ଲାଲ୍ ଇଲାକାରୁ ସଚିବାଳୟ।

ମାଲକାନଗିରି ଜିଲ୍ଲାର ସନ୍ଧ୍ୟା ସମରଥ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ମାଲକାନଗିରି ମାଥିଲି ବ୍ଲକର ମାଓପ୍ରବଣ ସାଲିମି ଗାଁର ରାମଦେବ ସମରଥଙ୍କ ବଡ଼ ଝିଅ ସନ୍ଧ୍ୟା ସମରଥ । କୌଣସି କୋଚିଂ ନ ନେଇ ସେ ୯୧ତମ ର‌୍ୟାଙ୍କ ଲାଭ କରିଛନ୍ତି ।ସନ୍ଧ୍ୟା ପିଲାଟି ଦିନରୁ ପଞ୍ଚମ ଯାଏଁ ଗାଁ ସ୍କୁଲରେ ପଢିଥିଲେ । ଆଉ ତା’ପରେ ମାଲକାନଗିରିସ୍ଥିତ ନବୋଦୟ ବିଦ୍ୟାଳୟରେ ପାଠ ପଢିଥିଲେ । ପରିବାରର ଆର୍ଥିକ ଅନଟନ ସତ୍ୱେ ସେ ପାଠ ପଢ଼ିଥିଲେ । ପରେ ବିଜେବି କଲେଜରେ ଡିଗ୍ରୀ ହାସଲ କରିଥିଲେ । ନିଜ ପାଠପଢ଼ା ସମୟର ଅନୁଭୂତି ବଖାଣି ସଂଧ୍ୟା କହନ୍ତି, ଗାଁରେ ପାଠପଢିବା ଓ ବିଭିନ୍ନ ଜ୍ଞାନ ଆହରଣ କରିବାକୁ ମାଓବାଦୀ ସୁଯୋଗ ଦେଇ ନ ଥିଲେ । ଏପରିକି ମୋବାଇଲ ଓ ଟିଭି ଦେଖିବାକୁ ବାରଣ କରୁଥିଲେ । ଯଦି କୌଣସି ଲୋକ ଫୋନ୍ ବ୍ୟବହାର କରୁଥିଲେ ମାଓବାଦୀ ମୋବାଇଲ ଛଡ଼ାଇ ନେଇ ଯାଉଥିଲେ । ସୂଚନାଯୋଗ୍ୟ ଓଡ଼ିଶା ଲୋକସେବା ଆୟୋଗର ଓପିଏସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ୍ ୧୦୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୟାଟେଗୋରି ୧ ଓ ୨ ସେବା ପାଇଁ ଏମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆୟୂଷୀ ମହାପାତ୍ର ଟପ୍ପର ହୋଇଥିବା ବେଳେ ସଂଜିତା ମହାପାତ୍ର ଦ୍ୱିତୀୟ ସ୍ଥାନରେ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି ।

Leave a Reply

Your email address will not be published. Required fields are marked *