ବଜ୍ର କାପ୍ତା ଚୋରା ଚାଲାଣ କରୁଥିବା ବେଳେ ଗିରଫ କଲା ପୋଲିସ

ବଜ୍ର କାପ୍ତା ଚୋରା ଚାଲାଣ କରୁଥିବା ବେଳେ ଗୁଣପୁର ପୋଲିସ 2 ମହିଳା ଙ୍କ ସମେତ ୫ ଜଣ ଙ୍କୁ ଗିରଫ କରିଛି ।ଗିରଫ 5 ଜଣ ଙ୍କୁ ପୋଲିସ ବନ ବିଭାଗ କୁ ହସ୍ତାନ୍ତର କରିଛି । ସେମାନଙ୍କ ନିକଟ ରୁ 5 ଟି ମୋବାଇଲ , ଗିଟିୟେ କାର , 3 ଟି ମୋନି ପର୍ସ ଓ ଗୋଟିଏ ଏଟିଏମ କାର୍ଡ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଳଙ୍ଗା ର ଆଶିଷ ଦାସ , ଭୁବନେଶ୍ୱର ର ବଳରାମ ବେହେରା , ପଟିଆ ର ଶୁଭଲକ୍ଷ୍ମୀ ବେହେରା , ପଲାସା ଗୋପିଲି ର ଲକ୍ଷ୍ମୀ ଶବର ଓ ଯାଜପୁର ର ଅମୂଲ୍ୟ ବାରିକ । ବନ ବିଭାଗ ଏ ନେଇ5 ଜଣ ଙ୍କ ନାମ ରେ ମାମଲା ରୁଜୁ କରିଥିବା ରେଞ୍ଜର ଅଶୋକ ପ୍ରଧାନ ପ୍ରକାଶ କରିଛନ୍ତି ।ଶନିବାର ବିଳମ୍ବିତ ରାତିରେ 2 ଜଣ ଗୁଣପୁର ନୂତନ ବସଷ୍ଟାଣ୍ଡ ରେ ସନ୍ଦିଗ୍ଧ ଅବସ୍ଥା ରେ ବୁଲୁଥିଲେ । ଏହି ସମୟରେ ବୁଲୁ ଥିବା ପେଟ୍ରୋଲିଂ ଗାଡି ସେମାନଙ୍କୁ ଦେଖି ପରିଚୟ ପଚାରି ଗାଡି ଯାଞ୍ଚ କରିବା ବେଳେ ଏକ ବଜ୍ରକାପ୍ତା ଉଦ୍ଧାର କରିଥିଲେ ।ଏହି ବଜ୍ରକାପ୍ତା କୁ ପଦ୍ମପୁର ରୁ ଭୁବନେଶ୍ୱର ନିଆ ଯାଉଥିବା ବେଳେ ଏହା କୁ ପୋଲିସ ଜବତ କରି ଏହା ବନ୍ୟଜନ୍ତୁ ହୋଇଥିବାରୁ ବନ ବିଭାଗ କୁ ହସ୍ତାନ୍ତର କରାଯାଇଛି ବୋଲି ଆଇ ଆଇ ସି ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *