ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇସାରିଛି । ଏହାର ପ୍ରଭାବରେ ଆସନ୍ତା ୧୭ ଏବଂ ୧୮ତିନି ଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିବ । ବିଶେଷ କରି ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ଫସଲ ନଷ୍ଟ ଆଶଙ୍କା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଓଡ଼ିଶା ପ୍ରତି ସେତେଟା ବିପଦ ନଥିଲେ ମଧ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ବିଶେଷ କରି କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଏହି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେଣୁ ଫସଲ ନଷ୍ଟର ବହୁ ଆଶଙ୍କା ରହିଛି ବୋଲି ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି। 

Leave a Reply

Your email address will not be published. Required fields are marked *