ହାଇଦ୍ରାବାଦ ଡ଼ାକ୍ତରାଣୀଙ୍କ ବଳାକ୍ରାରୀ ଓ ହତ୍ୟାକାରୀଙ୍କୁ କଠୋର ଶାସ୍ତି ଦିଆଯାଉ : ଏ.ଏନ୍.ଏମ୍. ସ୍ୱାସ୍ଥ୍ୟକର୍ମୀ

ହାଇଦ୍ରାବାଦ ଡ଼ାକ୍ତରାଣୀଙ୍କ ବଳାକ୍ରାରୀ ଓ ହତ୍ୟାକାରୀଙ୍କୁ କଠୋର ଶାସ୍ତି ଦିଆଯାଉ : ଏ.ଏନ୍.ଏମ୍. ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର,୦୨/୧୧:  ହାଇଦ୍ରାବାଦ ଡ଼ାକ୍ତରାଣୀ ପ୍ରିୟଙ୍କା ରେଡ଼ିଙ୍କୁ ବର୍ବୋରଚିତ ବଳାକ୍ରାର ଓ ହତ୍ୟା ପ୍ରତିବାଦରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିା ସ୍ୱାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଆଜି ମାଷ୍ଟର କ୍ୟାିନ ଛକଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଘଟଣା ୨୦୧୨ ମସିହାରେ ଦିଲ୍ଲୀର ପାରା ମେଡ଼ିକାଲ ଛାତ୍ରୀ ନିର୍ଭୟା ଘଟଣାର ପୁନରାବୃି ଘଟିଛି । ଦେଶର କେନ୍ଦ୍ର ଓ ରାଜ୍ୟ ସରକାରମାନେ ମା’କୁ ସମ୍ମାନ ଓ ‘ବେଟି ପଢାଓ, ବେଟୀ ବାଓ’ର ସ୍ଲୋଗାନ ଦେଉଥିବା ବେଳେ ମଦ, ମାଦକ ଦ୍ରବ୍ୟ, ଅଶ୍ଳିଳତା ଅପସଂସ୍କୃତିର ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବରେ ପ୍ର·ର ପ୍ରସାର ଘଟାଇ ·ଲିଛନ୍ତି । ଏହି ପରିବେଶରେ ଶିଶୁକନ୍ୟା, ଛାତ୍ରୀ ଓ ନାରୀମାନଙ୍କର ନିରାପା ଅସମ୍ଭବ । ପ୍ରତିଦିନ ଦେଶରେ ଏହିପରି ଶହ ଶହ ଘଟଣା ଘଟି·ଲିଛି । ପ୍ରିୟଙ୍କା ରେଡ଼ିଙ୍କ ବଳାକ୍ରାର ଓ ହତ୍ୟାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ ସହିତ ମଦ ଓ ଅଶ୍ଲିଳତାର ପ୍ର·ର ପ୍ରସାର ବନ୍ଦ କରିବା ପାଇଁ ଶ୍ରଦ୍ଧାଞ୍ଜଳି ସଭାରେ ଦୃଢ ଦାବୀ କରିଥିଲେ । ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ମଦ ଓ ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ଡଃ ପ୍ରିୟଙ୍କା ରେଡ୍ଡିଙ୍କ ବଳାକ୍ରାରୀଙ୍କୁ କଠୋର ଶାସ୍ତି ପ୍ରଦାନ କରିବା ଓ ତାଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦୃଢ ଦାବି କରଯାଇଛି । ନଚେତ୍ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘ ତରଫରୁ ଦୃଢ ଚେତାବନୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରତାପ ସାହୁ, ଲକ୍ଷ୍ମୀପ୍ରିୟା ବେଉରା, ସନ୍ଧ୍ୟା ପାଣିଗ୍ରାହୀ, ସୁରଭି ଓଝା, ଅମ୍ବିକାଙ୍କ ସମେତ ଅନ୍ୟାନ୍ୟ ମହିଳା ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *