷ୍ଠିତ ହେଉଛି, “ଗୀତିନାଟ୍ୟ ସଂଗୀତ ଉତ୍ସବ” ।
ଏହି “ଗୀତିନାଟ୍ୟ ସଂଗୀତ ଉତ୍ସବ” ଆସନ୍ତା ଡିସେମ୍ବର ୧୬ ତାରିଖ ଦିନ ଭୁବନେଶ୍ୱରର ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଉକ୍ତଦିନ ସଂଧ୍ୟା ୬ ଘଟିକାରୁ ଆରମ୍ଭ ହେଉଥିବା ଏହି ଉତ୍ସବରେ କିଛି ସୁନିର୍ବାଚିତ ଗୀତିନାଟ୍ୟ ଯଥା ନପାହୁ ରାତି ନମରୁ ପତି,ଜନ୍ମାଷ୍ଟମୀ ଓ ମହିଷା ମର୍ଦ୍ଦିନୀର ଅତ୍ୟନ୍ତ ଆକର୍ଷଣୀୟ ଓ ରୋଚକ ସଂଗୀତ ସହ ସଂଲଗ୍ନ ସଂଳାପକୁ ସଂଭାବନା ମର ତଥା ଓଡିଶାର ପ୍ରତିଷ୍ଠିତ ସଂଗୀତ ଶିଳ୍ପୀ ଓ ସଂଳାପକାରମାନେ ପରିବେଷଣ କରିବେ । ଶିଳ୍ପୀ ନିମାକାନ୍ତ ରାଉତରାୟ,ହରପ୍ରିୟା ସ୍ୱାଇଁ,ଛନ୍ଦା ମିଶ୍ର,ସିଦ୍ଧାନ୍ତ ଶତପଥିୠତିକ ରିମ୍ଝିମ୍,ପୁଣ୍ୟତା ଦାଶ,ଅର୍ଣ୍ଣବ ପଣ୍ଡା ଆଦି ସଂଗୀତାଂଶରେ ସ୍ୱର ଦେବା ବେଳେ,ବେତାର ଶିଳ୍ପୀ ଛବିରାଣୀ ସେଠୀ ଓ ଭଜହରି ମହାନ୍ତି ଆଦି ସଂଳାପରେ ଭାଗ ନେବେ ।
ଓଡ଼ିଆ ସଂସ୍କୃତିର ଏହି ବିଭବକୁ ଉଜ୍ଜୀବିତ ରଖିବା ପାଇଁ ସଂଭାବନାର ଏହି ଉଦ୍ୟମକୁ ଉତ୍ସାହିତ କରିବା ତଥା ନିଜେ ଏହି ପରମ୍ପରାର ସ୍ୱାଦ ପାଇବା ପାଇଁ ଏହି କାର୍ଯ୍ୟକ୍ରମରେ ଦର୍ଶକ ଭାବେ ଉପସ୍ଥିତ ରହିବା ପାଇଁ ଓଡିଆ ସଂଗୀତ ପ୍ରେମୀ ଓ ଗୀତିନାଟ୍ୟ ପ୍ରେମୀମାନଙ୍କୁ ସଂଭାବନା ପକ୍ଷରୁ ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର,ସଂପାଦକ ଦେବ ପ୍ରସାଦ ପରିଜା ଏବଂ ଟ୍ରଷ୍ଟି ସ୍ମୃତି ମହାନ୍ତି ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *