ରାଶି ଫଳ

  • *ଅଦ୍ୟ ଡିସେମ୍ବର ୨୧ ତାରିଖ *୨୦୧୮ମସିହା* (ଶୁକ୍ରବାର)
    ଶକାବ୍ଦ -୧୯୪୦
    ସମ୍ବତ -୨୦୭୫
    ସାଲ-୧୪୨୬
    ସମ୍ବତ୍ସର -ପରିଧାବୀ
    ମାର୍ଗଶୀର -ଶୁକ୍ଳପକ୍ଷ
    ତିଥି -ଚତୁର୍ଦ୍ଦଶୀ ରାତ୍ରି ଘ୦୨/୩୨ ପର୍ଯ୍ଯନ୍ତ ତଦନ୍ତେ ପୂର୍ଣିମା
    ନକ୍ଷତ୍ର-ରୋହିଣି ରାତ୍ରି ଘ୦୨/୧୨ ପର୍ଯ୍ଯନ୍ତ ତଦନ୍ତେ ମୃଗଶିରା
    ଚନ୍ଦ୍ର -ବୃଷ
    ଯୋଗ -ସାଦ୍ଧ୍ୟ
    କରଣ -ଗର
    ସୂର୍ଯ୍ୟ -ଧନୁ ୦୬ ଦିନ *
    ସୁର୍ୟୋଦୟ -ପ୍ରାତଃ ଘ୦୬/୧୯/୫୧

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୧୧

ଯୋଗିନୀ ପଶ୍ଚିମେ ରାତ୍ରି ଘ୦୨/୩୦ଗତେ ବାୟବ୍ୟେ
ବିଛା ରାଶିର ଘାତଚନ୍ଦ୍ର
ବିଛା, ଧନୁ ଓ ମୀନରାଶିର ଘାତବାର

ଅଦ୍ୟ ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା ଓ ବାରବେଳା-ଦିବାଘ୦୯/୦୨ଗତେ ଘ୧୧/୪୪ମଧ୍ୟେ


** ଅମୃତବେଳା – * ଦିବାଘ୭୦/୪୦ ମଧ୍ୟେ* ଓ ଘ୦୩/୩୪ଗତେ ଘ୦୫/୧୨ ମଧ୍ୟେ*
ମାହେନ୍ଦ୍ର ବେଳା- ଦିବା ଘ ୦୭/୪୧ ଗତେ ଘ୦୯/୦୩ମଧ୍ୟେ* ଓ ଘ ୧୧/୪୬ଗତେ ଘ୧୧/୦୦ମଧ୍ୟେ*


ଅଦ୍ୟ ବିରି ଭକ୍ଷଣ ନିଷେଧ


     ଆଜିର ରାଶିଫଳ
  • ——————-
    ମେଷ
    ଆଜି ଆପଣ ବିଭିନ୍ନ ଦିଗରୁ ଅର୍ଥସଂଗ୍ରହର ପ୍ରଚେଷ୍ଟା କରିପାରନ୍ତି। ଚତୁର୍ଥାଧିପ ମୁଖଭାବସ୍ଥ ଆପଣଙ୍କୁ ଆତ୍ମୀୟସ୍ବଜନ ଓ ପରିବାରସହ ସୁସ୍ବାଦୁ ଭୋଜନ,ପରିଭ୍ରମଣ ସାଙ୍ଗକୁ ବନ୍ଧୁମିଳନ ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ । ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେବେ।

ବୃଷ
ଆଜି ଆପଣ ଦୃଢ଼ ମନୋବଳ ସାଙ୍ଗକୁ ଅସୀମ ଧୈର୍ଯ୍ୟ ଓ ସାହସ ମାଧ୍ୟମରେ କଷ୍ଟପ୍ରଦ କାମକୁ ମଧ୍ୟ ଅନାୟାସରେ ସମ୍ପନ୍ନ କରିପାରିବେ। ନିଜର ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ସମ୍ପର୍କୀୟମାନଙ୍କ ସହ ମିତ୍ରତା କରିବା ସକାଶେ ମନ ବଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ,କଳା ସାହିତ୍ୟ ଏବଂ କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ ।

ମିଥୁନ
ଆଜି ନିଜଲୋକଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ସୁଧା ବାଧ୍ୟ ବାଧକତାରେ କାମରୁ ଓହରି ଆସି ପାରିବେ ନାହିଁ । ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଆର୍ଥିକ ପରିସ୍ଥିତି,ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେଇପାରନ୍ତି।

କର୍କଟ
ଆଜି ମାନସିକ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବ । ବନ୍ଧୁସମ୍ପର୍କ, ଦେଇଥିବା ପ୍ରତିଶ୍ରୁତିକୁ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସଭାସମିତି ଆଲୋଚନାର ଶେଷ ପର୍ଯ୍ୟାୟରେ ବନ୍ଧୁଙ୍କ ଟୀକାଟିପ୍ପଣୀ ମନରେ ଆଘାତ ଦେଇପାରେ । ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ।

ସିଂହ
ଆଜି ବନ୍ଧୁଙ୍କ ସହ ଭ୍ରମଣ ସାଙ୍ଗକୁ ହସଖୁସିର ମଉକା ଜୁଟିବ । ଅଟକି ରହିଥିବା କାମ, କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାକୁ ନେଇ ସାମୟିକ ଚିନ୍ତିତ ରହିପାରନ୍ତି। କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଦୂରେଇଯାଇଥିବା ବନ୍ଧୁ ଯୋଗାଯୋଗ କରିପାରନ୍ତି। କର୍ମାରମ୍ଭ କ୍ଷେତ୍ରରେ ସୁଯୋଗ ହାତଛଡ଼ା ହୋଇପାରେ।

କନ୍ୟା
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆତ୍ମୀୟସ୍ବଜନ ପଛରେ ବିଭିନ୍ନ କଥା କହିବୁଲିବେ। ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ସମସ୍ୟାକୁ ସାମ୍‌ନା କରି ମାନସିକ ଦୁର୍ବଳତା ଦେଖାଦେଇପାରେ । ସରକାରୀ ସ୍ତରରେ ସ୍ଥଗିତ କାମକୁ ପୁନଶ୍ଚ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ପରିବାର ଭିତରେ ସାଧାରଣ କଥାକୁ ଜଟିଳ କରି ମନସ୍ତାପ କରିପାରନ୍ତି।

ତୁଳା
ଆଜି ହଠାତ୍ ସୁଯୋଗ ପାଇଲେ ମଧ୍ୟ ଉପଭୋଗ୍ୟ ହେବା କଷ୍ଟକର ହେବ । ଆଶାନୁଯାୟୀ ଅର୍ଥଲାଭ ସାଙ୍ଗକୁ ସମସ୍ୟାଜନିତ ସାମୟିକ ଟେନ୍‌ସନ ଲାଗିରହିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ ।

ବିଛା
ଆଜି ପ୍ରତ୍ୟେକ କଥାରେ ନୀରବତା ଅବଲମ୍ବନ କରିବେ । ଯାତ୍ରା,ବ୍ୟବସାୟ ଓ ବନ୍ଧୁମାନଙ୍କ ପରାମର୍ଶକୁ ଶ୍ରେୟ ମନେ କରିପାରନ୍ତି। ଆଜି ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ, କିନ୍ତୁ କିଛି ଅସୁବିଧା ହେବ ନାହିଁ । ସାହାଯ୍ୟ ଲାଭ ଆଶାରେ ହଠାତ୍‌ ଜଣେ ବନ୍ଧୁ ପ୍ରଗାଢ଼ ଅନୁରକ୍ତି ପ୍ରକାଶ କରିପାରନ୍ତି।

ଧନୁ
ପ୍ରତ୍ୟେକ କାମ ବିବାଦୀୟ ହେବା ସାଙ୍ଗକୁ ସଫଳତାର ନୈରାଶ୍ୟ ମନକୁ ବିଷାଦିତ କରିରଖିବ। ଅତୀତ ଘଟଣାକୁ ବାରମ୍ବାର ମନେ ପକାଇ ଅନୁତପ୍ତ ହୋଇପାରନ୍ତି। ଆଜିର କର୍ମକ୍ଷେତ୍ରରେ ସାଧାରଣ ଟିକିଏ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ନିଜ କାମରେ ସନ୍ତୋଷଜନକ ଫଳ ପାଇବେ ।

ମକର
ଆଜିର ଦିନଟି ବନ୍ଧୁଙ୍କ ଆତିଥ୍ୟ, ଆତ୍ମୀୟତା ଓ ସହଯୋଗୀ ମନୋଭବ ଭାବପ୍ରବଣତାକୁ ବଢ଼ାଇଦେଇପାରେ । କର୍ମକ୍ଷେତ୍ର,ପରିବାର, ବ୍ୟବସାୟ,ଯାତ୍ରା ଓ ଧର୍ମୀୟକାର୍ଯ୍ୟ ଦିଗରେ ତପତ୍ରତା ପ୍ରକାଶ କରିବେ ା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ନ ହେବା କାରଣରୁ ମନଟା ସାମାନ୍ୟ ଭାରାକ୍ରାନ୍ତ ରହିପାରେ।

କୁମ୍ଭ
ଆଜି ପାରିବାରିକ ଅଶାନ୍ତି ସାଙ୍ଗକୁ କାର୍ଯ୍ୟହାନିଜନିତ ମନସ୍ତାପକୁ ବୃଦ୍ଧି ହୋଇ ପାରେ । ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସକାଶେ ବ୍ୟବସାୟରେ ଉନ୍ନତି, ନିର୍ମାଣରେ ଅଗ୍ରଗତି, ଜମିଜମା କାରବାରରେ ଚୁକ୍ତି ଆଦି କାମ ସମ୍ପନ୍ନ ହେବା ଆଶା କରାଯାଇପାରେ ।

ମୀନ
ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶୀର୍ଷସ୍ଥାନକୁ ସ୍ପର୍ଶ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ ବଢ଼ିଯିବ। କିନ୍ତୁ ଆପଣଙ୍କ ପ୍ରିୟ ବନ୍ଧୁଟି ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେଇ ଟେନ୍‌ସନକୁ ଲାଘବ କରିପାରନ୍ତି। କଳା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରେଇଯିବ।

Leave a Reply

Your email address will not be published. Required fields are marked *