ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ୫ଟି ପର୍ଯ୍ୟାୟରେ ଚଳିତ ଡିସେମ୍ବର ୨୭ ତାରିଖରୁ ୨୬ ଫେବୃୟାରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ!

ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ୫ଟି ପର୍ଯ୍ୟାୟରେ ଚଳିତ ଡିସେମ୍ବର ୨୭ ତାରିଖରୁ ୨୬ ଫେବୃୟାରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ!

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ୫ଟି ପର୍ଯ୍ୟାୟରେ ଚଳିତ ଡିସେମ୍ବର ୨୭ ତାରିଖରୁ ୨୬ ଫେବୃୟାରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ ହେବ । ଦଳର ସାଂଗଠନିକ ନିର୍ବାଚନ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି କରିବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଦେବ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମସ୍ତ ବ୍ଲକ ଓ ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ଡିସେମ୍ବର ୨୦୧୯ ରୁ ୧୩ ଜାନୁୟାରୀ ୨୦୨୦ ମଧ୍ୟରେ ହେବ । ଏହି ପର୍ଯ୍ୟାୟରେ ଗ୍ରାମପଞ୍ଚାୟତ ସଭାପତି ସହିତ କମିଟି ସଭ୍ୟ ଓ ନଗରାଞ୍ଚଳର ୱାର୍ଡ ସଭାପତି ସହିତ କମିଟି ସଭ୍ୟପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୧୪ ଜାନୁୟାରୀ ୨୦୨୦ ରୁ ଆରମ୍ଭ ହୋଇ ୨୯ ଜାନୁୟାରୀ ୨୦୨୦ରେ ଶେଷ ହେବ । ଏଥିରେ ବ୍ଲକ ସଭାପତି ବ୍ଲକ କମିଟି ସଭ୍ୟ, ଏନ୍ଏସି ସଭାପତି ସହିତ ଏନ୍ଏସି କମିଟି ସଭ୍ୟ, ମ୍ୟୁନିସିପାଲିଟି ସଭାପତି ସହିତ ମ୍ୟୁନିସିପାଲିଟି କମିଟି ସଭ୍ୟ, ମହାନଗର ନିଗମ ସଭାପତି ସହିତ ମହାନଗର ନିଗମ କମିଟି ସଭ୍ୟ ପଦପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ୩୦ ଜାନୁୟାରୀ ୨୦୨୦ରୁ ୧୫ ଫେବୃୟାରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ସଭାପତି ସହିତ ଜିଲ୍ଲା କମିଟି ସଭ୍ୟ ପଦପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୧୬ ଫେବୃୟାରୀ ୨୦୨୦ରୁ ୧୮ ଫେବୃୟାରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ ହେବ । ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ୨୩ ଫେବୃୟାରୀରୁ ଆରମ୍ଭ ହୋଇ ୨୬ ଫେବୃୟାରୀରେ ଶେଷ ହେବ । ଏଥିରେ ରାଜ୍ୟ ପରିଷଦ ସଭ୍ୟପଦପାଇଁ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଦାପ କେଶରୀ ଦେବ ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *