ସରଗି ଫୁଲ

ଆଦିବାସୀ ପ୍ରଦର୍ଶନୀ ପଡିଆରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ସର୍ଗିଫୁଲ-୨୦୧୮ । ଯାହାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଏହା ସହ ସେଠାରେ ଆଦିବାସୀ ହାଟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୧୦ କୋଟି  ବ୍ୟୟରେ ନିର୍ମାଣ ହେବ ହାଟ । ପ୍ରଥମ ପର୍ଯ୍ୟାୟରେ ୪ କୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬ କୋଟି ବ୍ୟୟବରାଦ କରାଯିବ । ଖୁବ ଶିଘ୍ର ଏନେଇ ଟେଣ୍ଡର ପ୍ରକ୍ରିୟା କରାଯିବ । ଏଠାରେ ସହରର ଲୋକେ ଆଦିବାସୀ ଉତ୍ପାଦିତ ସମସ୍ତ ସାମଗ୍ରୀ ପାଇପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *