ସୈନିକସ୍କୁଲ-ଓଏମ୍.ସି. ବିଜୁ ମାରାଥନ ଚଳିତ ଡିସେମ୍ବର୧୫ ତାରିଖରେ ଅନୁଷ୍ଠିତ ହେବ

ସୈନିକସ୍କୁଲ-ଓଏମ୍.ସି. ବିଜୁ ମାରାଥନ ଚଳିତ ଡିସେମ୍ବର୧୫ ତାରିଖରେ ଅନୁଷ୍ଠିତ ହେବ
ସୈନିକସ୍କୁଲ-ଓ.ଏମ୍.ସି. ଚତୁର୍ଥ ବିଜୁ ମାରାଥନ ଚଳିତ ଡିସେମ୍ବର ୧୫ ତାରିଖ ସକାଳ ୬ଟାରେ ଅନୁଷ୍ଠିତ ହେବ ।ଏଥିରେ ବରିଷ୍ଠ, କନିଷ୍ଠ ଏବଂ ବାଳିକାମାନେ ଭାଗନେବାର ବ୍ୟବସ୍ଥା ଥିଲେହେଁ , ଇଚ୍ଛୁକ ଯେକୌଣସି ବ୍ୟକ୍ତି ଭାଗ ନେବାରେ ବାଧା ନାହିଁ । ବିଜେତା ମାନଙ୍କୁ ଅର୍ଥରାଶିରେ ପୁରସ୍କୃତ କରାଯିବାର ବ୍ୟବସ୍ଥା ଅଛି ।ଏହି ମାରାଥନ ସୈନିକସ୍କୁଲ ପୁରାତନ ଛାତ୍ର ସଂସଦ ଏବଂ ଓଡିଶା ମାଇନିଙ୍ଗ୍ କରପୋରେସନ୍ର ମିଳିତ ସହଯୋଗରେ ଆୟୋଜିତ ହେଉଛି ।ଏହା ସୈନିକସ୍କୁଲ ଗାନ୍ଧୀଗ୍ରାଉଣ୍ଡ୍ରୁ ଆରମ୍ଭ ହୋଇ , ନାଲକୋ-କଳିଙ୍ଗ ହସ୍ପିଟାଲ ଛକ ,ଜୟଦେବ ବିହାର ,ଆଚାର୍ଯ୍ୟ ବିହାର , ଆପୋଲୋ ହସ୍ପିଟାଲ ଦେଇ ୭.୩ କି.ମି. ପଥ ଅତିକ୍ରମ କରି ଶେଷରେ ଆରମ୍ଭ ହୋଇଥିବା ସ୍ଥାନ ଗାନ୍ଧୀଗ୍ରାଉଣ୍ଡ୍ରେ ଶେଷ ହେବ । ଏହି ଗଣଦୌଡକୁ ଲେପ୍ଟନାଂଟ ଜେନେରାଲ ଜେ.କେ.ମହାନ୍ତି, ପି.ଭି.ଏସ୍.ଏମ୍ , ଭି,ଓାଇ,ଏସ୍.ଏମ୍.,ଏସ୍.ଏମ୍.,ଭି.ଏସ୍.ଏମ୍.,ଏ.ଡି.ସି. ଏବଂ ଗ୍ରୁପ୍ କ୍ୟାପ୍ଟେନ୍ ଡୋମିନିକ ରାୟନ ପତାକା ଦେଖାଇ ଶୁଭାରମ୍ଭ କରିବେ । ଓଡିଶାର ମାନ୍ୟବର ଯୋଗାଣ , ଖାଉଟି ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରସ୍କାର ବଂଟନ କରିବେ । ତେଣୁ ଇଚ୍ଛୁକ କ୍ରୀଡାପ୍ରେମୀ , ଯୁବକ, ଛାତ୍ରଛାତ୍ରୀ , ଏବଂ ସର୍ବସାଧାରଣ ଏଥିରେ ଭାଗ ନେଇ ଏହାକୁ ସଫଳ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *