ପ୍ରେମିକାର ତଣ୍ଟି କାଟି ହତ୍ୟା। ଚନ୍ଦକାରୁ ଗଣ୍ଡି ଓ ଖଣ୍ଡଗିରିରୁ ମିଳିଲା ମୁଣ୍ଡ

· ପ୍ରେମିକ ଗିରଫ, ଥାନାରେ ଅଟକ

· ଧରାପଡ଼ିଲା ପରେ ସତ ମାନିଲା

· ପୋଲିସ୍‌କୁ ଡ଼େମୋ ଦେଖାଇଲା

ଭୁବନେଶ୍ୱର,

ପ୍ରଥମେ ପ୍ରେମ ପରେ ପ୍ରତିଶ୍ରୁତି ଓ ଶେଷରେ ପ୍ରତାରଣା ଦେଇ ହତ୍ୟା୤ ଏପରି ଏକ ଅଭାବନୀୟ ଘଟଣା ଦେଖÒବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ୤ ହତ୍ୟା କରି ପ୍ରେମିକାର ମୁଣ୍ଡ ଓ ଗଣ୍ଡି ଅଲଗା କରି ଦୁଇ ପୃଥକ ପୃଥକ ସ୍ଥାନରେ ଫିଙ୍ଗିଛି ପ୍ରେମିକ୤ ଚନ୍ଦକା ଜଙ୍ଗଲରୁ ପ୍ରେମିକାର ଗଣ୍ଡି ଉଦ୍ଧାର ହୋଇଥÒବା ବେଳେ ଖଣ୍ଡଗିରି ଅଞ୍ଚଳରୁ କଟା ମୁଣ୍ଡ ଉଦ୍ଧାର ହୋଇଛି୤ ମୃତ ପ୍ରେମିକା ଜଣକ ହେଉଛି ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଗୋଲ ବିଞ୍ଝେଇପଡ଼ା ଗ୍ରାମର ସସ୍ମିତା ବିଶ୍ୱାଳ(୨୫)୤ ପୁରୀ ଜିଲ୍ଲା ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ଥାନା ପୁଲିସ ଏହି ମୃତଦେହକୁ ଜବତ କରିଥÒବା ବେଳେ ପ୍ରେମିକକୁ ଅଟକ ରଖାଯାଇଛି୤ ଅଭିଯୁକ୍ତ ପ୍ରେମିକ ଏବଂ ମୃତ ପ୍ରେମିକା ଉଭୟ ସତ୍ୟବାଦୀ ଅଞ୍ଚଳର୤

ଅଭିଯୁକ୍ତ ପ୍ରେମିକ ଜଣକ ହେଉଛି ଡେଲାଙ୍ଗ ଥାନା କୁଞ୍ଜର ଗ୍ରାମର ଯୁଧିଷ୍ଠିର ସ୍ବାଇଁ୤ ଯୁଧÒଷ୍ଟିର ଆତ୍ମସମର୍ପଣ ପରେ ଏହି ହତ୍ୟା ରହସ୍ୟ ଉପରୁ ପରଦା ଉଠିଥÒଲା୤ ପୋଲିସ ନିକଟରେ ଆ଍ସମର୍ପଣ କରିବା ପରେ ଯୁଧିଷ୍ଟିର ଦେଇଥିବା ବୟାନକୁ ଭିତ୍ତି କରି ସତ୍ୟବାଦୀ ପୋଲିସ ଓ ଖଣ୍ଡଗିରି ଥାନା ପୋଲିସ ମିଶିକରି ପ୍ରଥମେ ଚନ୍ଦକା ଜଙ୍ଗଲର ମଳିପଡ଼ା ସ୍ଥ଄ତ ଏକ ଅନାବନା ବୁଦାରୁ ସସ୍ମିତାଙ୍କ ମୁଣ୍ଡ ବିହୀନ ଗଳିତ ମୃତଦେହକୁ ଉଦ୍ଧାର କରିଥÒଲା୤ ତା’ପରେ ସସ୍ମିତାଙ୍କ କଟା ମୁଣ୍ଡକୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଟ୍ରିପଲ ଆଇଟି ପଛପଟେ ଥିବା କ୍ରିଷ୍ଣାପୁରୀ ଅଞ୍ଚଳରୁ ଉଦ୍ଧାର କରିଥÒଲା୤ ସସ୍ମିତାଙ୍କ ମୁଣ୍ଡକୁ ପ୍ରଥମେ ପଥରେ ଛେଚାଯାଇଚି ବୋଲି ଅଖାଖୋଲିଲା ପରେ ଦେଖÒବାକୁ ମିଳିଛି୤ ଏହି ଘଟଣାରେ କେବଳ ଯୁଧÒଷ୍ଟିର ନୁହେଁ ବରଂ ଆହୁରି ବି କେହି ସାମିଲ ଅଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି୤ ଏହି ଘଟଣାରେ ପ୍ରେମିକ ଯୁଧÒଷ୍ଟିରକୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି୤ ସସ୍ମିତାଙ୍କ ଗଳିତ ଶବ ଉଦ୍ଧାର କରିବା ସମୟରେ ଅଭିଯୁକ୍ତ ପ୍ରେମିକ ଯୁଧÒଷ୍ଟିର ସସ୍ମିତାକୁ କେମିତି ଓ କିପରି ମାରିଥÒଲା ଓ କିପରି ତାର ତଣ୍ଟି କାଟିଥÒଲା୤ ଯେଉଁ ଧାରୁଆ ଅସ୍ତ୍ରରେ ସେ ତାର ତଣ୍ଟି କାଟିଥÒଲା ତାକୁ କେଉଁଠି ଲୁଚାଇଥÒଲା୤ ସେସବୁକୁ ପୋଲିସ୍‌କୁ ଡ଼େମୋ ଆକାରରେ ଦେଖାଇଥÒଲା୤ ଏହା ଦେଖÒବା ଲାଗି ମଳିପଡ଼ା ଜଙ୍ଗଳ ଓ ଖଣ୍ଡଗିରି ତ୍ରିପଲ ଆଇଟି ଛକରେ ବହୁତ ଲୋକ ରୁଣ୍ଡ ହୋଇଥÒଲେ୤

ଉଲ୍ଲେଖ ଥାଉ କି, ଗତ ୧୩ ତାରିଖରେ ସସ୍ମିତା ପ୍ରେମିକ ଯୁଧିଷ୍ଠିରଙ୍କ ସହ ଘରଛାଡ଼ି ବାହାରକୁ ବୁଲିବାକୁ ଯାଇଥÒଲେ୤ କିନ୍ତୁ ଆଉ ଘରକୁ ଫେରି ନ ଥିଲେ୤ ଏପରିକି ସେଦିନରୁ ଯୁଧିଷ୍ଠିର ମଧ୍ୟ ତାର ଘରକୁ ଫେରି ନଥିଲା୤ ଝିଅ ଘରକୁ ନଫେରିବାରୁ ସସ୍ମିତାଙ୍କ ବାପା ଓ ଅନ୍ୟ ପରିବାରଲୋକେ ତାଙ୍କ ଝିଅକୁ ଯୁଧିଷ୍ଟିର ଅପହରଣ କରି ନେଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ୤ ଯୁଧିଷ୍ଟିର ଫେରାର ଥିବା ଯୋଗୁ ପୋଲିସ ତା ପରିବାରଲୋକଙ୍କୁ ଡ଼ାକି ପଚରାଉଚରା କରିଥିଲା୤ ମାତ୍ର ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁଧÒଷ୍ଟିର ଥାନାରେ ପହଞ୍ଚି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସବୁ କଥା ସାମ୍ନାକୁ ଆସିଥÒଲା୤

ଯୁଧିଷ୍ଟିର ଓ ସସ୍ମିତା ଗତ ୫ ବର୍ଷ ଧରି ପ୍ରେମ ସମ୍ପର୍କରେ ରହି ଆସୁଥିଲେ୤ ଏହା ଭିତରେ ସସ୍ମିତା ଯୁଧୀଷ୍ଟିରଙ୍କ ଲାଗି ବହୁବାର ଗର୍ଭବତୀ ହୋଇ ଗର୍ଭପାତ ମଧ୍ୟ କରାଇଥÒଲେ୤ ଏହାପରେ ସସ୍ମିତା ଯୁଧÒଷ୍ଟିରଙ୍କୁ ବିବାହ ଲାଗି ଜିଦ୍‌ ଧରି ବସିଥÒଲେ୤ ଏପରିକି ସସ୍ମିତା ଓ ଯୁଧÒଷ୍ଟିର ରେଜିଷ୍ଟ୍ରି ବିବାହ କରିବା ଲାଗି ସ୍ଥ଄ର କରିଥÒଲେ୤ ଦୁଇ ମାସ ପରେ ଉଭୟଙ୍କ ରେଜେଷ୍ଟ୍ରି ବିବାହ ହୋଇଥାନ୍ତା୤ ବିବାହ କରିବାକୁ ଯୁଦ୍ଧିଷ୍ଟିର ପ୍ରଥମେ ଅରାଜି ଥିଲା୤ କିନ୍ତୁ କିଛି ଦିନ ପରେ ଯୁଧୀଷ୍ଟିର ରେଜିଷ୍ଟ୍ରି ମ୍ୟାରେଜ କରିବା ଲାଗି ରାଜି ହୋଇଥÒଲା୤ ପରେ ଯୁଧÒଷ୍ଟିର ସସ୍ମିତାକୁ ବୁଝାଇ ସୁଝାଇ ଭୁବନେଶ୍ବର ବୁଲାଇବାକୁ ଓ ରେଜିଷ୍ଟ୍ରି ମ୍ୟାରେଜ୍‌ କରିବାକୁ ଡ଼ାକି ଏପରି ଜଘନ୍ୟ କାଣ୍ଡ ଭିଆିଛି ବୋଲି ପୋଲିସ୍‌ ସନ୍ଦେହ କରୁଛି୤ ଏହି ହତ୍ୟାମାମଲାଟିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି୤ ଚନ୍ଦକା ଓ ସତ୍ୟବାଦୀ ପୋଲିସ ମିଳିତ ଭାବରେ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡ ପଛରେ କେବଳ ଯୁଦ୍ଧିଷ୍ଟିର ନା ଆଉ କେହି ଜଡ଼ିତ, ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୋଲିସ କହିଛି୤ ଅନ୍ୟପକ୍ଷେ ଅଭିଯୁକ୍ତ ଯୁଧÒଷ୍ଟିର କହିଛି ଯେ, ସେ ସସ୍ମିତାକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦୁଇଟି ଅଲଗା ଅଲଗା ସ୍ଥାନରେ ମୁଣ୍ଡ ଓ ଗଣ୍ଡିକୁ ଫିଙ୍ଗି ଦେଇଥିଲା୤ ଏହି ମାମଲାରେ ପୋଲିସ୍‌ ଯୁଧÒଷ୍ଟିରଙ୍କ ପରିବାର ଲୋକଙ୍କୁ ଡ଼ାକି ପଚରା ଉଚରା କରିବାରୁ ସେ ଆ଍ ସମର୍ପଣ କରି ସବୁ କଥା କହିଛି ବୋଲି ସେ କହିଛି୤ ଅନ୍ୟ ପକ୍ଷରେ ପରିବାର ଲୋକେ ଝିଅକୁ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି୤

Leave a Reply

Your email address will not be published. Required fields are marked *