ରାଶି ଫଳ


*ଅଦ୍ୟ ଡିସେମ୍ବର ୨୦ ତାରିଖ *୨୦୧୮ମସିହା* (ଗୁରୁବାର)*
ଶକାବ୍ଦ -୧୯୪୦
ସମ୍ବତ -୨୦୭୫
ସାଲ-୧୪୨୬
ସମ୍ବତ୍ସର -ପରିଧାବୀ
ମାର୍ଗଶୀର -ଶୁକ୍ଳପକ୍ଷ
ତିଥି -ଦ୍ବାଦଶୀ ଦିବା ଘ୦୬/୪୭ ପର୍ଯ୍ଯନ୍ତ ତଦନ୍ତେ ତ୍ରୟୋଦଶୀ
ନକ୍ଷତ୍ର-କୃତିକା
ଚନ୍ଦ୍ର – ମେଷ ଦିବା ଘ୧୦/୫୪ପର୍ଯ୍ଯନ୍ତ ତଦନ୍ତେବୃଷ
ଯୋଗ -ସିଦ୍ଧି
କରଣ -ବାଳବ
ସୂର୍ଯ୍ୟ -ଧନୁ ୦୫ ଦିନ *
ସୁର୍ୟୋଦୟ -ପ୍ରାତଃ ଘ୦୬/୧୯/୨୧

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୪୧

ଯୋଗିନୀ ନୈଋତେ ଦିବା ଘ୦୬/୪୭ଗତେ ଦକ୍ଷିଣେ
ବିଛା ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର

ଅଦ୍ୟ ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା ଓ ବାରବେଳା-ଦିବାଘ୦୨/୨୪ଗତେ ଘ୦୫/୧୦ମଧ୍ୟେ


** ଅମୃତବେଳା – * ଦିବାଘ୧୦/୨୩ ଗତେ ଘ୧୧/୪୨ମଧ୍ୟେ* ଓ ଘ୦୧/୦୪ଗତେ ଘ୦୨/୨୪ ମଧ୍ୟେ*
ମାହେନ୍ଦ୍ର ବେଳା- ଦିବା ଘ ୦୭/୪୨ମଧ୍ୟେ* ଓ ଘ ୧୧/୪୩ଗତେ ଘ୧୧/୦୨ମଧ୍ୟେ*


ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ



     ଆଜିର ରାଶିଫଳ
  • ——————-
    ମେଷ
    ପାରିବାରିକ ସୌଖ୍ୟ, ଅର୍ଥଲାଭ, କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁମାନଙ୍କ ସହାନୁଭୂତି ଲାଭକରିବେ ସମସ୍ୟା,ପ୍ରେମ ପ୍ରଣୟ,କ୍ଷେତ୍ରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ଅବଶ୍ୟ ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ।

ବୃଷ
ଖର୍ଚ୍ଚାନ୍ତ କରାଇ କାମ ହାସଲ ହେବ। ପାରିବାରିକ ଅସ୍ଥିରତା ସଙ୍ଗକୁ କର୍ମକ୍ଷେତ୍ର ମଧ୍ୟ ସମସ୍ୟା ବହୁଳ ରହିବ । ବୁଧଙ୍କ ପ୍ରଭାବରେ ନୂତନ ନିଯୁକ୍ତି ,ଦୂରଯାତ୍ରା ଓ ଅର୍ଥଲାଭ ସଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ । ଛୋଟ କଥାରୁ ମନୋମାଳିନ୍ୟ ଯୋଗଁୁ ମନ ଉଦାସ ରହିପାରେ ।

ମିଥୁନ
କର୍ମକ୍ଷେତ୍ରକୁ ସମସ୍ୟା ମୁକ୍ତ କରାଇବା ସଙ୍ଗେ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । କି‘ୁ ପାପଗ୍ରହ ମଧ୍ୟସ୍ଥ ହେତୁ ନିଜର ଆମତ୍ୀୟ ସ୍ବଜନଙ୍କ ସହ ଭୁଲ୍‌ ବୁଝାମଣାରୁ କଳହ ସୃଷ୍ଟିର ସମ୍ଭାବନା ରହିଛି । ସକାଳୁ ସକାଳୁ କୈାଣସି ଶୁଭଖବର ଶୁଣି ମନକୁ ଉଲ୍ଲସିତ କରିପାରେ। ରାଜନୀତି, ସଭାସମିତି ସକାଶେ ଆଲୋଚନା କରିପାରନ୍ତି।

କର୍କଟ
ସାଧାରଣ ସମସ୍ୟା ମଧ୍ୟଦେଇ ଲକ୍ଷ୍ୟସାଧନ କରିବ । ପରିବାର ସକାଶେ ବ୍ୟୟବହୁଳ ଖର୍ଚ୍ଚ ମାନସିକ ସ୍ଥିତିକୁ ପ୍ରଭାବିତ କରିପାରେ । ନିଜର ସ୍ବାର୍ଥ ସାଧନ ଦିଗରେ ଅନ୍ୟକୁ ନିୟୋଜିତ କରିବା ସକାଶେ ଯୋଜନା କରିପାରନ୍ତି। ବାଣିଜ୍ୟ,ଶିଳ୍ପ ଓ ବ୍ୟବସାୟରେ ଦ୍ୱନ୍ଦ୍ୱର ଅବସାନ ଘଟିବ ।

ସିଂହ
ଆଜି କୈାଣସି କାମ ଅଟକି ରହିନପାରେ । କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହମତିରେ କାମ କଲେ ଉପକୃତ ହେବେ । ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ଉପରେ ନିର୍ଭର ନକରି ନିଜେ କିଛି କରିବା ଭଲ ହେବ ।

କନ୍ୟା
ଆଜିର ଦିନଟି ବହୁତ ଭଲରେ ଭଲରେ ଯିବ,ଯେମିତି ଆଶା କରୁଛ‘ ସେଥିରେ ନିରାଶ ହେବେ ନାହିଁ । ତଥାପି ତରବରିଆ ଭାବେ କୈାଣସି କାମ ନକରି ଓ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଶିଳ୍ପ,ଉଦ୍ୟୋଗ,ପ୍ରକଳ୍ପ, ରପତ୍ାନୀ ବାଣିଜ୍ୟ,ପରିବହନ ଓ ନୂତନ ବ୍ୟବସାୟରେ ଆଶା ଜନକ ଫଳ ପାଇବେ ।

ତୁଳା
ଦେହ ଭଲ ରହିବା ସଙ୍ଗକୁ ଆଶା କରୁଥିବା ଜିନିଷ ପାଇ ଖୁସୀ ହୋଇଯିବେ । ବେଳେ ବେଳେ ଠିକ୍‌କଥା ହେଲେ ମଧ୍ୟ ସ୍ଥାନ,କାଳ,ପାତ୍ରାନୁସାରୀ ନକହିଲେ ସମସ୍ୟା ଆସିପାରେ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଓ ଅକାରଣ ଜିଦ୍‌ ମନକୁ ବିଭ୍ରାନ୍ତ କରିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉସତ୍ାହିତ ହେବେ ।

ବିଛା
କୈାଣସି ନୂତନ ବନ୍ଧୁତ୍ୱ କର୍ମକ୍ଷେତ୍ର ପାଇଁ ଅନୁକୁଳ ବାତାବରଣରେ ସହାୟକ ହେବ । କିଣା ବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିଯିବାର ଆଶଙ୍କାକୁ ଏଡି ହେବନାହିଁ । ବୃଥା ସନ୍ଦେହ ଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ ।

ଧନୁ
ଅଧିକାଂଶ କ୍ଷେତ୍ରରେ ଏବଂ ସମୟରେ ଆପଣଙ୍କ ନକାରାମତ୍କ ଚି‘ାଧାରା କାମକୁ ବିଳମ୍ବିତ କରାଇବ । ଆଗପଛ ବିଚାର ନକରି କୈାଣସି କାମରେ ହାତଦେବା ଠିକ୍‌ ହେବନାହିଁ । ପ୍ରିୟ ବନ୍ଧୁଙ୍କର ସାନ୍ନିଧ୍ୟ ଲାଭ କିମ୍ବା ଦର୍ଶନ ଜନିତ ଆନନ୍ଦ ଅନୁଭବ କରିବେ । ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ।

ମକର
କୈାଣସି କାମ ନ ଅଟକିଲେ ମଧ୍ୟ କାମ ହାସଲର ଦୀର୍ଘତା ମନକୁ ଭାରାକ୍ରାନ୍ତ କରି ରଖିବ । ଏହା ସଙ୍ଗକୁ ସଦା ସର୍ବଦା ରୋଗ,ଋଣ ଓ ଶତ୍ରୁତା ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ । ଭଲ ସମ୍ପର୍କ ନଥିବା ବ୍ୟ୍ୟକ୍ତି ମାନଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍‌ ହେବ ନାହିଁ । ବିବାଦୀୟ ଘଟଣାର ବିଜୟୀ ହେବେ।

କୁମ୍ଭ
ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ । ସାମ୍ବାଦିକତା, ପ୍ରଶାସନ, ପ୍ରକାଶନ. ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ । କୈାଣସି ସମସ୍ୟା ଓ ବିବାଦୀୟ ପରିସ୍ଥିତିରେ ମନଭୁଲାଣିଆ କଥା କହି ପରିବେଶକୁ ସ୍ବାଭାବିକ କରିପାରିବେ ।

ମୀନ
ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ ଏବଂ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ । ପୂର୍ବକଳ୍ପିତ ନୂତନଭାବରେ କୈାଣସି କାମ,ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । କୈାଣସି ସୂତ୍ରରୁ ଶୁଣା ଗୁଜବ ପ୍ରତି ଭୃକ୍ଷେପ କର‘ୁ ନାହିଁ । ପାରିବାରିକ ଜୀବନରେ ଭୁଲ୍‌ ବୁଝାମଣା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ।

ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳପ୍ରଦ ହେଉ ଜୟଶ୍ରୀରାମ *

Leave a Reply

Your email address will not be published. Required fields are marked *