ରାଜ୍ୟ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ରାଜ୍ୟ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ଭୁବେନେଶ୍ୱର ୧୩.୦୧.୨୦ : ଆଜି ରାଜ୍ୟ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଯୁବ ନେତା ମାନଙ୍କୁ କିପରି ସୁଦୃଢ କରାଯିବ ସେନେଇ ଆଲୋଚନାରେ ଜୋର ଦିଆଯିବ। ଗତ ସାଧାରଣ ନିର୍ବାଚନ ପରେ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ତେଣୁ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଛାମୁଆ ସଂଗଠନଗୁଡ଼ିକୁ କିଭଳି ସକ୍ରିୟ କରାଯିବ ସେଥିପାଇଁ ଉଦ୍ୟମ ଜାରି ରହିଛି। ଆଜିର ବୈଠକରେ କମିଟି ପ୍ରାୟ ପାଞ୍ଚ, ଛଅ ଜଣଙ୍କ ନାଁ ସୁପାରିଶ କରିବ। ଏହି ନାଁ ଭିତରୁ ଜଣଙ୍କୁ ଯୁବ କଂଗ୍ରେସ ସଭାପତି ଭାବେ ଅବସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଆସନ୍ତା ଏକମାସ ମଧ୍ୟରେ ଛାମୁଆ ସଂଗଠନର ମୁଖିଆଙ୍କ ନାଁ ମଧ୍ୟ ଘୋଷଣା ହେବ ବୋଲି ସୂଚନା ମିଳିଛି । ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ହେବା ପରେ ତତ୍କାଳୀନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ତାଙ୍କ ପଦରୁ ଅପସାରଣ କରାଯାଇଥିଲା । ଏହାପରେ ଲୋକନାଥ ମହାରଥୀଙ୍କୁ ଯୁବ କଂଗ୍ରେସ ମଙ୍ଗୁଆଳ କରାଯାଇଥିଲା ।

Leave a Reply

Your email address will not be published. Required fields are marked *