ଷୀନେତା ଅକ୍ଷୟ କୁମାରଙ୍କ ଅନଶନ ନେଇ ନବୀନଙ୍କ ବାଟ ଓଗାଳିବ ନବନିର୍ମାଣ ଯୁବଛାତ୍ର ସଂଗଠନ

ଷୀନେତା ଅକ୍ଷୟ କୁମାରଙ୍କ ଅନଶନ ନେଇ
ନବୀନଙ୍କ ବାଟ ଓଗାଳିବ ନବନିର୍ମାଣ ଯୁବଛାତ୍ର ସଂଗଠନ
ଭୁବନେଶ୍ୱର, ୨୮.୧୨ : କାଳିଆ ଯୋଜନାରେ ୭୦ ଲକ୍ଷ ·ଷୀଙ୍କୁ ରବି ଓ ଖରିଫ୍ରେ ୧୦ ହଜାର ଲେଖାଏଁ ଟଙ୍କା ଦେବେ ବୋଲି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇ ପରେ ୬ ମାସରେ କାଳିଆ ଯୋଜନାରେ ୧୦ ହଜାର ନୁହେଁ ୪ ହଜାର ଟଙ୍କା ଦେବେ ବୋଲି ଘୋଷଣା କରି ଓଡ଼ିଶାର ୭୦ ଭାଗ ·ଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ନବୀନଙ୍କର ଏହି ·ଷୀଙ୍କ ସହ ବିଶ୍ୱାସ ଭଙ୍ଗ ବିରୋଧରେ ନବୀନ ତାଙ୍କ ସତ୍ୟ ଓ ପ୍ରତିଶ୍ରୁତି ରକ୍ଷା ଦିଗରେ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ୩ ଦିନି ଧରି ଅନଶନରେ ବସିଛନ୍ତିି । ମାତ୍ର ଅନଶନର ୩ ଦିନ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରାଥମିକ କଥାର୍ବାା ପାଇଁ କୌଣସି ଅଧିକାରୀ ଆସିନାହାଁନ୍ତି । ସରକାର ନିଜେ ଅସତ୍ୟ ହୋଇ ସରକାରୀ ଯୋଜନାର ଅର୍ଥ କମାଇ ଅପରାଧ କଲାବେଳେ ଏ ନେଇ ସୌଜନ୍ୟ ଆଲୋଚନା ନ କରିବା ପ୍ରତିବାଦରେ ଆସନ୍ତା ୩୦ ତାରିଖରେ ନବନିର୍ବାଣ ଯୁବ ଓ ଛାତ୍ର ସଂଗଠନ ନବୀନ ପଟ୍ଟନାୟକଙ୍କ ରାସ୍ତା ଅବରୋଧ କରିବ ବୋଲି ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ସୂଚନା ଦେଇଛନ୍ତି । ଆମ ସରକାର ହିଂସାର ଭାଷା ବୁଝିଥିଲା ବେଳେ ଅହିଂସା ରାସ୍ତାର ଆନ୍ଦୋଳନକୁ ଗୁରୁତ୍ୱ ଦେଉନାହାଁନ୍ତି । ନବୀନଙ୍କ ରାସ୍ତା ଅବରୋଧ କାର୍ଯ୍ୟକ୍ରମରେ ବହୁ ଯୁବଛାତ୍ର ଯୋଗ ଦେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *