ପ୍ରଫେସର ଏମିରେଟସ୍‍ ଡା. ବି. ସି. ଦାସଙ୍କ ବିୟୋଗ

ପ୍ରଫେସର ଏମିରେଟସ୍‍ ଡା. ବି. ସି. ଦାସଙ୍କ ବିୟୋଗ

ଭୁବେନେଶ୍ୱର:କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ମେଡିକାଲ କଲେଜର ପ୍ରଫେସର ଏମିରେଟସ୍‍ ଡା. ଭଗବତୀ
ଚରଣ ଦାସଙ୍କ ବିୟୋଗଙ୍କ ଗୁରୁବାର ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେଲା ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ
ହେଉଥିଲେ । ତାଙ୍କ ବିୟୋଗରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ନିଜ
ଶୋକବାର୍ତ୍ତାରେ ଶ୍ରୀ ସାମନ୍ତ କହିଛନ୍ତି, କିମ୍‍ସ ଆରମ୍ଭ ହେବା ଦିନଠାରୁ ପ୍ରଫେସର ଦାସ କିମ୍‍ସରେ ବିଭିନ୍ନ ପଦ ପଦବୀରେ
ରହି ଜୀବନର ଶେଷ ପର୍ଯ୍ୟନ୍ତ ସେବା ଯୋଗାଇ ଦେଇଆସୁଥିଲେ । କିମ୍‍ସ ପ୍ରତିଷ୍ଠା ହେବା ପୂର୍ବରୁ ତାଙ୍କ ସହ ଆମର ବ୍ୟକ୍ତିଗତ
ସମ୍ପର୍କ ରହିଆସିଥିଲା । କିମ୍‍ସ ମେଡିକାଲ୍‍ କଲେଜ ଓ ହସ୍ପିଟାଲ୍‍ ପ୍ରତିଷ୍ଠାରେ ପ୍ରଫେସର ଦାସଙ୍କ ଯୋଗଦାନକୁ ଭୁଲିହେବ
ନାହିଁ । ସେ ଜଣେ ସ୍ଥିର ଚିତ୍ତ ଓ ଧୀର ମସ୍ତିଷ୍କର ବ୍ୟକ୍ତିତ୍ୱ ଥିଲେ । ସେ କେବେ କୌଣସି କଠିନ ପରିସ୍ଥିତିରେ ମଧ୍ୟ ବ୍ୟସ୍ତ ବିବ୍ରତ
ହୋଇପଡୁ ନ ଥିଲେ, ବରଂ ଧୈର୍ଯ୍ୟର ସହ ମୁକାବିଲା କରୁଥିଲେ । ତାଙ୍କର ସେହି ଅମାୟିକ ଓ ସ୍ନେହପୂର୍ଣ୍ଣ ବ୍ୟବହାର ନିମନ୍ତେ
ସେ ସବୁଦିନ ପାଇଁ ଛାତ୍ର, ଅଧ୍ୟାପକ, ଡାକ୍ତର ଓ କର୍ମଚାରୀ ମହଲରେ ସ୍ମରଣୀୟ ହୋଇ ରହିବେ । ଡା ଦାସଙ୍କ ବିୟୋଗରେ
କିମ୍‍ସରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ସାମନ୍ତଙ୍କ ସମେତ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି
ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ପରିଚାଳନା ପ୍ରତିନିଧି ପଞ୍ଚାନନ ପରିଡା,
କିମ୍‍ସ ଅଧ୍ୟକ୍ଷ ମେଜର ଜେନେରାଲ୍‍ ଡା. ପି. କେ. ପଟ୍ଟନାୟକ, କିମ୍‍ସ ଡେପୁଟୀ ରେଜିଷ୍ଟ୍ରାର ଦିଲିପ ପଣ୍ଡା ଓ କିମ୍‍ସର ସମସ୍ତ
ଡାକ୍ତର, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଡା ଦାସଙ୍କ ଆତ୍ମାର ସଦ୍‍ଗତି ନିମନ୍ତେ ନୀରବ ପ୍ରାର୍ଥନା
କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *