ମୁଖ୍ୟମନ୍ତ୍ରୀ ଙ୍କ ଗୁଜୁରାଟ ଗ୍ରସ୍ତ ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୁଜୁରାଟର ସୁରଟ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୈତିକ ବାଦବିବାଦ ଦେଖାଦେଇଛି । ହେଲେ ଗୁରୁତ୍ୱପୂଣ୍ଣ ବିଷୟ ହେଉଛି ଓଡିଶା ମୁଖ୍ୟମନ୍ତ୍ରୀ ଗୁଜୁରାଟ ଯାଉଥିଲା ବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଓଡିଶା ଆସୁଛନ୍ତି । ରାଫେଲ ଡିଲ ନେଇ କଂଗ୍ରେସ ଅଭିିଯୋଗର ଶ୍ରୀ ରୁପାଣୀ ସୁପ୍ରିମକୋର୍ଟଙ୍କ ରାୟ ପରେ ଏଠାରେ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିବାକୁ ଆସୁଛନ୍ତି ବୋଲି ଜଣା ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଟରେ ଆୟୋଜିତ ଓଡିଶା ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନ ପୂର୍ବରୁ ସୁରଟ ଯିବାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ ଉଠାଇଛନ୍ତି । କ୍ଷମତାର ରହିବାର ୧୯ ବର୍ଷ ପରେ ଗୁଜୁରାଟ ଓଡିଆଙ୍କ କଥା କାହିଁକି ମନେପଡିଲା ବୋଲି ବିରୋଧୀ ପଚାରିଛନ୍ତି । ବିଜେଡି ମଧ୍ୟ ଜବାବ ଦେଇଛି । କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ଯେଉଁ ସମୟରେ ଗୁଜୁରାଟର ସହର ସୁରଟରେ ଥିବେ ସେହି ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓଡିଶାକୁ ଆସିବା କଥାକୁ ବେଶ ଗୁରୁତ୍ୱ ଦିଆଯାଉଛି । ଏହା ପଛରେ ରହସ୍ୟ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡୁନାହିଁ ।

Leave a Reply

Your email address will not be published. Required fields are marked *