ରାଜଧାନୀରେ ପୁଣି ସକ୍ରିୟ ନିଶାଦିଆ ଲୁଟେରା..


ଗତ କିଛି ଦିନର ବ୍ୟବଧାନ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ନିଶା ଦିଆ ଲୁଟେରା ପୁଣି ଥରେ ସକ୍ରିୟ ହୋଇଛନ୍ତି୤ ଗତ ନଭେମ୍ବର ୨୫ରୁ ଡ଼ିସେମ୍ବର ୨୫ ତାରିଖ ମଧ୍ୟରେ ଲୁଟେରାମାନେ ଭୁବନେଶ୍ବର ରେଳ ଷ୍ଟେସନ ଓ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ରହଣି କରୁଥÒବା ଓ ଘରକୁ ଫେରୁଥÒବା ପାଖାପାଖÒ ୧୩ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଲୁଟିଛନ୍ତି୤ ବିଗତ ଦିନମାନଙ୍କରେ ଲୁଟେରାମାନେ ମୁଖ୍ୟତଃ କିଛି ଚା’ ଦୋକନୀଙ୍କ ସହାୟତାରେ ଚା’ରେ ନିଶା ଦେଇ ଲୋକଙ୍କୁ ଲୁଟୁଥÒବା କଥା ନଜରକୁ ଆସୁଥÒଲା୤ କିନ୍ତୁ ଏବେ ଲୁଟେରାମାନେ ଲୁଟ କରିବା ତରିକା ବଦଳାଇଛନ୍ତି୤ ଏବେ ଖାଲି ଚା’ ବିସ୍କୁଟ କି ମୃଦୁ ପାନୀୟ ନୁହେଁ ବରଂ ଏବେ ସେମାନେ ବେହୋସ କରାଇଦେବା ଗ୍ୟାସକୁ ତ ସେମାନେ ପାଖରେ ରଖÒଛନ୍ତି ହେଲେ ସବୁଠୁ ମାରା଍କ କଥା ହେଉଛି ସେମାନେ ମୁଖ୍ୟତଃ କିଛି ଆଇସ୍କ୍ରିମ୍ ଦୋକାନୀଙ୍କ ସହ ମଧ୍ୟ ଡ଼ିଲ କରି ଥÒବାର ନଜର ଦେଖÒବାକୁ ମିଳିଛି୤
ସୋମବାର ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଲୁଟର ଶିକା ହୋଇଥÒବା କେନ୍ଦ୍ରାପଡ଼ା କେଡ଼ାଗୋରୁଆ ଗ୍ରାମର ଶ୍ୟାମ ଟୁଡ଼ୁଙ୍କୁ ଲୁଟେରାମାନେ ଆଇସ୍କ୍ରିମ୍ରେ ନିଶା ଦେଇଲୁଟ କରିଥÒବା କଥା ଶ୍ୟାମ ପୋଲିସ୍ ନିକଟରେ କହିଛନ୍ତି୤ ଶ୍ୟାମ କହିଛନ୍ତି ଯେ, ନୂଆ ଆଇସ୍କ୍ରିମ୍ ଲଞ୍ଚ୍ ହୋଇଛି ବୋଲି କହି ଏକ ଆଇସ୍କ୍ରିମ୍ ଟ୍ରଲି ନିକଟରେ ଅଟୋ ଡ଼୍ରାଇଭର ଗାଡ଼ି ରଖÒଥÒଲେ୤ ମୁଁ ଯେତେ ମନାକଲା ପରେ ବି ଆଇସ୍କ୍ରିମ୍ ବେପାରୀ ଜଣକ ମୋତେ ଗୋଟିଏ ନେଇ ଚାଖନ୍ତୁ ଆମ ପ୍ରଡ଼କ୍ଟ କେମିତି ହୋଇଛି ଟିକେ ତାର ରିଭ୍ୟୁ ଦିଅନ୍ତୁ ବୋଲି କହି ମୋତେ ଆଇସ୍କ୍ରିମ୍ ଖାଇବା ଲାଗି ଦେଇଥÒଲେ୤ ସେ ଆଇସ୍କ୍ରିମ୍ ଖାଇବା ପରେ ବେହୋସ୍ ହୋଇ ଯାଇଥିଲେ୤ ତାଙ୍କ ଠାରୁ ଲୁଟେରାମାନେ ୫ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଛନ୍ତି ବୋଲି ଶ୍ୟାମ କହିବା ସହିତ ତାଙ୍କୁ କ୍ୟାପିଟାଲ ମେଡ଼ିକାଲରେ ଭର୍ତ୍ତି କରାଯାଇଛି୤
ସେହିପରି, ଗତ ୨୪ ତାରିଖ ରବିବାର ଦିନ ଖାଲି ଜଣେ ନୁହେଁ ବରଂ ଦୁଇ ଦୁଇ ଜଣ ଯୁବକଙ୍କୁ ଚା’ରେ ନିଶା ଦେଇ ଏକା ସାଙ୍ଗେ ଲୁଟ କରିଛନ୍ତି ଲୁଟେରା୤ ଲୁଟ୍ର ଶିକାର ହୋଇଥିବା ଯୁବକ ଦୁଇଜଣ ହେଲେ ବାଲେଶ୍ବରର ହରିରାମ ଦାସ ଓ କେଉଁଝରର ରାଜକିଶୋର ନାୟକ୤ ସେମାନେ ଷ୍ଟେସନ ବାହାରେ ଚା’ ପିଇବା ପରେ ଚେତା ହରାଇଥÒଲେ୤ ସେମାନଙ୍କ ନିକଟରେ ଥÒବା ବ୍ୟାଗ ଓ ମନପର୍ସ ସହ ଘର ଲାଗି ଆଣିଥÒବା ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀକୁ ଲୁଟେରାମାନେ ଲୁଟିନେଇଥÒଲେ୤
ଅନୂରୁପ ଭାବେ ଗତ ୨୦ ତାରିଖ ଦିନ ମଧ୍ୟ ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ଜଗଦୀଶ ଚନ୍ଦ୍ର ସ୍ବାଇଁ ନାମକ ଜଣେ ଯୁବକ ନିଶା ଦିଆ ଲୁଟେରାଙ୍କ ଶିକାର ହୋଇଥÒଲେ୤ ଚା’ରେ ନିଶା ଦେଇ ଯୁବକଙ୍କଠାରୁ ୫ହଜାର ଟଙ୍କା ଓ ମୋବାଇଲ୍ ଫୋନ୍ ଲୁଟ୍ ହୋଇଥିବା ନେଇ ସେ ଅଭିଯୋଗ କରିଥÒଲେ୤ ସେହିପରି ଡ଼ିସେମ୍ବର ୧୮ରେ ପରିକ୍ଷା ଦେବାକୁ ଆସିଥÒବା କେନ୍ଦୁଝରର ଦିବ୍ୟଜ୍ୟୋତି ପ୍ରଧାନ(୨୨) ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଲୁଟର ଶୀକାର ହୋଇଥÒଲେ୤
ଉଲ୍ଲେଖ ଥାଉ କି, ଆଗକୁ ନୂଆବର୍ଷ ଥÒବାରୁ ଓଡ଼ିଶା ବାହାରେ ଥÒବା ଲୋକେ ଘରକୁ ଫେରୁଥÒବା ବେଳେ ଭୁବନେଶ୍ବରରେ ରହି ପାଠ ପଢୁଥÒବା ଛାତ୍ରଛାତ୍ରୀ ଛୁଟି ଲାଗି ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଘରକୁ ଫେରୁଛନ୍ତି୤ କିନ୍ତୁ ଗତ କିଛି ଦିନ ହେବ ପୁଣି ଥରେ ରାଜଧାନୀରେ ନିଶା ଦିଆ ଲୁଟେରା ସକ୍ରିୟ ହୋଇଛନ୍ତି୤ ଏନେଇ ଦିନେ ଦୁଇଦିନର ଅନ୍ତରରେ ଜଣେ କେହି ଲୁଟର ଶୀକାର ହେଉଛି୤ ରାଜଧାନୀରେ ମୁଖ୍ୟତଃ ଟ୍ରେନ୍ ଗୁଡ଼ିକ ଲାଗିବା ପରେ ସେମାନେ ଅଟୋ କିମ୍ବା କ୍ୟାବ୍ ମାଧ୍ୟମରେ ନିଜ ନିଜର ଲକ୍ଷସ୍ଥଳକୁ ଯିବା ଲାଗି ଚେଷ୍ଟା କରନ୍ତି୤ କିଏ ସିଧା ସଳଖ କ୍ୟାବରେ ଘରକୁ ଯାଏ ତ କିଏ ଅଟୋ ନେଇ ବରମୁଣ୍ଡା୤ ଏହି ଭିତରେ ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରି ନୂଆ ନୁଆ ତରିକାରେ ସେମାନଙ୍କୁ ଲୂଟ କରାଯାଉଥÒବାର ଦୃଶ୍ୟ ଦେଖÒବାକୁ ମିଳିଛି୤
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବି ସମାନ ଦୃଶ୍ୟ ଦେଖÒବାକୁ ମିଳିଛି୤ ବସ୍ଷ୍ଟାଣ୍ଡର ଅପେକ୍ଷା ରତ ଥÒବା ବହୁ ଯାତ୍ରୀ ଲୁଟର ଶିକାର ହେଉଛନ୍ତି୤ ଲୁଟେରାମାନେ ଯାତ୍ରୀଙ୍କ ସହ ରାତା ରାତି ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି କିଛି ମାମଲାରେ ଅସଫଳ ମଧ୍ୟ ହୁଅନ୍ତି୤ କିନ୍ତୁ କାହାକୁ ନା କାହାକୁ ସେମକାନେ ତାଙ୍କ ବନ୍ଧୁତାର ଜାଲରେ ଫସାଇ ଚା’, ସିଗାରେଟ, ଗୁଟଖା, କିଛି ମୃଦୁପାନୀୟ ପ୍ରଭୃତିର ସାହାରା ନେଇ ସେମାନେ ଯାତ୍ରୀଙ୍କଠାରୁ ଲୁଟ କରୁଥÒବା କଥା ଶିକାର ହେଉଥÒବା ବ୍ୟକ୍ତିମାନେ ପୋଲିସ୍ ନିକଟରେ କହିଛନ୍ତି୤ ତେବେ ଆଗକୁ ନୂଆବର୍ଷକୁ ସହରରେ ଅପରାଧ ଓ ଅପରାଧୀଙ୍କୁ କେମିତି କାବୁ କରୁଛି ତାହା ଦେଖÒବାକୁ ରହିଲା୤ ଆମ କମିଶନରେଟ ପୋଲିସ୍ ଅପରାଧୀଙ୍କୁ କାବୁ କରିବାରେ କେତେ ପାରଙ୍ଗମ ତାହାର ନଜିର ରହିଛି୤ ତେବେ ଦେଖÒବାକୁ ରହିଲା ରାଜଧାନୀରେ ନିଶା ଦିଆ ଲୁଟେରାଙ୍କ ସହିତ ନୂଆ ବର୍ଷ ଲାଗି ସକ୍ରିୟ ହୋଇଥÒବା ଦେହ ଦଲାଲ ଓ ବନ୍ଧୁକଧାରୀ ଲୁଟେରାଙ୍କୁ କେମିତି କାବୁ କରୁଛି?

ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ
ଭୁବନେଶ୍ବର, ପିଏନଏସ

ସହିଦନଗର ଥାନା ଅଧୀନ ଟଙ୍କପାଣି ରୋଡ୍ରେ ଜଣେ ଆଇନଜୀବୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥÒବା ଅଭିଯୋଗରେ ପୋଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି୤ ଗିରଫ ଅଭିଯୁକ୍ତ ଜଣକ ହେଉଛି ଦିପୁ ପାତ୍ର୤ ଗତ ୨୩ ତାରିଖ ଦିନ ଟଙ୍କପାଣି ରୋଡ୍ରେ ଥÒବା ଆରକେ ମୋଟର୍ସରେ ପୁରୁଣା ଭୁବନେଶ୍ବରରେ ରହୁଥିବା ଆଇନଜୀବୀ ସଞ୍ଜୟ ସାହୁଙ୍କୁ ମାଡ଼ ମାରିଥÒବା ଅଭିଯୋଗରେ ତାଙ୍କୁ ପୋଲିସ୍ ଗିରଫ କରିଛି୤
ଉଲ୍ଲେଖ ଥାଉ କି, ଉକ୍ତ ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଆର୍କେ ମୋଟରରୁ ନିଜ କାର ସଜାଡି ବାହାରୁଥିବା ବେଳେ କିଛି ଯୁବକ ସେହି ଗ୍ୟାରେଜ୍ ପିଲାଙ୍କ ସହ ଝଗଡ଼ା କରୁଥÒବାର ଦୃଶ୍ୟ ଦେଖÒ ଆଇନଜୀବୀ ଶ୍ରୀ ସାହୁ ସେ ପିଲାମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥÒଲେ୤ ସଞ୍ଜୟ ବୁଝାଇବାକୁ ଯାଇ ଉଭୟପକ୍ଷଙ୍କୁ କନ୍ଦଳରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ୤ କିନ୍ତୁ ସେଠାରେ ୫ଜଣ ଯୁବକ ହଠାତ୍ ସଞ୍ଜୟକୁ ଆକ୍ରମଣ କରିଥିଲେ୤ ଏକ ପଥରରେ ଛେଚି ଦେବାରୁ ସଞ୍ଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା୤ ସଞ୍ଜୟଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥÒଲା୤ ସଞ୍ଜୟଙ୍କ ପତ୍ନୀ ମିନତିଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା ଚଳାଇଥÒଲା୤ ଏହାର ଫଳସ୍ବରୁପ ସହିଦ ନଗର ଥାନା ପୋଲିସ୍ ଦିପୁକୁ ଗିରଫ କରିଛି୤

ବିଚ୍ ରାସ୍ତାରେ ଜଳିଗଲା କାର
ଭୁବନେଶ୍ବର, ପିଏନଏସ

ନନ୍ଦନକାନନ ଜୟଦେବ ବିହାର ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣା ଘଟୁଘଟୁ ରହିଯାଇଛି୤ ସନ୍ଧ୍ୟାରେ ଏକ କାରର ଇଞ୍ଜିନରେ ହଠାତ ନିଆଁ ଲାଗି ହୁତୁହୁତ ହୋଇ ଜଳିଯାଇଥÒବାର ଦୃଶ୍ୟ ଦେଖÒବାକୁ ମିଳିଛି୤ ନିଜର ଉପସ୍ଥ଄ତ ବୁଦ୍ଧି ଖଟାଇ କାରରେ ଥÒବା ଯାତ୍ରୀ ଓ ଡ଼୍ରାଇଭର ତାଙ୍କ ଜୀବନ ବଞ୍ଚାଇବା ସହିତ ନିଆଁ ଲାଗିବା କ୍ଷଣି ସେମାନେ କାରଟିରୁ ବାହରକୁ ଡ଼େଇଁ ପଡ଼ି ଲୋକଙ୍କୁ ଯାତାୟାତ କରିବା ଲାଗି ଅଟକାଇଥÒବାରୁ ନିଶ୍ଚିତ ଭାବେ ଲୋକମାନେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି୤
ଉଲ୍ଲେଖ ଥାଉ କି, ରାଜଧାନୀର ଜନଗହଳି ରାସ୍ତା କୁହାଯାଉଥÒବା ଜୟଦେବ ବିହାର-କିଟ୍-ନନ୍ଦନକାନରେ ସନ୍ଧ୍ୟା ପ୍ରାୟ ୭ଟାରେ ଏକ ହୋଣ୍ଡା ସିଟି କାରରେ ନିଆଁ ଲାଗି ଥÒଲା୤ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ହଠାତ ଏଥିରେ ନିଆଁ ଲାଗି ଯାଇଥିଲା୤ ନାଲକୋଛକରୁ ଜୟଦେବ ବିହାର ଆଡ଼କୁ ଆସୁଥÒବା ବେଳେ ରାସ୍ତା ପାର୍ଶ୍ବରେ ଥÒବା ଜିଞ୍ଜର ହୋଟେଲ ସାମ୍ନାରେ ଏହି ଘଟଣା ଘଟିଥÒଲା୤ କାରରେ ନିଆଁ ଲାଗିଯାଇଥିବା ଦେଖି ଘଟଣାସ୍ଥଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା୤ ଗାଡ଼ି ଚାଳକଙ୍କ ସହିତ କାର ଭିତରେ ଥÒବା ଅନ୍ୟ ଯାତ୍ରୀମାନଙ୍କର ବି କିଛି କ୍ଷତି ହୋଇନାହିଁ୤ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥÒଲା୤ ଦୁର୍ଘଟଣା ଘଟିବାର ପ୍ରାୟ ଅଧ ଘଣ୍ଟା ପରେ ଅଗ୍ନିଶମ ବିଭାଗ ପହଞ୍ଚିଥÒବାରୁ କାରଟି ସମ୍ପୂର୍ଣ୍ଣ ଜଳିଯାଇଥÒଲା୤
ରାସ୍ତା ମଝିରେ କାରଟି ହୁ ହୁ ହୋଇ ଜଳୁଥିବାରୁ ଦୀର୍ଘ ସମୟ ଧରି ରାସ୍ତା ଜାମ ହୋଇଥିଲା୤ ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଗାଡି ଛିଡା ହୋଇ ରହିଥିଲା୤ ଫଳରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା୤ ତେବେ ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରରୁ ନିଆଁ ଲିଭାଇବା ପରେ ସ୍ୱାଭାବିକ ଭାବେ ଗାଡି ଚଳାଚଳ କରିଥିଲା୤

Leave a Reply

Your email address will not be published. Required fields are marked *