ସର୍ବବିଧ ସୁଖ ପାଇଁ ଭାଗବତ ପାଠ କରନ୍ତୁ : ସାଧ୍ୱୀ କ୍ରିଷ୍ଣାନନ୍ଦ

ସର୍ବବିଧ ସୁଖ ପାଇଁ ଭାଗବତ ପାଠ କରନ୍ତୁ : ସାଧ୍ୱୀ କ୍ରିଷ୍ଣାନନ୍ଦ

ଭୁବନେଶ୍ୱର, ୧୩.୧୨ : ନୂଆଗାଁସ୍ଥିତ ଆଧ୍ୟାତ୍ମିକ ବିଦ୍ୟାପୀଠରେ ଆଜିଠାରୁ ଦିବ୍ୟ ଭାଗବତ ପ୍ରବଚନ ଆରମ୍ଭ ହୋଇଛି । ଗତ କାଲି ସନ୍ଧ୍ୟାରେ ୫୧ଜଣ ମହିଳା କଳସ ଶୋଭାଯାତ୍ରାରେ ଭାଗ ନେଇଥିଲେ । ଆଜିର ପ୍ରବଚନରେ ମାତାଜୀ ଭାଗବତ ଶୁଣିବା ପାଇଁ ଭାଗ୍ୟ ଆବଶ୍ୟକ ବୋଲି କହିଥିଲେ । ଭାଗବତରେ ମଣିଷର ସର୍ବବିଧ ସୁଖର ଗୁପ୍ତ ରହସ୍ୟ ଲୁକ୍କାୟିତ ହୋଇ ରହିଥିବା କଥା ସେ କହିଥିଲେ । ଭାଗବତ ଶୁଣିବା ଲୋକ ଭଗବାନଙ୍କ ଆଶୀର୍ବାଦ ପାଇଥାଏ । ଆଜିର ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ୱାମୀ ସତ୍ୟାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରବଚନକୁ ଉଦ୍ଘାଟନ କରିଥିଲେ । ଆଧ୍ୟାମିôକ ବ୍ୟାଦ୍ୟାପୀଠର ଅଧ୍ୟକ୍ଷ ସ୍ୱାମୀ ଦିବ୍ୟାନନ୍ଦ ଗିରି, ଭାରତୀୟ ବିଦ୍ୟାଭବନର ନିର୍ଦ୍ଦେଶକ ଡଃ ଏସ୍.କେ. ତାମୋଟିଆ ସନ୍ମାର୍ଗ ପତ୍ରିକାର ପ୍ରକାଶକ ଡଃ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଭାଗବତ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖ ଯାଏ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ·ଲିବ । ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅବାହକ ଶ୍ରୀ ପରେଶ ନାୟକ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *