ରାଶି ଫଳ

  • *ଅଦ୍ୟ ଡିସେମ୍ବର ୨୬ତାରିଖ *୨୦୧୮ମସିହା* (ବୁଧବାର)*
    ଶକାବ୍ଦ -୧୯୪୦
    ସମ୍ବତ -୨୦୭୫
    ସାଲ-୧୪୨୬
    ସମ୍ବତ୍ସର -ପରିଧାବୀ
    ମାର୍ଗଶୀର -କୃଷ୍ଣପକ୍ଷ
    ତିଥି -ଚତୁର୍ଥୀ ଦିବାଘ୧୧/୦୪ ପର୍ଯ୍ଯନ୍ତ ତଦନ୍ତେ ପଞ୍ଚମୀ
    ନକ୍ଷତ୍ର-ଅଶ୍ଳେଷା ଦିବା ଘ୦୨/୨୫ପର୍ଯ୍ଯନ୍ତ ତଦନ୍ତେ ମଘା
    ଚନ୍ଦ୍ର – କର୍କଟ ଦିବା ଘ୦୨/୨୫ପର୍ଯ୍ଯନ୍ତ ତଦନ୍ତେ ସିଂହ
    ଯୋଗ -ବିଷ୍କୁମ୍ଭ
    କରଣ -ବାଳବ
    ସୂର୍ଯ୍ୟ -ଧନୁ ୧୧ ଦିନ *
    ସୁର୍ୟୋଦୟ -ପ୍ରାତଃ ଘ୦୬/୨୨/୩୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୫୫

ଯୋଗିନୀ ନୈଋତେ ଦିବା ଘ୧୧/୦୪ଗତେ ଦକ୍ଷିଣେ
କର୍କଟ ଓ ମକର ରାଶିମାନଙ୍କ ଘାତଚନ୍ଦ୍ର
କର୍କଟ ରାଶିର ଘାତବାର

ଅଦ୍ୟ ଚତୁର୍ଥୀର ଏକୋଦିଷ୍ଟ ଓ ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା -ଦିବାଘ୦୯/୦୫ଗତେ ଘ୧୦/୨୪ମଧ୍ୟେ
ବାରବେଳା-ଦିବାଘ୧୧/୪୫ଗତେ ଘ୦୧/୧୦ମଧ୍ୟେ


** ଅମୃତବେଳା – * ଦିବାଘ୦୭/୪୨ ଗତେ ଘ୦୯/୦୫ ମଧ୍ୟେ* ଓ ଘ୦୨/୨୮ଗତେ ଘ୦୩/୫୫ ମଧ୍ୟେ*
ମାହେନ୍ଦ୍ର ବେଳା- ଦିବା ଘ ୦୭/୪୨ମଧ୍ୟେ* ଓ ଘ୧୦/୨୬ଗତେ ଘ୧୧/୫୦ମଧ୍ୟେ*


ଅଦ୍ୟ ମୂଳା ଓ ବେଲ ଭକ୍ଷଣ ନିଷେଧ



     ଆଜିର ରାଶିଫଳ
  • ——————-
    ମେଷ
    ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଧର୍ମକାର୍ଯ୍ୟ ସଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ୍‌ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ପୂର୍ଣ୍ଣ ଫଳପ୍ରଦ ରହିବ।

ବୃଷ
ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପ୍ରିୟବନ୍ଧୁଟି ଧୀରେ ଧୀରେ ଆପଣଙ୍କ ନିକଟରୁ ଦୂରେଇଯାଉଥିବାର ଅନୁଭବ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ବ୍ୟବସାୟ,ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ ରହିବ।

ମିଥୁନ
କୌଣସି ବ୍ୟକ୍ତି ନିକଟରେ ବାକି ରହିଥିବା ଟଙ୍କା,ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା, ଆନୁଷ୍ଠାନିକ କାମ, ସଭା ସମିତିରେ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ।

କର୍କଟ
ଆପଣଙ୍କ ବ୍ୟବହାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ଅର୍ଜନ କରିବ। ଆନୁଷଙ୍ଗିକସୁଯୋଗ ପ୍ରାପ୍ତପୂର୍ବକ ଅଫିସିଆଲି କାମଗୁଡିକ ସହଜ ହେବ। ପାରିବାରିକ, ପ୍ରଶାସନ, ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ।

ସିଂହ
ଅଯଥା ଖର୍ଚ୍ଚ ବଢିବ। ପରିବହନ, ଜମିଜମା, କଳକାରଖାନା ଓ ସଭାସମିତିରେ ସଫଳତା ଅର୍ଜନ କରିବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ କେବଳ ମନସ୍ତାପ କରିବା ବ୍ୟତୀତ ସନ୍ତୋଷ ପାଇବେ ନାହିଁ। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ। ସଭାସମିତି, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ତୁଳା
ପ୍ରତ୍ୟେକ କାର୍ଯ୍ୟ ସକାଶେ ଶୁଭପ୍ରଦ ରହିବ। ଅର୍ଥନୈତିକ ଅଭିବୃଦ୍ଧି, ନୂତନ ସ୍ଥାନ ପରିଦର୍ଶନାଦିର ସୁଯୋଗ ପାଇବେ। କିନ୍ତୁ ବିଶାଖା ନକ୍ଷତ୍ର କାମ ହାସଲ ପାଇଁ ଅନ୍ୟର ସାହାଯ୍ୟ ଲୋଡିବାକୁ ବାଧ୍ୟ ହେବେ। ଯାନବାହନ ଚାଳନାରେ ସତର୍କ ରହିବା ଭଲହେବ।

ବିଛା
କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ପରୋକ୍ଷରେ ଶତ୍ରୁତା କରୁଥିବାବ୍ୟକ୍ତିଙ୍କ ଅପପ୍ରଚାର ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଆବଶ୍ୟକତା ପୂରଣ ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ।

ଧନୁ
ପାରିବାରିକ ଜଞ୍ଜାଳ ସାମାନ୍ୟ ବୃଦ୍ଧି ପାଇପାରେ, ଯାହା କି ଚିନ୍ତା ବୃଦ୍ଧି କରିବ। ଗଠନମୂଳକ ପ୍ରେରଣା ଦେଇ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ନିର୍ମାଣ, ମାଲିମକଦ୍ଦମା, ବ୍ୟବସାୟ, ଯାତ୍ରା କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପାଇବେ।

ମକର
ନିଜ କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି ଆପଣଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ରାଜନୈତିକ ସ୍ଥିତି ପ୍ରାୟତଃ ଭଲ ରହିବ।

କୁମ୍ଭ
ପରିବାରରେ ଝଗଡା, ଯାତ୍ରାରେ ସମସ୍ୟା, ଧନହାନି ଓ ମନସ୍ତାପର କାରଣ ହୋଇପାରେ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂର ଯାତ୍ରା କରିବାର ସୂଚନା ରହିଛି। ବ୍ୟବସାୟ, ବାଣିଜ୍ୟ, ପରିବହନ କ୍ଷେତ୍ର ଆଜି ପାଇଁ ମାନ୍ଦା ହେବ ନାହିଁ।

ମୀନ
ଆପଣଙ୍କର ପୂର୍ବ ବିବାଦର ସମାଧାନ ହେବା ସଙ୍ଗକୁ ଦୀର୍ଘଦିନରୁ ଲାଗି ରହିଥିବା ଟେନସନ୍‌ ମଧ୍ୟ କମିଯିବ। ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସଙ୍ଗୀତ, କଳା, କ୍ଷେତ୍ରରୁ ପ୍ରଶଂସା ପ୍ରାପ୍ତି ଘଟିବ।

Leave a Reply

Your email address will not be published. Required fields are marked *